ଫାତିମା ବିବି

ଭାରତୀୟ ମହିଳା ନ୍ୟାୟାଧୀଷ
(ଫତିମା ବିୱ୍ୱିରୁ ଲେଉଟି ଆସିଛି)

ନ୍ୟାୟାଧୀଷ ଏମ. ଫତିମା ବିୱି (ଜନ୍ମ ୩୦ ଅପ୍ରେଲ୍ ୧୯୨୭) ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ନ୍ୟାୟାଧୀଷ ଥିଲେ [୧][୨][୩][୪][୫] ଏବଂ ପ୍ରଥମ ମୁସଲିମ୍ ମହିଳା ଥିଲେ ଯିଏକି ନ୍ୟାୟତନ୍ତ୍ରର ଉଚ୍ଚତମ ପଦବୀରେ ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୧୯୯୩ ମସିହାରେ ସେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ(ଭାରତ)ର ସଦସ୍ୟ ହୋଇଥିଲେ, ୧୯୯୭ରୁ ୨୦୦୧[୬][୭] ପର୍ଯନ୍ତ ସେ ତାମିଲନାଡୁରେ ରାଜ୍ୟପାଳ ପଦବୀରେ ରହିଥିଲେ ।

Fathima Beevi.M
Governor of Tamil Nadu
କାର୍ଯ୍ୟକାଳ
25 January 1997 – 3 July 2001
ପୂର୍ବ ଅଧିକାରୀKrishan Kant
ପର ଅଧିକାରୀDr. C. Rangarajan
Member National Human Rights Commission
କାର୍ଯ୍ୟକାଳ
1997–2001
Judge of Supreme Court of India
କାର୍ଯ୍ୟକାଳ
6 October 1989 – 29 April 1992
ବ୍ୟକ୍ତିଗତ ସବିଶେଷ
ଜନ୍ମ (1927-04-30) ୩୦ ଅପ୍ରେଲ ୧୯୨୭ (ବୟସ ୯୬)
Pathanamthitta, Travancore, Kerala, British Raj (now Kerala, India)
ବାପା/ବୋଉMeera Sahib (father)
Khadeeja Bibi (mother)

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଫତିମା ବିୱି ୧୯୨୭ ମସିହା ଅପ୍ରେଲ ୩୦ ତାରିଖରେ କେରଳର ଟ୍ରାଭାନ୍‌କୋର୍ସ୍ଥିତ ପଠାନାମଥିଟ୍ଟାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ମୀରା ସାହିବ ଏବଂ ପିତାଙ୍କର ନାମ ଖଦୀଜା ବିୱି ଅଟେ ।[୮] ସେ ପଠାନମଥିଟ୍ଟାରେ କ୍ୟାଥୋଲିକେଟ ବିଦ୍ୟାଳୟରେ ପଢୁଥିଲେ । ସେ ୟୁନିଭର୍ସିଟି କଲେଜ, ତ୍ରିଭେନ୍ଦମରୁ ସ୍ନାତକ ଏବଂ ସରକାରୀ ଆଇନ କଲେଜ, ତିରୁଅନନ୍ତପୁରମ୍‌ରୁ ଏଲ.ଏଲ.ବି କରିଥିଲେ ।

ବୃତ୍ତି ସମ୍ପାଦନା

୧୪ ନଭେମ୍ବର ୧୯୫୦ ମସିହାରେ ସେ ଓକିଲ ଭାବେ ବୃତ୍ତି ଆରମ୍ଭ କଲେ । ସେ ନିଜର ପେଶାଗତ ଜୀବନ କେରଳର ନିମ୍ନ ନ୍ୟାୟାଳୟରେ ଆରମ୍ଭ କରିଥିଲେ । ୧୯୫୮ ମସିହାରେ କେରଳ ଅଧିନସ୍ଥ ନ୍ୟାୟିକ ସେବାରେ ମୁନସି ଭାବରେ ନିଯୁକ୍ତ ହେଲେ । ୧୯୬୮ ମସିହାରେ ଅଧିନସ୍ଥ ନ୍ୟାୟାଧୀଷ ଭାବେ ତାଙ୍କର ପଦୋନ୍ନତି ହେଲା । ୧୯୭୨ରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ, ୧୯୭୪ ଜିଲ୍ଲା ଏବଂ ସେସନ ନ୍ୟାୟାଧୀଷ[୧], ୧୯୮୦ ମସିହାରେ ଆୟକର ଅପିଲିୟ ଟ୍ରିବ୍ୟୁନାଲର ସଦସ୍ୟ ଏବଂ ୧୯୮୩ ମସିହାରେ ଉଚ୍ଚ ନ୍ୟାୟାଳୟରେ ନ୍ୟାୟାଧୀଷ ଭାବେ ନିଯୁକ୍ତ ହେଲେ ।[୧][୯] ୧୪ ମଇ ୧୯୮୪ରେ ସେ ଉଚ୍ଚନ୍ୟାୟାଳୟରେ ସ୍ଥାୟୀ ନ୍ୟାୟାଧୀଶ ହୋଇଥିଲେ । ୨୯ ଅପ୍ରେଲ୍ ୧୯୮୯ରେ ସେ ଉଚ୍ଚ ନ୍ୟାୟାଳୟରୁ ନ୍ୟାୟାଧୀଶ ଭାବେ ଅବସର ନେଲେ, ମାତ୍ର ପୁଣିଥରେ ୬ ଅକ୍ଟୋବର ୧୯୮୯ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଷ ରୂପେ ନିଯୁକ୍ତ ହେଲେ ଓ ୨୯ ଅପ୍ରେଲ ୧୯୯୨ରେ ସେବା ନିବୃତ୍ତ ହେଲେ ।[୧]

 
Supreme Court of India

ତାମିଲନାଡ଼ୁର ରାଜ୍ୟପାଳ ସମ୍ପାଦନା

ସେ ୨୫ ଜାନୁଆରୀ ୧୯୯୭ରେ ତାମିଲନାଡ଼ୁର ରାଜ୍ୟପାଳ ହୋଇଥିଲେ ।[୧][୧୦] ତାଙ୍କୁ ତାମିଲନାଡ଼ୁର ଓ ଜମ୍ମୁ ଓ କାଶ୍ମୀର ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ସୁଖଦେବ ସିଂ କାଙ୍ଗକୁ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ଦେଇ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା କ‌ହିଥିଲେ ଯେ, ସେମାନଙ୍କର ସମ୍ବିଧାନ ଓ ଆଇନ୍ ପ୍ରତି ଥିବା ଅଭିଜ୍ଞତା ଓ ଦୂରଦୃଷ୍ଟି ମୂଲ୍ୟବାନ ସମ୍ପତ୍ତି[୧୧]

ରାଜ୍ୟପାଳ ଭାବେ ସେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୪ ଜଣ ଅପରାଧୀଙ୍କ କ୍ଷମା ପ୍ରାର୍ଥନାକୁ ନାମଞ୍ଜୁର କରିଥିଲେ । ହତ୍ୟାକାରୀମାନେ ଧାରା ୧୬୧ (କ୍ଷମା ପାଇଁ ରାଜ୍ୟପାଳଙ୍କ କ୍ଷମତା) ଅଧୀନରେ କ୍ଷମା ପାଇଁ ଆବେଦନ କରିଥିଲେ ।[୧୨][୧୩]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "M. FATHIMA BEEVI". supremecourtofindia.nic.in. Retrieved 2009-01-15.
  2. "Welcome to Women Era..." Archived from the original on 2018-12-25. Retrieved 2009-01-15.
  3. "Women in Judiciary". NRCW, Government of India. Archived from the original on 23 December 2008. Retrieved 2009-01-15.
  4. "FIRST WOMEN OF INDIA:". womenofindia.net. Retrieved 2009-01-16.
  5. "Convict Queen". india-today.com. Archived from the original on 2008-12-03. Retrieved 2009-01-16.
  6. "Raj Bhavan Chennai: Past Governors". Governor's Secretariat Raj Bhavan, Chennai - 600 022. Retrieved 2009-01-15.
  7. "Governors of Tamil Nadu since 1946". tn.gov.in. Retrieved 2009-01-15.
  8. "How a Kerala Woman Made History By Becoming India's 1st Female Supreme Court Judge". thebetterindia.com. Retrieved 6 February 2018.
  9. "High Court of Kerala: Former Judges". highcourtofkerala.nic.in. Retrieved 2009-01-16.
  10. "Women Governors In India:". .indianofficer.com. 16 ଅପ୍ରେଲ 2007. Archived from the original on 5 March 2008. Retrieved 2009-01-16.
  11. "We should show the world we are capable of tackling any crisis'". Rediff on the net. Archived from the original on 2011-07-13. Retrieved 2009-01-16.
  12. "Rajiv case – TN Governor rejects mercy pleas". .indianexpress.com. 29 October 1999. Retrieved 2009-01-16.[permanent dead link]
  13. "Rajiv case accused will wait for pardon". indianexpress.com. 4 November 1999. Retrieved 2009-01-16.[permanent dead link]