ପ୍ରିୟବ୍ରତ ଦାସ

ଓଡ଼ିଆ ଲେଖକ

ପ୍ରିୟବ୍ରତ ଦାସ ଜଣେ ଭାରତୀୟ ସମାଜ ସଂସ୍କାରକ । ସେ ପେଷାରେ ଯନ୍ତ୍ରୀ ଓ ବେଦ ସଂପର୍କରେ ଗବେଷଣା କରି ସେ ବାବଦରେ ପୁସ୍ତକ ରଚନା କରିଛନ୍ତି । ସେ ୧୯୫୮ ମସିହାରେ ସମାଲୋଚନା-ଭିତ୍ତିକ ପୁସ୍ତକ "ବେଦ ମନୁଷ୍ୟକୃତ କି?" ରଚନା କରି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ [୧]। ପ୍ରିୟବ୍ରତ ଦାସ ବେଦବିତ ତଥା ସମାଜ ସଂସ୍କାରକ ଶନ୍ନୋଦେବୀଙ୍କ ସହ ବିବାହିତ ।

ପ୍ରିୟବ୍ରତ ଦାସ
ଜନ୍ମ ଓ ଜନ୍ମସ୍ଥାନ (1932-07-01) ୧ ଜୁଲାଇ ୧୯୩୨ (ବୟସ ୯୧)
ବୃତ୍ତିଇଞ୍ଜିନିୟର
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିବେଦ ମନୁଷ୍ୟକୃତ କି?
ପୁରସ୍କାରମହର୍ଷି ଦୟାନନ୍ଦ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଶନ୍ନୋଦେବୀ (ସ୍ତ୍ରୀ)
ସନ୍ତାନଯଜ୍ଞ ପ୍ରକାଶ (ପୁତ୍ର)

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ପ୍ରିୟବ୍ରତ ଦାସ ୧୯୩୨ ଜୁଲାଇ ୧ ତାରିଖରେ ଓଡ଼ିଶାରେ ଜନ୍ମିତ । ସେ ୧୯୪୮ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ କରିଥିଲେ । ଏହା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୫୦ ମସିହାରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ରଖି ଉତ୍ତୀର୍ଣ ହୋଇଥିଲେ । ବିହାର ଇଞ୍ଜିନିୟରିଂ କଲେଜ, ପାଟନାରୁ ୧୯୫୪ ମସିହାରେ ସିଭିଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଏବଂ ପରେ ଇଂଲାଣ୍ଡରେ (Brighton College of Technology) ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ତାଙ୍କ ପିତା ଜଣେ ବେଦବିତ୍ ଜ୍ଞାନୀ ତଥା ଉଚ୍ଚଚିନ୍ତାଧାରାର ବ୍ୟକ୍ତି ଥିବାରୁ ପିଲାଟି ଦିନରୁ ସେ ବାପାଙ୍କ ପ୍ରେରଣାରେ ବେଦ ସମ୍ବନ୍ଧୀୟ ବିଭିନ୍ନ ବହି ଅଧ୍ୟୟନ କରିବା ଆରମ୍ଭ କରିଥିଲେ । ମାତ୍ର ୨୬ ବର୍ଷ ବୟସରେ ତାଙ୍କ ଲିଖିତ ଏକ ପୁସ୍ତକ ବେଦ ମନୁଷ୍ୟକୃତ କି ଏକ କାଳଜୟୀ ତଥା ଚର୍ଚ୍ଚିତ ପୁସ୍ତକ । ବିଭିନ୍ନ ସମୟରେ ବିଭିନ୍ନ ଖବର କାଗଜରେ ବେଦ ସମ୍ପର୍କିତ ପ୍ରାୟ ପାଞ୍ଚଶହରୁ ଅଧିକ ଲେଖା ପ୍ରକାଶ ପାଇସାରିଛି । ତାଙ୍କର ଲିଖିତ ଅନେକ ପୁସ୍ତକ ମଧ୍ୟରୁ ବେଦ ବିଦ୍ୟା ଆଧାରିତ କେତୋଟି ଲୋକପ୍ରିୟ ପୁସ୍ତକ ହେଉଛି ଋଗବେଦ ସୌରଭ, ଅଥର୍ବ ବେଦ ସୌରଭ, ସାମବେଦ ସୌରଭ ତଥା ଜଜୁର୍ବେଦ ସୌରଭ । ବେଦକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାପାଇଁ ସେ ସରଳ ଭାଷାରେ ଅନେକ ଭାଷ୍ୟ ରଚନା କରିଯାଇଛନ୍ତି । ଏହାଛଡା ସେ ଡଃ ଏମ୍. ବିଶ୍ୱେସରାୟ ଓ ଡଃ ଏ. ଏନ୍. ଖୋସଲା ଭଳି ବ୍ୟକ୍ତିତ୍ୱଙ୍କ ଜୀବନୀ ରଚନା କରିଛନ୍ତି । ଚାକିରି ଜୀବନରୁ ଅବସର ନେବା ପରେ ସେ ଭୁବନେଶ୍ୱରରେ ଆର୍ଯ୍ୟ ସମାଜ ତଥା ବୈଦିକ ଅନୁସନ୍ଧାନ ପ୍ରତିଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଭୁବନେଶ୍ୱରସ୍ଥ ଆର୍ଯ୍ୟ ସମାଜର ସଭାପତି ଭାବେ ସେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ନବ ମାତୃକା ପୂଜାର ପ୍ରୋତ୍ସାହକ ଭାବେ ସେ ପରିଚିତ । ନବରାତ୍ରୀ ସମୟରେ ନଅ ଗୋଟି ଦେବୀଙ୍କର ମୃଣ୍ମୟ ପିତୁଳାକୁ ପୂଜା କରିବା ଅପେକ୍ଷା ବେଦ ସମ୍ମତ ପଦ୍ଧତିରେ ନଅ ଜଣ ଗୁଣୀ ବୟୋବୃଦ୍ଧା ମହିଳାଙ୍କୁ ସମ୍ମାନିତ କରିବା ପ୍ରଥା ସେ ଆରମ୍ଭ କରିଥିଲେ । ଏହି କ୍ରମରେ ୫୦ରୁ ଅଧିକ ବୟୋବୃଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ବେଦସ୍ଥ ଜ୍ଞାନ ବିତରଣ କରିବା ସହ ବେଦ ସମ୍ମତ ପଦ୍ଧତିକୁ ଅଧିକ ଲୋକ ପ୍ରିୟ କରାଇବା ସହ ଏହି ପ୍ରଥାକୁ ଓଡ଼ିଶାର ପୁର ପଲ୍ଲୀରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ।[୨]

ଜଣେ ସମାଜ ସଂସ୍କାରକ ଭାବେ ସେ ବିଧବା ବିବାହ ପୁନଃ ପ୍ରଚଳନ କରାଇବା ସହ ମହିଳାମାନେ ପୁରୋହିତ କାର୍ଯ୍ୟକରିବା ଏବଂ ମୁଖାଗ୍ନୀ ଦେବା ଭଳି କାର୍ଯ୍ୟର ସପକ୍ଷବାଦୀ ଭାବେ ସେ ସୁପରିଚିତ । ତାଙ୍କ ସହଧର୍ମିଣୀ ଶନ୍ନୋଦେବୀ ଓଡ଼ିଶାର ପ୍ରଥମ ମହିଳା ପୁରୋହିତ ଭାବେ ଜଣାଶୁଣା । ସେ ମଧ୍ୟ ଜଣେ ମହିଳା ସମାଜ ସଂସ୍କାରକ ଭାବେ ପ୍ରିୟବ୍ରତ ଦାସଙ୍କୁ ସହଯୋଗ କରିଆସୁଛନ୍ତି ।

ସେ ବିଭିନ୍ନ ସମୟରେ ଆମେରିକା, ଜର୍ମାନୀ, ଫ୍ରାନ୍ସ, ଋଷିଆ। କେନିଆ ତଥା ହଲାଣ୍ଡ ଭଳି ଅନେକ ସ୍ଥାନ ଯାତ୍ରା କରି ବୈଦିକ କର୍ମ କାଣ୍ଡ ତଥା ବେଦ, ବେଦାନ୍ତ ସମ୍ପର୍କିତ ଭାଷଣ ପ୍ରଦାନ କରିଅଛନ୍ତି ।

ରଚନାବଳୀ ସମ୍ପାଦନା

  1. Glimpses of the Sama Veda
  2. Glimpses of the Atharva Veda
  3. Glimpses of the Yajur Veda
  4. Glimpses of the Rig Veda
  5. Vedic Beliefs
  6. Ancient Verses
  7. ଅଥର୍ୱବେଦ ସୌରଭ
  8. ଉପନିଷଦ ପ୍ରକାଶ
  9. ବୈଦିକ ଧର୍ମ ପ୍ରଶ୍ନୋତ୍ତରୀ
  10. ବୈଦିକ ଅନ୍ତୈଷ୍ଟି ସସ୍କାର ଓ ଶ୍ରାଦ୍ଧ ନିର୍ଣ୍ଣୟ
  11. ବୈଦିକ ବିବାହ ପଦ୍ଧତି
  12. ବେଦ ମନୁଷକୃତ କି

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଅନୁଷ୍ଠାନଦ୍ୱାରା ସେ ସମ୍ମାନିତ ହୋଇଛନ୍ତି ।[୪]

  • Theosophical society, Brighton (UK) 1966
  • Hindu Centre, London (UK)1967
  • Yoga Centre, Brisbaden (Germany)1968
  • Brajamohan Sahitya Samiti, Bhawanipatna, Orissa 1968
  • All Orissa Sanskrit Teachers' conference; Utkal University, Bhubaneswar 1972
  • Veda Sammelan, Port Louis (Maurititius)1973
  • Dharma Sammelan, Nairobi (Kenya)1977
  • Jadumani Sahitya Samsad, Udaipur, Orissa 1979
  • Dayananda Death Centenary, Ajmer, Rajasthan 1983
  • Vevekananda Kendra, Kanyakumari1986
  • Maharshi Dayananda Bodhotsava, Tankara, Gujurat 1989
  • Jagannath Society of the Americas, Nesvill (USA)1998
  • Orissa Society of Americas, Montreal, California (USA)1998
  • Viswatma Mandir, Sauthal (London)1998
  • Arya Samaj, Rajauri Garden (Delhi)2001
  • Centenary of Gurukul University, Kangri (Haridwar)2002
  • Maurititius Pundit Sabha, Maurititius2002
  • Vigyan Prachar Samiti, Bhubaneswar2002
  • National Institute of Technology, Rourkela2003
  • Utkala Sahitya Samaja, Centenary Celebration, Cuttack2003
  • Kharosrota Sahitya Parishad, Kandiahat, Orissa 2004
  • National Aluminum Company (NALCO), (Environmental Day)2004
  • Institution of Engineers, Orissa Centre, Bhubaneswar.2006
  • Lekhaka Sammukhya, Silver Jubilee, Bhubaneswar 2007
  • Neelamani Smruti Samman, Bhubaneswar 2008
  • Institution of Engineers, Barhampur Centre 2008

ପୁରସ୍କାର ସମ୍ପାଦନା

ସେ ପାଇଥିବା ପୁରସ୍କାରଗୁଡ଼ିକ ହେଲା :

  • Orissa Sahitya Academy Award, Bhubaneswar 1960
  • Meghjibhai Puraskar, Mumbai 1994
  • Maharshi Dayananda Puraskar, Ajmer (Rajasthan)1994
  • Bhjmasen Pathee Puaskar, Kashi Viswavidyalaya, Kashi 1995
  • Nandighosha Puraskar, Bhubaneswar 1997
  • Rastriya Veda-Vedanga Puraskar, Nasik (Maharastra)2005
  • Pt. Ganga Pd. Upadhyaya Puraskar, AlIahabad 2008

ଉପାଧୀ ସମ୍ପାଦନା

ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଅନେକ ଉପାଧୀଦ୍ୱାରା ସମ୍ମାନିତ କରିଛନ୍ତି ।

  • "Vidya Vagish" Gurukul Mahavidyalaya, Amsena 1992
  • "Arya Ratna" Gurukul Mahavidyalaya, Indraprastha1995
  • D.Lit, Utkal University 2006
  • "Arya Bibhusan" by Yoga Guru Swami Ramadev 2006
  • "Acharya" Utkal Arya Mahasammlan 2007

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "ODISHA SAHITYA ACADEMY AWARDED BOOKS AND WRITERS" (PDF). www.magazines.odisha.gov.in. Retrieved 20 February 2020.
  2. "Mother worship - OrissaPOST". Odisha News, Odisha Latest news, Odisha Daily - OrissaPOST. 28 September 2017. Retrieved 20 February 2020.
  3. "Odisha Sahitya Akademi". odishasahityaakademi.org. Retrieved 20 February 2020.
  4. "Vedic scholars awarded". The New Indian Express. Retrieved 20 February 2020.