ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍

ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍ ( ପିବିସି ), (ଇଂରାଜୀ ଭାଷା)ରେ Primary biliary cholangitis/ PBC ଯାହା ପୂର୍ବରୁ ପ୍ରାଥମିକ ବିଲିଆରି ସିରୋସିସ୍ ଭାବରେ ଜଣାଶୁଣା ଥିଲା) ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଏକ ଅଟୋମ୍ୟୁମ୍ୟୁନ ରୋଗ ଅଟେ | [୩] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କା, ଗଲୁ, ଏବଂ ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା | [୮] ଏହି ରୋଗ ଦଶନ୍ଧି ଧରି ଖରାପ ଦିଗକୁ ଗତି କରିପାରେ । [୬] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଉଚ୍ଚ ରକ୍ତ କୋଲେସ୍ଟେରଲ, ଏବଂ ମେଦ ଦ୍ରବଣୀୟ ଭିଟାମିନ ଅଭାବ ଦେଖାଯାଏ । [୩]

Primary biliary cholangitis
Primary biliary cirrhosis
Micrograph of PBC showing bile duct inflammation and injury.
ବିଭାଗGastroenterology
ଲକ୍ଷଣTiredness, itching, yellowish skin and eyes[୧]
ଆକ୍ରାନ୍ତ ସମୟMiddle-aged women[୨]
ଅବଧିLong term[୩]
କାରଣAutoimmune disease[୩]
ବିପଦ କାରକFamily history, other autoimmune diseases[୩]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, liver biopsy[୪]
ସଠିକ ରୋଗ ନିର୍ଣ୍ଣୟAutoimmune hepatitis, primary sclerosing cholangitis, non-alcoholic steatohepatitis[୫]
ଚିକିତ୍ସାUrsodeoxycholic acid, obeticholic acid, liver transplant[୬]
ପୁନଃପୌନିକ1 in 2,500–52,000 people[୭]

ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | [୩] ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | [୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ। [୩] ରୋଗ ନିର୍ଣ୍ଣୟ ପ୍ରାୟତଃ ରକ୍ତ ପରୀକ୍ଷା ଉପରେ ଆଧାରିତ ହୁଏ, ଯେପରିକି ଆଣ୍ଟି-ମାଇଟୋକଣ୍ଡ୍ରିଆଲ୍ ଆଣ୍ଟିବଡି ଏବଂ ଆଲାକାଲାଇନ ଫସଫାଟେଜ ବା କ୍ଷାରୀୟ ଫସଫାଟେଜ୍ କିମ୍ବା ଆବଶ୍ୟକ ସ୍ଥଳେ ଯକୃତ ବାୟୋପ୍ସି କରାଯାଏ । [୪]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଉର୍ସୋଡିଅକ୍ସିକୋଲିକ ଏସିଡ (ursodeoxycholic acid (UDCA) ଦିଆଯାଏ ଯାହା ରୋଗର ପ୍ରଗତିକୁ ମନ୍ଥର କରିଥାଏ | [୬] ଓବେଟିକୋଲିକ୍ ଏସିଡ୍ (OCA) ମଧ୍ୟ ବ୍ୟବହୃତ ହୋଇପାରେ | [୬]ଜଟିଳତା ଥିଲେ ତାହାର ପରିଚାଳନା ନିମନ୍ତେ ପ୍ରୟାସ କରାଯାଏ | [୨] ଯକୃତ ବିଫଳତା ସୃଷ୍ଟି ହୋଇଥିଲେ ଯକୃତ ପ୍ରତିରୋପଣ କରାଯାଇପାରେ | [୬]

ପିବିସି ପ୍ରାୟ ୨୫୦୦ରୁ ୫୨୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ | [୭] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୯ ଗୁଣ ଅଧିକ ହୋଇଥାଏ। [୨] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଲୋକମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [୨] ଏହାକୁ ଅତି କମରେ ୧୮୫୧ ମସିହାରୁ ବର୍ଣ୍ଣନା କରାଯାଇଛି ଏବଂ ୧୯୪୯ ମସିହାରେ ଏହାର ନାମ "ପ୍ରାଥମିକ ବିଲିୟାରି ସିରୋସିସ୍" ରଖାଯାଇଥିଲା। [୯] [୧୦] ଯେହେତୁ ଏହି ରୋଗରେ ସିରୋସିସ୍ ଦେଖାଯାଏ ତେଣୁ ଏହାର ନୂତନ ନାମକରଣ ସନ ୧୯୧୪ରେ "ପ୍ରାଥମିକ ବିଲିୟାରି କୋଲାଙ୍ଗାଇଟିସ୍"କୁ ପରିବର୍ତ୍ତନ କରାଯାଇଥିଲା। [୧୧]  

ଆଧାର ସମ୍ପାଦନା

  1. "Primary Biliary Cholangitis". NORD (National Organization for Rare Disorders). Retrieved 11 February 2021.
  2. ୨.୦ ୨.୧ ୨.୨ ୨.୩ Pandit, S; Samant, H (January 2020). "Primary Biliary Cholangitis". PMID 29083627. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Definition & Facts of Primary Biliary Cholangitis (Primary Biliary Cirrhosis) | NIDDK". National Institute of Diabetes and Digestive and Kidney Diseases. Retrieved 12 February 2021.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. "Primary Biliary Cholangitis". NORD (National Organization for Rare Disorders). Retrieved 12 February 2021.
  6. ୬.୦ ୬.୧ ୬.୨ ୬.୩ ୬.୪ "Primary biliary cholangitis". rarediseases.info.nih.gov. Retrieved 12 February 2021.
  7. ୭.୦ ୭.୧ Boonstra K, Beuers U, Ponsioen CY (2012). "Epidemiology of Primary Sclerosing Cholangitis and Primary Biliary Cirrhosis: A Systematic Review". Journal of Hepatology. 56 (5): 1181–1188. doi:10.1016/j.jhep.2011.10.025. PMID 22245904.
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; NORD2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. Dauphinee, James A.; Sinclair, Jonathan C. (July 1949). "Primary Biliary Cirrhosis". Canadian Medical Association Journal. 61 (1): 1–6. PMC 1591584. PMID 18153470.
  10. Saeian, Kia; Shaker, Reza (2016). Liver Disorders: A Point of Care Clinical Guide (in ଇଂରାଜୀ). Springer. p. 253. ISBN 978-3-319-30103-7.
  11. Tazuma, Susumu; Takikawa, Hajime (2016). Bile Acids in Gastroenterology: Basic and Clinical (in ଇଂରାଜୀ). Springer. p. 110. ISBN 978-4-431-56062-3.