ପୁରୀ ବେଳାଭୂମି ମହୋତ୍ସବ

ଉପକ୍ରମ- ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଓ ଲୋକପ୍ରିୟ ପର୍ବ ।[୧] ପ୍ରତିବର୍ଷ ନଭେମ୍ବର ମାସ ୨୩ଠାରୁ ୨୭ ତାରିଖ ଯାଏ ଏହା ପାଳିତ ହୋଇଥାଏ । ଠିକ୍ ୫ ଦିନ ଯାଏ ଖୁବ୍ ନିଷ୍ଠା ଓ ଆଡମ୍ବର ସହକାରେ ଏ ପର୍ବଟି ପାଳିତ ହୋଇଥାଏ । ଏହି ସମୟରେ ପୁରୀ ବେଳାଭୂମି ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ସ୍ଥଳୀ ପାଲଟିଯାଏ । ଓଡ଼ିଶାର ପ୍ରଥମ ବେଳାଭୂମି ମହୋତ୍ସବ "୨୯ ଅକ୍ଟୋବର ୧୯୯୩" ମସିହାରେ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ୍ ବିଜୁ ପଟ୍ଟନାୟକଙ୍କଦ୍ୱାରା ଏହାର ଶୁଭାରମ୍ଭ ହୋଇଥିଲା ।[୨] ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟ, ପରମ୍ପରା ଓ କ୍ରୀଡାକୁ ଗୋଟିଏ ମଞ୍ଚରେ ବିଶ୍ୱ ଦରବାର ସମ୍ମୁଖରେ ପରିଚିତ କରାଇବା । ପୁରୀ ଘରୋଈ ହୋଟେଲ୍ ସଙ୍ଗଠନ(ଏଚ୍ ଏ ପି), ଅନ୍ୟ ଆୟୋଜକ(ଯଥା-ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ଭାରତ ସରକାର)ଙ୍କ ସହାୟତାରେ ଏହାର ଆୟୋଜନ କରିଥାଏ ।[୩]

ବିଶେଷତ୍ୱସମ୍ପାଦନ କରନ୍ତୁ

ପୁରୀ ବେଳାଭୂମି ମହୋତ୍ସବ ସମସ୍ତ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ନିଜର ସାଂସ୍କୃତିକ ସଂଧ୍ୟା ଓ ବିଭିନ୍ନ କଳା ପ୍ରଦର୍ଶନୀଦ୍ୱାରା ମନ୍ତ୍ରମୁଗ୍ଢ କରିଥାଏ ।[୪] ସମବେତ ସାଂସ୍କୃତିକ କାର୍ଯ୍ୟକ୍ରମ ଠରୁ ଆରମ୍ଭ କରି ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ, ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରଦର୍ଶନୀ, ବାଲୁକା ଶିଳ୍ପକଳା ପ୍ରଦର୍ଶନୀ, ଫେସନ୍ ଶୋ, ବେଳାଭୂମି କ୍ରୀଡା ପ୍ରତିଯୋଗିତା ଇତ୍ୟାଦି ପର୍ଯ୍ୟନ୍ତ, ବିଭିନ୍ନ ବର୍ଗ ଓ ସମୂଦାୟର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ବିବିଦ୍ଧତା ରୂପି କର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ । ଏହି ମହୋତ୍ସବ କେବଳ ଲୋକଙ୍କ ମନୋରଞ୍ଜନ କରେ ତାହା ନୁହଁ, ବରଂ ବିଭିନ୍ନତା ଭିତରେ ଏକତା କେମିତି ବଜାୟ ରଖାଯାଇ ପାରେ ତାହାର ସନ୍ଦେଶ ବିଶ୍ୱକୁ ଦେଇଥାଏ ।

ମୁଖ୍ୟ ଆକର୍ଷଣସମ୍ପାଦନ କରନ୍ତୁ

ପୁରୀ ବେଳାଭୂମି ମହୋତ୍ସବ ଓଡ଼ିଶାର ସ୍ଥାନୀୟ ଲୋକ ଓ ସଂସ୍କୃତି ବିଷୟରେ ଜାଣିବା ନିମନ୍ତେ, ପର୍ଯ୍ୟଟକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଥାଏ । ପୁରୀ ବେଳାଭୂମି ମହୋତ୍ସବ ସମୟରେ ଦର୍ଶକ ଓ ପର୍ଯ୍ୟଟକମାନଙ୍କ ଆମୋଦ ଓ ପ୍ରମୋଦ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକ ହେଲା:-[୫]

  • ଜାତୀୟ ଓ ଆନ୍ତର୍ଯାତୀୟ ସ୍ତରର ସାଂସ୍କୃତିକ କାର୍ଯ୍ୟକ୍ରମ
  • ଶାସ୍ତ୍ରୀୟ ସଙ୍ଗୀତ
  • ଲୋକ ସଙ୍ଗୀତ
  • ପାରମ୍ପରିକ ହସ୍ତତନ୍ତ କଳା ପ୍ରଦର୍ଶନୀ
  • ଖାଦ୍ୟ ପ୍ରଦର୍ଶନୀ
  • ବାଲୁକା ଶିଳ୍ପକଳା ପ୍ରଦର୍ଶନୀ
  • ଫେସନ୍ ଶୋ
  • ବେଳାଭୂମି କ୍ରୀଡା ପ୍ରତିଯୋଗିତା(ଭଲିବଲ୍, କବାଡି, ମାଲ୍ ଖମ୍ବ, ନୌକା ସନ୍ତରଣ ପ୍ରତିଯୋଗିତା ଇତ୍ୟାଦି)

ଛବି ସଂକଳନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. "Puri beach festival". Odisha tourism. Retrieved 20 August 2015.
  2. "First Puri Beach Festival". Maps of India. Retrieved 20 August 2015.
  3. "Beach Festival Information". Shrikhetra. Retrieved 20 August 2015.
  4. "Odisha Tourism". Tourism of Odisha. Retrieved 20 August 2015.
  5. "Festivals of India". Pan India Internet Private Limited (PIIPL). Retrieved 20 August 2015.