ପୀତାମ୍ବର ତରାଇ

ଭାରତୀୟ ଦଳିତ ଓଡ଼ିଆ ଲେଖକ

ପୀତାମ୍ବର ତରାଇ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୧][୨] କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, ଜଗତ୍‌ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।[୩]

ପୀତାମ୍ବର ତରାଇ
Born
ପୀତାମ୍ବର ତରାଇ‌

୧୯୫୯
Nationalityଭାରତୀୟ
Spouseସରିତା ତରାଇ
Childrenଅଗ୍ନି, କ୍ରୀଷ୍ଣା, ଲିପ୍ସା, ବିଦାୟୀ ବର୍ଷା
Parentହାଡ଼ିବନ୍ଧୁ ତରାଇ
ପଞ୍ଚେଇ ଦେବୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

କବିତା ସଂକଳନ ସମ୍ପାଦନା

  • ବୁନ୍ଦେ ଲୁହର ପିଠିରେ ସମୁଦ୍ର - ୧୯୮୭
  • ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି - ୧୯୯୦
  • ଆଦିପର୍ବ - ୧୯୯୪
  • ଶେଷ ହେବାଯାଏ - ୧୯୯୭
  • ଦେହ ଦଶବିଶା - ୧୯୯୭
  • ଚିରା-ଚଇତର ଚିଠା - ୨୦୦୨
  • ରାଗ ରୁଦ୍ରାକ୍ଷରୀ - ୨୦୦୪
  • ସଇରାତ ଶତକ - ୨୦୦୬[୪]
  • ଇତର - ୨୦୦୭
  • ଶୂଦ୍ରକର ଶ୍ଳୋକ - ୨୦୦୮
  • ଅଭାଜନ - ୨୦୧୦
  • ପିଛିଲା ତାରିଖ ଓ ଅନ୍ୟାନ୍ୟ କବିତା
  • ଶେଷ ହେବାଯାଏ[୫]

ଶିଶୁ ସାହିତ୍ୟ ସମ୍ପାଦନା

  • ଲହ ଲହକା ପତର ବଙ୍କା

ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ଅଭାଜନ ପାଇଁ) - ୨୦୧୨[୬]
  • ପ୍ରଜାତନ୍ତ୍ର କବିତା ପୁରସ୍କାର
  • ଚନ୍ଦ୍ରଭାଗା କବିତା ପୁରସ୍କାର
  • ବସନ୍ତ ମୁଦୁଲି କବିତା ପୁରସ୍କାର
  • ତୀର ତରଙ୍ଗ କବିତା ପୁରସ୍କାର
  • ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନ
  • ଦଧିଚୀ ସମ୍ମାନ[୭]
  • ଧ୍ୱନୀ ପ୍ରତିଧ୍ୱନୀ କବିତା ସମ୍ମାନ
  • ଗୋକର୍ଣ୍ଣିକା କବିତା ସମ୍ମାନ[୮]

ଆଧାର ସମ୍ପାଦନା

  1. Joshil K. Abraham; Judith Misrahi-Barak (24 July 2015). Dalit Literatures in India. Taylor & Francis. pp. 194–. ISBN 978-1-317-40879-6.
  2. http://www.thehindu.com/todays-paper/tp-national/tp-otherstates/sahitya-akademi-hosts-literary-meet/article704736.ece
  3. ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪
  4. http://nationallibrary.gov.in/showdetails.php?id=227086
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୨୯- ନଭେମ୍ବର ୯ ପୃଷ୍ଠା ୨. Retrieved 2 November 2016.
  6. http://odishasahityaakademi.org/sahitya-award12.php
  7. http://www.dailypioneer.com/state-editions/bhubaneswar/2015-11-18-114729.html
  8. "ବ୍ୟକ୍ତିତ୍ୱ". No. ନିତିଦିନ ୨୨/୧୧/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 22 November 2019.