ପାପଡ଼ାହାଣ୍ଡି

(ପାପଡାହାଣ୍ଡିରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପାପଡ଼ାହାଣ୍ଡି
ପାପଡ଼ାହାଣ୍ଡି
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାନବରଙ୍ଗପୁର
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)

ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ,ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି [୧] ପଞ୍ଚାୟତ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ । ତୂରୀ ନଦୀ କୂଳର, ଏହି ସ୍ଥାନରେ ଇଂରେଜ ପୁଲିସ ୨୬ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗୁଳି କରି ହତ୍ୟା କରିଥିଲା । ଏଠାରେ ଥିବା ବହୁ ପୁରାତନ ଶିବ ମନ୍ଦିର ମଧ୍ୟ ଏକ ପର୍ଯ୍ୟଟକ ଆକର୍ଷଣର ସ୍ଥଳ ।[୨][୩]

ସ୍ୱାଧୀନତା ସଂଗ୍ରାମରେ ଅବଦାନ ସମ୍ପାଦନା

୧୯୪୨ ମସିହା ଅଗଷ୍ଟ ମାସ ୨୪ ତାରିଖ[୪] ଦିନ ବାଘ ସିଉନି ଗ୍ରାମର ସଂଗ୍ରାମୀ ମାଧବ ପଧାନୀଙ୍କ[୫] ନେତୃତ୍ୱରେ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀ ଗୁମ୍ମାଗୁଡାଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଡାବୁଗାଁ ଦିଗରେ ଅଗ୍ରସର ହେଉଥିଲେ[୪] । ଏହି ଶୋଭାଯାତ୍ରାର ଖବର ଗୁପ୍ତଚରମାନେ ପାପଡ଼ାହାଣ୍ଡି ଥାନାର ଅଧିକାରୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ଜଣାଇଲେ । ରାମକୃଷ୍ଣ ପଟ୍ଟନାୟକ ନିଜ କୁକାର୍ଯ୍ୟ ପାଇଁ "କଳାନାଗ" ନାମରେ ପରିଚିତ ଥିଲେ । ଆସନ୍ନ ବିପଦ ଆଶଙ୍କାରେ ସଶସ୍ତ୍ର ଫୌଜ ପ୍ରସ୍ତୁତ କରାଗଲା । ଶୋଭାଯାତ୍ରା ପଥରେ ତୂରୀ ନଦୀରେ ଥିବା କାଠପୋଲ ପାରି ହେଉଥିବା ସମୟରେ, ନଦୀର ଆରପାଖରେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ଇଂରେଜ ପୁଲିସ, ଶୋଭାଯାତ୍ରାକାରୀଙ୍କୁ ଆଗକୁ ବଢିବାକୁ ବାରଣ କରିଥିଲା । ଏହାକୁ ଅମାନ୍ୟ କରି ସ୍ୱାଧୀନତା ସଂଗ୍ରାମୀମାନେ ଆଗେଇ ଚାଲିବାରୁ, ଇଂରେଜ ପୁଲିସ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଟାଙ୍ଗିଆ ଜଣେ ଇଂରେଜ ପୁଲିସ କର୍ମଚାରୀଙ୍କ କାନରେ ବାଜିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଇଂରେଜ ପୁଲିସ ଅତର୍କିତ ଗୁଳିଚାଳନା କରିଥିଲେ । ଅନେକ ସ୍ୱାଧୀନତା ସଂଗ୍ରାମୀ ସେହି କାଠପୋଲ ଉପରେ ଟଳି ପଡ଼ିଥିବା ବେଳେ, ଆଉ କେତେକ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବିକଳରେ ଉଛୁଳା ନଈରେ ଡେଇଁପଡ଼ି ପ୍ରାଣ ହରାଇଥିଲେ । ପୁଲିସ ଲାଠି ଓ ବନେଟ ମାଡରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ । ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ । ଅନେକ ଗୁରୁତର ଆହାତ ମଧ୍ୟ ହୋଇଥିଲେ । ୧୦୪ଜଣ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା ।[୬]

ସହିଦମାନଙ୍କ ତାଲିକା ସମ୍ପାଦନା

  • ବସ୍ତିଆ ଭତରା, ଦଳେଇଗୁଡା
  • ସୁଦୁ ଭତରା, ନନ୍ଦାହାଣ୍ଡି
  • ବଳି ସଉରା, ତଣ୍ଡା
  • ବୁଦୁ ଅମନାତ୍ଯ, ଉମୁରିପଦର
  • ରତନ ରନ୍ଧାରୀ, ତୁରୁଞ୍ଜି
  • ଶୁକ୍ରୁ ମୁଦୁଲି, ମୁର୍ଲାବାର
  • ଖଗପତି ଅମନାତ୍ଯ, କଙ୍ଗ୍ରା
  • ଭରତ ପୂଜାରୀ, ଉସୁରିପଦର
  • ରାମଚନ୍ଦ୍ର ଅମନାତ୍ଯ, ଫୁସୁଗାଁ
  • ଘାସିଜାନି, ନୂଆଗାଁ
  • ବୁଦୁ ଅମନାତ୍ଯ, ତୁରୁଞ୍ଜି
  • ଜଗନ୍ନାଥ ଅମନ୍ଯତ, ପାତ୍ରପୁଟ
  • ସଦେବ ପୁଜାରୀ, ପତେଇଗୁଡା
  • ମଙ୍ଗରୁ ଭତରା, ଉମରିଗାଁ
  • ଆନନ୍ଦ ଗୌଡ, ଦୁଃଖୁଗୁଡା
  • ପରମାନନ୍ଦ ସଉରା, ମନ୍ତ୍ରିଗୁଡା
  • ଭଗବାନ ଭତରା, ମନ୍ତ୍ରିଗୁଡା
  • ଶ୍ୟାମ ସୁନ୍ଦରଗୌଡ, ସରୁଗୁଡା

ପାପଡାହାଣ୍ଡି ଏହି ସହିଦମାନଙ୍କ ସ୍ମୃତିରେ, ତୂରୀ ନଦୀ କୂଳରେ ନିର୍ମାଣ କରାଯାଇଛି 'ସହିଦ ମିନାର' । ଏହି 'ସହିଦ ମିନାର' ଭିତରେ ରହିଛି, 'ସହିଦ ସ୍ମୃତି ସ୍ତମ୍ଭ' । ପ୍ରତେକ ବର୍ଷ ଅଗଷ୍ଟ ମାସ ୨୪ ତାରିଖରେ ଏଠାରେ ରାଜ୍ୟସ୍ତରୀୟ ସହିଦ ସ୍ମୃତି ଦିବସ ପାଳନ କରାଯାଏ ।[୭]

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା