ପଧାନପଡ଼ା

ଓଡ଼ିଶାର ଏକ ଗାଁ
(ପଧାନପଡାରୁ ଲେଉଟି ଆସିଛି)

ପଧାନପଡ଼ା, ଭାରତ ଦେଶରେ ଓଡ଼ିଶା ରାଜ୍ୟ କନ୍ଧମାଳ ଜିଲ୍ଲା ଟିକାବାଲି ତହସିଲର ଏକ ଛୋଟ ଗ୍ରାମ ଅଟେ । ଏହା ଜିଲ୍ଲା ମୁଖ୍ୟ କାର୍ଯ୍ୟଳୟ ଫୁଲବାଣୀ(କନ୍ଧମାଳ)ରୁ ପ୍ରାୟ ୨୮ କିଲୋମିଟର ଦୂରରେ ଦକ୍ଷିଣ ଦିଗରେ ଅବସ୍ଥିତ । ଟିକବାଲିରୁ ପ୍ରାୟ ୧୦ କିଲୋମିଟର ଦୂରରେ ଅବସ୍ଥିତ । ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପ୍ରାୟ ୧୮୯ କିଲୋମିଟର ଦୂରରେ ଏହା ଅବସ୍ଥିତ ।

ପଧାନପଡ଼ାର ମାନଚିତ୍ର

ପଧାନପଡ଼ାର ପିନ୍ ୭୬୨୦୧୦ ଅଟେ ଏବଂ ଡାକ ମୁଖ୍ୟ କାର୍ଯ୍ୟଳୟ ପାବୁରିୟାରେ ଅବସ୍ଥିତ ।

କଇଁଝର ( ୪ କି.ମି ), ଟିକାବାଲି (୧୦ କି.ମି ), ସଂକରାଖୋଲ ( ୭ କି.ମି ), ବେହେରାଗାଁ ( ୧୦ କି.ମି ), ବଡିମୁଣ୍ଡା (୧୧କି.ମି ) ଏହି ଗ୍ରାମ ଗୁଡ଼ିକ ପଧାନପଡ଼ାର ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକ ଅଟେ ।

ପଧାନପଡ଼ାର ପଶ୍ଚିମରେ ଚକାପାଦ ତହସିଲ, ଉତ୍ତରରେ ଖଜୁରୀପଡା ଓ ଫୁଲବାଣୀ ତହସିଲ, ଦକ୍ଷିଣରେ ଜି.ଉଦୟଗିରି ତହସିଲ ଅବସ୍ଥିତ ।

ଫୁଲବାଣୀ, ବ୍ରହ୍ମପୁର, ଆସିକା, ବଲାଂଗିରି ଏବଂ ହିଂଜିଳିକୁଟ ପଧାନପଡ଼ାର ନିକଟବର୍ତ୍ତୀ ସହରଗୁଡ଼ିକ ଅଟେ ।

ଏହି ଗ୍ରାମରେ ୫ ଜାତିର ଲୋକମାନେ ବାସ କରନ୍ତି, ଏଠାରେ ବାସ କରୁଥିବା ଲୋକମାନେ ମୁଖ୍ୟତଃ ଓଡ଼ିଆ, ଫୁଲବାଣୀ ଓଡ଼ିଆ, କୁଇ ଭାଷା କହନ୍ତି । ହିନ୍ଦୀ, ତାମିଲ୍, ମାଲାଲିୟମ୍ ଏବଂ ଇଂରାଜୀ ଭାଷା ମଧ୍ୟ କହନ୍ତି । ଏଠାରେ ମୁଖ୍ୟତଃ ହିନ୍ଦୁ, ଖ୍ରୀଷ୍ଟିୟାନ ଏବଂ ଜୈନ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ବାସ କରନ୍ତି । ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଗଂନବାଡି ମଧ୍ୟ ଅଛି ।

୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୬୭୦ ଏବଂ ଘର ଗୁଡ଼ିକର ସଂଖ୍ୟା ପ୍ରାୟ ୧୬୨ ଅଟେ । ଏହି ଗ୍ରାମର ସାକ୍ଷାରତା ହାର ପ୍ରାୟ ୪୫.୭% ଅଟେ ।[୧]

ଆଧାର ସମ୍ପାଦନା

  1. "Padhanpada Village Population - Tikabali - Kandhamal, Orissa". www.census2011.co.in. Retrieved 2019-06-08.