ପଦ୍ମାବତୀ ବନ୍ଦୋପାଧ୍ୟାୟ

ଭାରତୀୟ ବାୟୁ ସେନାର ପ୍ରଥମ ମହିଳା ଏୟାର ମାର୍ଶାଲ

ପଦ୍ମାବତୀ ବନ୍ଦୋପାଧ୍ୟାୟ (ଜନ୍ମ ୪ ନଭେମ୍ବର ୧୯୪୪) ଭାରତୀୟ ବାୟୁ ସେନାର ପ୍ରଥମ ମହିଳା ଏୟାର୍ ମାର୍ଶାଲ୍ । ସେ ଦ୍ୱିତୀୟ ମହିଳା ଭାବେ, ଲ୍ୟୁଟ୍‌ନାଣ୍ଟ୍ ଜେନେରାଲ୍ ପୁନିତା ଅରୋରାଙ୍କ ପରେ, ଭାରତୀୟ ସେନାରେ ତିନି ତାରା ଅଧିକାରୀକୁ ପଦୋନ୍ନତି ପାଇଥିଲେ ।

ପଦ୍ମାବତୀ ବନ୍ଦୋପାଧ୍ୟାୟ
ଜନ୍ମ(1944-11-04)୪ ନଭେମ୍ବର ୧୯୪୪
ତିରୁପତି, ଆନ୍ଧ୍ରପ୍ରଦେଶ, ଭାରତ
ନିଯୁକ୍ତିଦାତାଭାରତ

ବୃତ୍ତି ସମ୍ପାଦନା

ବନ୍ଦୋପାଧ୍ୟାୟ ୧୯୪୪ରେ ଆନ୍ଧ୍ରପ୍ରଦେଶର ତିରୁପତିଠାରେ ଜନ୍ମ ହୋଇଥିଲେ । ସେ ନୂଆଦିଲ୍ଲୀରେ ବଢ଼ିଥିଲେ ଓ କିରୋରି ମାଲ୍ ମହାବଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ୧୯୬୮ରେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲା । ସେ ବାୟୁ ସେନା ଅଧିକାରୀ ଏସ୍ଏନ୍ ବ‌ନ୍ଦୋପାଧ୍ୟାୟଙ୍କୁ ବିବାହ କରିଥିଲେ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସେବା ପାଇଁ ତାଙ୍କୁ ବିଶିଷ୍ଟ ସେବା ମଣ୍ଡଳ ଉପାଧି ମିଳିଥିଲା । ସେ ଭାରତର ଏରୋସ୍ପେସ୍ ମେଡ଼ିକାଲ୍‌ରେ ପ୍ରଥମ ମହିଳା ଥିଲେ ଓ ଉତ୍ତର ଗୋଲାର୍ଦ୍ଧରେ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ । ସେ ମଧ୍ୟ ପ୍ରଥମ ମହିଳା ଅଧିକାରୀ ଭାବେ ୧୯୭୮ରେ ପ୍ରତିରକ୍ଷା ସେବା ସ‌ହକର୍ମୀ ମହାବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ବାୟୁ ମୁଖ୍ୟ କାର୍ଯ୍ୟାଳୟରେ ଡାକ୍ତରୀ ସେବା ସାଧାରଣ ନିର୍ଦ୍ଦେଶକ ଥିଲେ । ୨୦୦୨ରେ ସେ ପ୍ରଥମ ମହିଳା ଭାବେ ବାୟୁ ଉପ ମାର୍ଶାଲ୍ (ଦୁଇ ତାରା ଅଧିକାରୀ)କୁ ପଦୋନ୍ନତି ପାଇଥିଲେ । ସେ ଜଣେ aviation medicine ପ୍ରଶିକ୍ଷିତ ଓ ନ୍ୟୁୟର୍କ ଏକାଡ଼େମୀ ଅଫ୍ ସାଇନ୍ସ୍‌ର ସଦସ୍ୟ ।[୧][୨]

ସମ୍ମାନ ସମ୍ପାଦନା

  • ବିଶିଷ୍ଟ ସେବା ପଦକ, ଜାନୁଆରୀ ୭୩
  • ଇନ୍ଦିରା ପ୍ରିୟଦର୍ଶିନୀ ସମ୍ମାନ
  • ଅତି ବିଶିଷ୍ଟ ସେବା ପଦକ, ଜାନୁଆରୀ ୨୦୦୨
  • ପରମ ବିଶିଷ୍ଟ ସେବା ପଦକ, ଜାନୁଆରୀ ୨୦୦୬

[୩][୪]

ଆଧାର ସମ୍ପାଦନା

  1. IANS (1 October 2004). [http:// — P.S. timesofindia.indiatimes.com/articleshow/870688.cms "Indian Air force gets first woman air marshal"]. Times of India. Retrieved 8 April 2010. {{cite web}}: Check |url= value (help)
  2. Joshi, Payal (2 October 2004). "India's Pride - Padmavathy Bandhopadhyay First woman Air Marshal". India Star. Archived from the original on 31 January 2010. Retrieved 8 April 2010.
  3. http://www.anusandhan.net/women/suc_padma.htm
  4. http://www.bharat-rakshak.com/IAF/Database/11528