ପଞ୍ଜାବୀ ଶେଖ
ପଞ୍ଜାବୀ ଶେଖ (ଉର୍ଦ୍ଦୁ: پنجابی شيخ) ଦକ୍ଷିଣ ଏସିଆରେ ଶେଖମାନଙ୍କର ଏକ ମୁଖ୍ୟ ଶାଖା
ସମୁଦାୟ ଜନସଂଖ୍ୟା | |
---|---|
10 million | |
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
• Pakistan • Europe • United States • Canada • Australia • Dubai • Saudi Arabia • United Kingdom • India | |
ଭାଷାସମୂହ | |
• ପଞ୍ଜାବୀ • ଇଂରାଜୀ • ଉର୍ଦ୍ଦୁ | |
ଧର୍ମ | |
• ଇସଲାମ ୧୦୦% | |
ସମ୍ବନ୍ଧିତ ସମ୍ପ୍ରଦାୟ | |
• ଦକ୍ଷିଣ ଏସିଆରେ ଶେଖ • ଖତ୍ରୀମାନେ • ଲାମ୍ବୋଜ/କାମ୍ବୋହ/କାମ୍ବୋଜା • ମୁସଲିମ ରାଜପୁତମାନେ • ଲୋହାର • ଆରେନ |
ନାମ
ସମ୍ପାଦନାଶେଖ (ଆରବୀୟ ଓ ପଞ୍ଜାବୀ: شيخ ), ହେଉଛି ଏକ ଆରବୀୟ ଶବ୍ଦ, ଯାହାର ଅର୍ଥ ଏକ ଜାତିରେ ଯେ ବଡ଼, ଭଗବାନ, ପୂଜ୍ୟ ବୟସ୍କ ବ୍ୟକ୍ତି କିମ୍ବା ମୁସଲିମ ଜ୍ଞାନୀ ବ୍ୟକ୍ତି ।ଦକ୍ଷିଣ ଏସିଆରେ ଏହା ମୁସଲିମ ପରିବାରମାନଙ୍କରେ ସମ୍ମାନଜନକ ଆଖ୍ୟା ହିସାବରେ ବ୍ୟବହାର କରାଯାଏ । ୭୧୩ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଏସିଆରେ ମୁସଲିମ ଶାସନ ଆରମ୍ଭ ହେବା ପରେ, ମୁସଲିମ ପ୍ରବକ୍ତା, ଶାସକ, ସୈନ୍ୟ, ବ୍ୟବସାୟୀ, ନିର୍ମାତା, ଶିକ୍ଷକ, ଧର୍ମତତ୍ତ୍ୱବିତ, ଓ ସୁଫି ଭ୍ରମଣକାରୀ, ପୃଥିବୀର ଅନ୍ୟ ମୁସଲିମ ଅଞ୍ଚଳରୁ ଦକ୍ଷିଣ ଏସିଆର ମୁସଲିମ ଶାସିତ ଅଞ୍ଚଳକୁ ଆସିଥିଲେ ଓ ସେଠାରେ ସ୍ଥାୟୀ ଭାବେ ବସବାସ କରିଥିଲେ ।
ଦକ୍ଷିଣ ଏସିଆରେ, ମୁସଲିମ ଆଗମନ ପରେ ପଞ୍ଜାବ ଅଞ୍ଚଳରେ କିଛି ଉଚ୍ଚ ଜାତି (ବ୍ରାହ୍ମଣ ଓ କ୍ଷତ୍ରିୟ) ମୁସଲିମ ଧର୍ମକୁ ପରିବର୍ତ୍ତିତ ହୋଇଥିଲେ ଓ ଏହି ଆଖ୍ୟା ଧାରଣ କରିଥିଲେ । ସେମାନଙ୍କୁ ପଞ୍ଜାବୀ ଶେଖ କୁହାଯାଉଥିଲା (ପଞ୍ଜାବୀରେ) پنجابی شيخ । ପଞ୍ଜାବୀ ଶେଖ ମୁଖ୍ୟତଃ ସହରବାସୀ ଓ କୃଷକ ଶ୍ରେଣୀର ନୁହଁ, ମାତ୍ର ପଶ୍ଚିମ ଜିଲ୍ଲାରେ କେତେକ ପରିବାର ନିଜ ଜମି ଚାଷ କରୁଥିଲେ । ସେମାନଙ୍କର ମୁଖ୍ୟ ପେଶା ଥିଲା ବ୍ୟବସାୟ ଓ ସାମାଜିକ କାର୍ଯ୍ୟ । ପଞ୍ଜାବରେ ସେମାନେ ଧରାବନ୍ଧା ଭାବେ ବ୍ୟବସାୟରେ ସୂକ୍ଷ୍ମଦର୍ଶିତା ଲାଭ କରିଥିଲେ । ବହୁ ରାଜପୁତ ବଂଶ ୧୨ଶ ଶତାବ୍ଦୀରେ ଇସଲାମକୁ ପରିବର୍ତ୍ତିତ ହୋଇଥିଲେ ଓ ଆରବ ଶାସକ ବା ପିରଙ୍କଦ୍ୱାରା ଶେଖ ଆଖଜ୍ୟା ପାଇଥିଲେ । ଶେଖ ରାଜପୁତ ଇସଲାମ ଗ୍ରହଣ କରିବାରେ ସବୁଠାରୁ ପୁରୁଣା ରାଜପୁତ ଥିଲେ । ଅନ୍ୟ ଏକ ଉଦାହରଣ ଭାବେ ଖ୍ୱାଜା ଶେଖ, ତାଙ୍କର ଚିନିଓତିସ ପ୍ରଦେଶ ସହ ଓ କାନୁଙ୍ଗୋ ଶେଖ ଅନ୍ୟ ଦୁଇ ଜାତି ଭାବେ ଇସଲାମ ଗ୍ରହଣ କରିଥିଲେ ।
୧୯୪୭ରେ ପାକିସ୍ତାନ ସ୍ୱାଧୀନତା ପାଇବା ପୂର୍ବରୁ, ଖତ୍ରୀମାନେ ପଞ୍ଜାବର ସମସ୍ତ ଅଞ୍ଚଳରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମ ଜିଲ୍ଲାରେ ରହୁଥିଲେ । ସମସ୍ତ ଶ୍ରେଣୀର ଲୋକ ଯଥା: ଖତ୍ରୀ, ରାଜପୁତ, ଗୁଜ୍ଜର, ଗଖର, ପ୍ରଭୃତି; ଇସଲାମକୁ ପରିବର୍ତ୍ତିତ ହୋଇଥିଲେ । ସିଦ୍ଦିକୀ ଶେଖ, କ୍ୟୁରେଶୀ ଶେଖ, ଆବାସୀ ଏହି ପରିବର୍ତ୍ତିତ ମୁସଲିମମାନଙ୍କର ଉତ୍ତରାଧିକାରୀ । ସେମାନେ ପଞ୍ଜାବରେ ପଞ୍ଜାବୀ କହୁଥିବା ଶେଖ ଓ ସିନ୍ଧରେ ସିନ୍ଧୀ କହୁଥିବା ଶେଖ ଭାବେ ପରିଚିତ । ସିଦ୍ଦିକୀ ଶେଖ ଏବେ ନ୍ଧ୍ୟ ଉତ୍ତର ଭାରତ ବିଶେଷ ଭାବରେ ଉତ୍ତରପ୍ରଦେଶ, ହରିୟାଣା ଓ ବିହାର, ପଶ୍ଚିମ୍ବଙ୍ଗ, ହାଇଦ୍ରାବାଦର କିଛି ଅଞ୍ଚଳରେ ଦେଖାଯାଆନ୍ତି ।
ଇସମାଇଲି ଇସଲାମକୁ ଉଚ୍ଚ ଜାତି ପରିବର୍ତ୍ତନ ବେଳେ, ମୋହୟାଲ ସହ ସାରସ୍ୱତ ବ୍ରାହ୍ମଣ ଶେଇଖ ଆଖ୍ୟା ଗ୍ରହଣ କରିଥିଲେ ।
ଇସଲାମ ଗ୍ରହଣ କରିଥିବା ସମସ୍ତ ମୁସଲିମ ରାଜପୁତଙ୍କୁ ଶେଖ କୁହାଗଲା ଓ ମୋଗଲମାନଙ୍କ ପୂର୍ବଜଙ୍କ କଥା ଖିଲା ବେଳେ ଏହି ଜାତି କଥା ଉଲ୍ଲେଖ କରାଯାଏ, ଯେପରି କି ଜାହିର ଉଦ୍ ଦିନ ବାବରଙ୍କ ପିତା । ସେମାନେ ରାଜକୀୟ ନାମ ଅନୁସାରେ ମୋଗଲ ନାମ ବ୍ୟବହାର କରୁଥିଲେ, ମାତ୍ର ସେମାନେ ପ୍ରକୃତରେ ଶେଖ ଥିଲେ । ଏହି ନାମ ମଧ୍ୟ ପୂର୍ବର ଅଧୀନସ୍ଥ ରାଜ୍ୟର ରାଜାମାନଙ୍କ ପାଇଁ ଆରବୀୟ ଭାଷାରେ ବ୍ୟବହାର କରାଯୌଥିଲା ।
ଇସମାଇଲି ଶେଖ
ସମ୍ପାଦନାହିନ୍ଦୁ ବ୍ରାହ୍ମଣ, କ୍ଷତ୍ରୀୟ, ଭାନୁଶଳୀ କଟରୀୟ (କଟରମଲ ଭାବେ ମଧ୍ୟ ଜଣାଶୁଣା) ଠାକୁର, ରାଣା, ରାଠୋର, ଭାଟି, ଚୌହାନ ଓ ଅନ୍ୟ ରାଜପୁତ ଶ୍ରେଣୀ ବିଭିନ୍ନ ଇସମାଇଲି ପୀରଙ୍କଦ୍ୱାରା ଇସଲାମକୁ ପରିବର୍ତ୍ତିତ ହୋଇଥିଲେ । ଯେଉଁମାନେ ପଞ୍ଜାବରେ ପହଞ୍ଚିଲେ, ସେମାନେ ତାଙ୍କୁ ତଥା ପୂର୍ବରୁ ପଞ୍ଜାବରେ ରହିଥିବା ଆରବ ଓ ପର୍ସିଆର ମୁସଲିମମାନଙ୍କୁ ଶେଖ ଉପାଧି ଦେଇଥିଲେ । ଇସମାଇଲିଙ୍କ ସହ କଥାବାର୍ତ୍ତା ପରେ ସୟିଦଙ୍କୁ ନିଜର ଜାତି ପରିବର୍ତ୍ତନ କରିବାକୁ ପଡ଼ୁଥିଲା, କାରଣ ବିଶ୍ୱାସ ଥିଲା ଯେ, ସୟିଦ ହିଁ କେବଳ ଇସମାଇଲି । ତେଣୁ ଶତାବ୍ଦୀ ଧରି ଶେଖମାନେ ଉଭୟ ମୁସଲିମ ଓ ହିନ୍ଦୁମାନଙ୍କଠାରୁ ସମ୍ମାନ ପାଉଥିଲେ । ପଞ୍ଜାବର ଇସମାଇଲି ଶେଖ ନିଜର ସିନ୍ଧ ଓ ଗୁଜରାଟ ସଦୃଶ ପଦାଧିକାରୀ ଖୋଜା ଜାତିଙ୍କ ଅପେକ୍ଷା କମ୍ ଜଣାଶୁଣା ଥିଲେ ।
ଖ୍ୱାଜା ଶେଖ
ସମ୍ପାଦନାଖ୍ୱାଜା ଜାତିର ସଭ୍ୟମାନେ, ଇସଲାମକୁ ପରିବର୍ତ୍ତିତ ହେବା ପରେ ଖ୍ୱାଜା ଶେଖ (ଆରବୀ: خواجہ شيخ ) ଉପାଧି ଧାରଣ କରୁଥିଲେ ଏବଂ ଦକ୍ଷିଣ ଏସିଆର ମୁସଲିମ ବଣିଜ ପରିବାର ଏହି ଜାତିରୁ ଥିଲେ । ଅରୋରା ଓ ଖୁଖରୈନ ନାମକ ଏକ ଛୋଟ ବଣିକ ଜାତି ନିଜକୁ କ୍ଷତ୍ରୀୟ ବୋଲି ମାନୁଥିଲେ ମାତ୍ର ସେମାନଙ୍କ ଉତ୍ପତ୍ତି, ଇତିହାସ, ସଂସ୍କୃଟି ଓ ଭାଷା ଭିନ୍ନ ଥିଲା ।
ଅରୋରା ଓ ଖୁଖରୈନ ମୁଲତାନୀ ବା ସେରୈକି ଭାଷା କହୁଥିଲେ ।
କାନୁନ୍ଗୋ ଶେଖ
ସମ୍ପାଦନାକାନୁନ୍ଗୋ ଶେଖ (ଛାଞ୍ଚ:Lang-fa) ପଞ୍ଜାବର ସମସ୍ତ ଜିଲ୍ଲାରେ ଦେଖାଯାଆନ୍ତି । ମୁସଲିମ ରାଜତ୍ୱରେ ସେମାନଙ୍କର ଭିନ୍ନ ବଂଶ ଓ କାନୁନ୍ଗୋ (ଆଇନ ପାଠକ) କାର୍ଯ୍ୟକ୍ଷେତ୍ରକୁ ବଂଶାନୁକ୍ରମେ ସମ୍ଭାଳଥିବା ପରିବାରର ଥିଲେ ।
ଏହି ପଦବୀ ପଞ୍ଜାବ ଓ ଭାରତ ଓ ପାକିସ୍ତାନର ଅନ୍ୟାନ୍ୟ ଅଞ୍ଚଳରେ କୌଣସି ଜିଲ୍ଲାର ସବ୍ଡ଼ିଭିଜନ୍ରେ ଭୂମି ସମ୍ପତ୍ତିର ଅନୁମୋଦନରେ ବ୍ୟବହାର ହେଉଥିଲା ।
(ନାସିର ଶେଖ, ଅଜାଜ୍ ଓ ଓମାର ଶେଖଙ୍କ ପିତା, ଜ୍ଞାନୀ କାନୁନ୍ଗୋ ଶେଖଙ୍କ ନେତା ଥିଲେ)
ସିଦ୍ଦିକି ଓ କ୍ୟୁରେଶୀ ଶେଖ
ସମ୍ପାଦନାସିଦ୍ଦିକି ଓ କ୍ୟୁରେଶୀ ପଞ୍ଜାବରେ ଦେଖାଯାଉଥିବା ଶେଖମାନଙ୍କର ଜାତିର ଅଟନ୍ତି । ଏମାନେ ମଧ୍ୟ ଉତ୍ତର ଭାରତ ଯଥା: ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ ଓ ହରିୟାଣାରେ ଦେଖାଯାଆନ୍ତି । ସେମାନେ ସାଧାରଣତଃ ଉର୍ଦ୍ଦୁ ଭାଷୀ । ଅଳ୍ପ କେତେଜଣ ମଧ୍ୟ ପଞ୍ଜାବୀ କୁହନ୍ତି ।
କାଶ୍ମୀରୀ ଶେଖ
ସମ୍ପାଦନାକାଶ୍ମୀରୀ ଶେଖ କାଶ୍ମୀର ଓ ପଞ୍ଜାବର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଅନ୍ୟ ଏକ ଜାତି । ସେମାନେ ୧୯ଶ ଓ ୨୦ଶ ଶତାବ୍ଦୀରେ କାଶ୍ମୀରରୁ ଆସିଥିଲେ । ଅଲ୍ଲାମା ଶେଖ ମହମ୍ମଦ ଇକବାଲ୍ ଏହି ଜାତିର ଅଟନ୍ତି । ମହମ୍ମଦ ଇକବାଲଙ୍କ ଜେଜେ ବାପା ୧୯ଶ ଶତାବ୍ଦୀର ଆରମ୍ଭରେ [[ସିଆଲକୋଟ]କୁ ଚାଲି ଆସିଥିଲେ ।
- ଅବଦୁଲ୍ ହଫିଜ୍ ଶେଖ, ସିଇଓ, ବିସ୍ମିଲ୍ହା ଗ୍ରୁପ୍ ଏଣ୍ଡ ବିଏନ୍ପି
- ଅଲ୍ଲାମା ଏହସାନ୍ ଇଲାହୀ ଜାହିର, ମୁସଲିମ ପଣ୍ଡିତ
- ଖ୍ୱାଜା ମହମ୍ମଦ ଶରିଫ, ଲାହୋର ଉଚ୍ଚ ନ୍ୟାୟାଳୟ, ପଞ୍ଜାବ (୨୦୦୯)ର ମୁଖ୍ୟ ନ୍ୟାୟାଧୀଶ
ଆଧାର
ସମ୍ପାଦନା- Denzil Ibbetson, Edward MacLagan, H. A. Rose, " A Glossary of The Tribes & Casts of The Punjab & North West Frontier Province", 1911, pp 502 Vol II
- Wendy Doniger, tr. "The Law of Manu", (Penguin Books, 1991 ) Verses 43-44, Chapter 10.
- A.L. Basham " The Wonder That Was India", ( Sidgwick & Jackson, 1967)
- D. Ibbetson, E.MacLagan, H.A. Rose, pp 58, Vol I
- Abu Fazal, "Ain-i-Akbari", translated by H.Blocmann & H.S. Jarrett, (Calcutta, 1873–94) 3 Vols., a gazetteer of the Mughal Empire compiled in 1590 AD.
- D. Ibbetson, E.MacLagan, H.A. Rose, pp 513–514 Vol II
ବାହ୍ୟ ଲିଙ୍କ
ସମ୍ପାଦନା- Shaikh Siddiqui Archived 2018-10-18 at the Wayback Machine.