ପଞ୍ଚ ଈଶ୍ୱରମ୍ (ଶିବଙ୍କ ପାଞ୍ଚ ବାସସ୍ଥାନ) (Tamil: பஞ்ச ஈஸ்வரங்கள், romanized: Pancha Eeswarankal) ପାଞ୍ଚୋଟି ତଟବର୍ତ୍ତୀ ପୁରାତନ ମନ୍ଦିରମାନଙ୍କୁ ବୁଝାଏ ଯେଉଁ ଗୁଡ଼ିକ ହିନ୍ଦୁ ମତରେ ଶ୍ରେଷ୍ଠ ଇଶ୍ୱର ଶିବଙ୍କୁ ସମର୍ପିତ ହୋଇଛି ଓ ଶ୍ରୀଲଙ୍କାର ପରିଧୀରେ ସ୍ଥାନ ପାଇଛି ।

ଶ୍ରୀଲଙ୍କାର ହିନ୍ଦୁ ଧର୍ମାବଲମ୍ବୀମାନେ ସର୍ବାଧିକ ପବିତ୍ର ତାମିଲ ତୀର୍ଥ ପରିସରରେ ତୀର୍ଥଯାତ୍ରା ଭକ୍ତମାନେ ପୁରାତନ ଶୈବ ସିଦ୍ଧାନ୍ତ ଦର୍ଶନ ଅନୁଗାମୀ ହୋଇ ପ୍ରତ୍ୟେକ କେନ୍ଦ୍ରୀୟ ଶିବ ମନ୍ଦିର ପରିକ୍ରମା କରନ୍ତି । ନାଗା ରାଜ୍ୟର ରାଜକୀୟ ସ୍ଥପତିମାନେ ଏହି ମନ୍ଦିରମାନଙ୍କୁ ଗଢ଼ି ଥିଲେ । ପ୍ରତ୍ୟେକ ମନ୍ଦିର ରାବଣ ତିଆରି କରିଥିବା ରେକର୍ଡ଼ ଅଛି ଓ ତାଙ୍କର ଏକ ବଂଶଜ ଯକ୍ଷ ରାଣୀ କୁବେଣୀ ଈଶ୍ୱରଙ୍କର ଭକ୍ତ ଥିଲେ । କାଳକ୍ରମେ ସେହି ମନ୍ଦିରଗୁଡ଼ିକ ସମ୍ପର୍କୀୟମାନେ ଜିଲ୍ଲା ରାଜଧାନୀରେ ଆନ୍ତର୍ଜାତୀୟ ରେକର୍ଡ଼ ଓ ପରମ୍ପରା ରଖିଥିଲେ ଓ ଏସିଆରେ ପ୍ରଭାବ ପକାଇଥିଲେ । ମନ୍ଦିରମାନଙ୍କରେ ଅଗସ୍ତ୍ୟ, ରାମ, ରାବଣ ଓ ଅର୍ଜୁନଙ୍କ ପ୍ରତିମୂର୍ତି ଶୋଭା ପାଉଛି ଓ ବେଦ ପୂର୍ବ କାଳରୁ ପ୍ରାକୃତିକ ବିପଦରୁ ସୁରକ୍ଷା ଦେବା ନିମନ୍ତେ ତିଆରି ହୋଇଥିବା ଜଣାଯାଏ ।]].[୧][୨][୩]

ଶ୍ରୀଲଙ୍କାବାସୀ, ଶ୍ରୀଲଙ୍କା ଓ ଭାରତୀୟ ରାଜାମାନଙ୍କର ଅକୁଣ୍ଠିତ ସହାୟତାରେ ବିକଶିତ ଏହି ସ୍ଥାନମାନଙ୍କୁ ଜାତି ଧର୍ମ ନିର୍ବିଶେଷରେ ଯାତ୍ରୀମାନେ ଆସି ପୂଜା କରୁଛନ୍ତି ଓ ଏଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଜୈନ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଦାନ ମଧ୍ୟ କରୁଛନ୍ତି । ଶ୍ରୀଲଙ୍କାରେ ପର୍ତୁଗୀଜ ଉପନିବେଶ ସମୟରେ ଲୁଟ ତରାଜ ଓ ଭଗ୍ନାବଶେଷ ସବୁ ୨୧ ବିଂଶ ଶତାବ୍ଦୀରେ ଖୋଲି ବାହାର କରାଯାଉଛି । ଅଧିକାଂଶ ମନ୍ଦିର ପୁନସ୍ଥାପିତ ହୋଇସାରିଛି । ଭିତ୍ତିପ୍ରସ୍ତର ଦସ୍ତାରେ ଶିଳା ଲେଖ ଅକ୍ଷୁର୍ଣ୍ଣ ରହିଛି । କୃଷି କାର୍ଯ୍ୟ ଓ ଜଳସେଚନ ନିମନ୍ତେ ନୟନାର ଇଞ୍ଜିନିୟରମାନେ ସ୍ନାନ କୁଣ୍ଡ ଓ ହ୍ରଦ ଟାଙ୍କି ପ୍ରସ୍ତୁତ କରିଛନ୍ତି ଯାହା ଏହାର ଏକ ବିଶେଷତ୍ୱ ।[୪]

୧୮୩୨ ମସିହାରେ ପୁରାତନ ବିଜ୍ଞାନ, ସାହିତ୍ୟ, ସୂକ୍ଷ୍ମ କଳା ଓ ପଞ୍ଚ ଈଶ୍ୱର ମନ୍ଦିର ଇତ୍ୟାଦିକୁ ନେଇ ଏକ ବିଶେଷ ଗବେଷଣା ଚାଲିଥିବା କଥା ବ୍ରିଟିଶ ମଗାଜିନ ଆଥେନିଅମରେ (The Athenaeum) ପ୍ରକାଶିତ ହୋଇଥିଲା । ଏକଥା ରୟଲ ଏସିଆଟିକ ସୋସାଇଟିର ସିଲୋନ ଶାଖାର ଏକ ସଭାରେ ଇତିହାସବିଦ ଓ ପଣ୍ଡିତ ‘ଡକ୍ଟର ପଲ ଇ ପିଅରିସ’ ଘୋଷଣା କରିଥିଲେ ।:[୧]

{{cquote|" ବିଜୟା ଆସିବାର ବହୁ ପୂର୍ବରୁ ଲଙ୍କାର ପାଞ୍ଚ ଶିବ ଈଶ୍ୱରମ୍ ସମ୍ପୂର୍ଣ୍ଣ ଭାରତରେ ମାନ୍ୟତା ପାଇଥିଲେ ।

ଲୋକପ୍ରିୟ ସଂସ୍କୃତି ସମ୍ପାଦନା

ମନ୍ଦିରଗୁଡ଼ିକରେ ଅନେକ ସଙ୍ଗୀତ, ନାଚ ଓ ନାଟକ ପରିବେଷଣ କରାଯାଏ ଓ ବିଖ୍ୟାତ କର୍ଣ୍ଣାଟକି ଭୋକାଲିଷ୍ଟ ‘ନାଗେଶ୍ୱର ବ୍ରହ୍ମାନନ୍ଦ ଥିରୁ କେଥୀଶ୍ୱରମ’ ମଧ୍ୟ ଥିଲେ । [୫] ଲଙ୍କାର ଭାରତନାଟ୍ୟମ (Bharathanatyam) ପଞ୍ଚ ଈଶ୍ୱରମ ନୃତ୍ୟ ନାଟକ ଲଣ୍ଡନ ବିଶ୍ୱବିଦ୍ୟାଳୟର ଲୋଗାନ ହଲରେ ୧୯୯୯ ମସିହାରେ ପ୍ରଦର୍ଶିତ ହୋଇଥିଲା । ଏହି ନାଟକରେ ମନ୍ଦିରମାନଙ୍କ ବିଷୟରେ ବିଶଦ ବିବରଣୀ ଗବେଷକ ଓ ଇତିହାସବିତ୍ ଏସ. ଅରୁମୁଗମ ଓ ପ୍ରଫେସର କେ କୈଳାସ ନାଥକୁରୁକାଲ ଉପସ୍ଥାପନ କରିଥିଲେ ।

ସମ୍ପର୍କୀୟ ମନ୍ଦିର ସମ୍ପାଦନା

ପୁରାତନ ଶ୍ରୀ ଲଙ୍କାର ଅନ୍ୟ ଦୁଇଟି ଶିବ ମନ୍ଦିରକୁ ମଧ୍ୟ ପଞ୍ଚ ଈଶ୍ୱରମ୍ ମନ୍ଦିର ସହିତ ଉଚ୍ଚ ମାନ୍ୟତା ଦିଆଯାଏ ।

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ Ramachandran, Nirmala (2004). The Hindu legacy to Sri Lanka. Pannapitiya: Stamford Lake (Pvt.) Ltd. ISBN 978-955-8733-97-4. OCLC 230674424.
  2. Indrapala, Karthigesu (2007). The evolution of an ethnic identity: The Tamils in Sri Lanka C. 300 BCE to C. 1200 CE. Colombo: Vijitha Yapa. p. 324. ISBN 978-955-1266-72-1.
  3. Jonathan Forbes; George Turnour (1840). "WORSHIP OF EISWARA". Eleven years in Ceylon: Comprising sketches of the field sports and natural history of that colony, and an account of its history and antiquities, Volume 2. p. 43–44.
  4. Arumugam, S (1980). "Some ancient Hindu temples of Sri Lanka" (2 ed.). University of California: 37. OCLC 8305376. {{cite journal}}: Cite journal requires |journal= (help)
  5. Kandasamy, R. "Joys and Sorrows Forge Firm Faith in Female Vocalist of Lanka". www.hinduismtoday.com (in ଇଂରାଜୀ). Hinduism Today, Himalayan Academy. Retrieved 31 May 2019.