ନୋଟା (ଭାରତ)

(ନୋଟାରୁ ଲେଉଟି ଆସିଛି)

ନୋଟା ଅର୍ଥାତ "ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ" (ଇଂରାଜୀ ଭାଷାରେ None Of The Above) ଏକ ବିକଳ୍ପରୂପରେ ଅଧିକାଂଶ ଭାରତୀୟ ମତଦାତାମାନଙ୍କୁ ପ୍ରଦାନ କରାଯାଇଛି । ନୋଟାକୁ ଉପଯୋଗ କରି କେଉଁବି ନାଗରିକ ନିର୍ୱାଚନରେ ଲଢ଼ୁଥିବା କୌଣସି ଜଣଙ୍କୁବି ଭୋଟ ନଦେବା ପାଇଁ, ନୋଟାରେ ଭୋଟ ଦେଇପାରନ୍ତି । କିନ୍ତୁ, ଭାରତରେ ନୋଟାକୁ ଅଧିକ ଭୋଟ ମିଳିଥିଲେ ମଧ୍ୟ ଜିତିଥିବା ପ୍ରାଥୀକୁ ନାକଚ କରିବାର ପ୍ରକ୍ରିୟା ନାହିଁ । ସେଥିପାଇଁ, ଏହା କେବଳ ଏକ ନକାରାତ୍ମକ ପ୍ରତିକ୍ରିୟା ଦେଉଥିବା ବିଧି ଅଟେ । ନୋଟାର କୌଣସି ନିର୍ବାଚନ ମୂଲ୍ୟ ରହେ ନାହିଁ[୧]

ନୋଟା ଭାରତୀୟ ମତଦାତାଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛି । ଉଦାହରଣ ସ୍ୱରୂପ, ଗୁଜରାଟରେ ହୋଇଥିବା ବିଧାନ ସଭା ନିର୍ବାଚନ (୨୦୧୭), [୨] କର୍ଣ୍ଣାଟକ (୨୦୧୮) [୩] , ମଧ୍ୟପ୍ରଦେଶ (୨୦୧୮) [୪] ଏବଂ ରାଜସ୍ଥାନ (୨୦୧୮) [୫]ରେ ଅନେକ ନିର୍ବାଚନ ମଣ୍ଡଳୀରେ ନୋଟାକୁ ବିଜୟୀ ପ୍ରାଥୀର ଭୋଟ ବ୍ୟବଧାନରୁ ଅଧିକ ଭୋଟ ମିଳିଥିଲା ।

ନୋଟାର ପ୍ରତୀକ

ଆଧାର ସମ୍ପାଦନା

  1. "NOTA- The rejection or Just a negative opinion? - The Election Hub". Theelectionclub.com. 24 February 2018. Archived from the original on 28 August 2018. Retrieved 23 August 2018.
  2. Vora, Rutam. "How NOTA played spoilsport in 30 crucial seats in Gujarat polls". @businessline (in ଇଂରାଜୀ). Retrieved 2018-12-21.
  3. "Karnataka Verdict: NOTA Polls More Votes Than Six Parties". BloombergQuint. Retrieved 2018-12-21.
  4. Dutta, Prabhash K.; Ist, 2018 13:21 (December 13, 2018). "What tilted MP in favour of Congress: Seats with margin of less than 1000 votes and NOTA". India Today (in ଇଂରାଜୀ). Retrieved 2018-12-21. {{cite web}}: |first3= has numeric name (help); Cite has empty unknown parameter: |dead-url= (help); Missing |author2= (help)
  5. "NOTA votes in 15 Rajasthan constituencies outscore victory margin". The Economic Times. December 12, 2018. Retrieved December 21, 2018.