ନୀଳମଣୀ ଫୁକନ (ଜନ୍ମ ୧୯୩୩) ଜଣେ ଅସମୀୟା ଭାଷାର କବି ଓ ଶିକ୍ଷାବିତ । ତାଙ୍କ ଲେଖା ଫ୍ରେଞ୍ଚ ଭାଷାର ପ୍ରତୀକବାଦରୁ ଅନୁପ୍ରାଣିତ ଏବଂ ଅସମୀୟା ଭାଷାରେ ଏହି ଧାରାର ସେ ପ୍ରମୂଖ କବି । ତାଙ୍କର ପ୍ରମୂଖ ରଚନା ମଧ୍ୟରେ "ସୂର୍ଯ୍ୟ ହେନୁ ନାମି ଆହେ ଏଇ ନଦିୟେଦି", "ଗୁଲାପି ଜାମୁର ଲଗ୍ନ" ଏବଂ "କବିତା" । ନୀଳମଣି କବିତା ସଂକଳନ "କବିତା" ପାଇଁ ୧୯୮୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ୧୯୯୦ରେ ପଦ୍ମଶ୍ରୀ ଓ ୨୦୦୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ ।

ନୀଳମଣି ଫୁକନ
ଜନ୍ମ1933
ଦେରଗାଁ, ଆସାମ
ବୃତ୍ତି(ସମୂହ)କବି, ଶିକ୍ଷାବିତ
ପ୍ରସିଦ୍ଧିପ୍ରତୀକବାଦ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ନୀଳମଣି ଆସାମର ଗୋଳାଘାଟ ଜିଲ୍ଲାର ଡେରାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୧ମସିହାରେ ସେ ଗୁଆହାଟି ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଶିକ୍ଷାଗ୍ରହଣ କରିଥିଲେ । ୧୯୫୦ମସିହାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ ।

ବୃତିଗତ ଜୀବନ ସମ୍ପାଦନା

ଗୁଆହାଟିର ଆର୍ଯ୍ୟ ବିଦ୍ୟାପୀଠରେ ନୀଳମଣି ୧୯୬୪ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିଲେ ଓ ୧୯୯୨ ମସିହାରେ ସେଠାରୁ ଅବସର ଗ୍ରହଣ କରିଥିଲେ ସେ ଜାପାନିଜ ଓ ୟୁରୋପିୟ ଭାଷାର କବିତା ଅହମୀୟା ଭାଷାକୁ ଅନୁବାଦ କରିଥିଲେ ।

ସମ୍ମାନ ଓ ପୁରସ୍କାର ସମ୍ପାଦନା

ରଚନାବଳୀ ସମ୍ପାଦନା

  • ସୂର୍ଯ୍ୟ ହେନୋ ନାମି ଆହେ ଏଇ ନଦୀୟେଦି - ୧୯୬୩
  • ମାନସ ପ୍ରତିମା - ୧୯୭୧
  • ଫୁଲି ଥାକା ସୂର୍ଯ୍ୟମୂଖୀ ଫୁଲତୋର ପିନେ - ୧୯୭୧
  • କବିତା (ସାହିତ୍ୟ ଏକାଡେମୀ ପ୍ରକାଶନ) - ୨୦୦୧ISBN 81-260-1058-4.
  • Selected Poems Of Nilmani Phookan - ୨୦୦୭ (କୃଷ୍ଣ ଦଲାଲ ବରୁଆଙ୍କଦ୍ୱାରା ଅନୁବାଦିତ) ISBN 81-260-2433-XISBN 81-260-2433-X.

ଆଧାର ସମ୍ପାଦନା

  1. "Another plume in writer's crown". The Telegraph. 13 April 2008.
  2. "Bhisham Sahni, Kaifi Azmi in Sahitya Akademi". The Tribune. 20 February 2002.

ବାହାର ଆଧାର ସମ୍ପାଦନା