ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ

ଭାରତୀୟ ଲେଖକ


ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ (୧୯ ଅକ୍ଟୋବର ୧୯୨୪ – ୨୫ ଡିସେମ୍ବର ୨୦୧୮) ଜଣେ ବଙ୍ଗଳା କବି ଥିଲେ ।[୧] ତାଙ୍କ ପ୍ରକାଶିତ ୪୭ଟି ପୁସ୍ତକ ମଧ୍ୟରେ ୧୨ ଉପନ୍ୟାସ, କବିତା ଓ ଶିଶୁ ସାହିତ୍ୟ ରହିଥିଲା ।

ନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ‌
ଜନ୍ମ ଓ ଜନ୍ମସ୍ଥାନନୀରେନ୍ଦ୍ରନାଥ ଚକ୍ରବର୍ତ୍ତୀ‌
(1924-10-19)୧୯ ଅକ୍ଟୋବର ୧୯୨୪
ଫରିଦପୁର
ମୃତ୍ୟୁ୨୫ ଡିସେମ୍ବର ୨୦୧୮(2018-12-25) (ବୟସ ୯୪)
କଲିକତା

ଜୀବନୀ ସମ୍ପାଦନା

ନୀରେନ୍ଦ୍ରନାଥ ୧୯୭୪ ମସିହାରେ ନିଜ କବିତା ପୁସ୍ତକ ''ଉଲଙ୍ଗ ରାଜା'' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । କଲିକତା ବିଶ୍ୱବିଦ୍ୟାଳୟ ତରଫରୁ ୨୦୦୭ ମସିହାରେ ତାଙ୍କୁ ଡିଲିଟ ପ୍ରଦାନ କରାଯାଇଥିଲା । ୨୦୧୩ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ହାସଲ କରିଥିଲେ ।[୨] "ଭାଦୁରୀ ମୋସାଇ" କାଳ୍ପନିକ ଚରିତ୍ରକୁ ନେଇ ସେ ଡିଟେକ୍ଟିଭ ଉପନ୍ୟାସ ଲେଖିଥିଲେ । "ଦେଶ" ଓ "ଆନନ୍ଦମେଳା" ପତ୍ରିକା ସମ୍ପାଦନାରେ ସେ ଜଡ଼ିତ ଥିଲେ ।[୩] ସେ କଲିକତାର ବାଙ୍ଗୁର ଆଭିନ୍ୟୁରେ ରହୁଥିଲେ ।

ରଚନାବଳୀ ସମ୍ପାଦନା

କବିତା ସମ୍ପାଦନା

  • ନୀଳ ନିର୍ଜନ
  • ନିରକ୍ତ କରବୀ
  • ଅନ୍ଧକାର ବାରଣ୍ଡା
  • ପ୍ରଥମ ନାୟକ
  • ସମୟ ବଡ଼ କମ
  • ଯାବତୀୟ ଭଲବାସୀ
  • ଘୁମିୟେ ପରର ଆଗେ
  • ଶ୍ରେଷ୍ଠ କବିତା
  • କବିତା ସମଗ୍ର ୧
  • କବିତା ସମଗ୍ର ୨

ଶିଶୁ ସାହିତ୍ୟ ସମ୍ପାଦନା

  • ସାଦା ବାଘ
  • ବିବିର ଚୋର
  • ବାର ମାସେର ଚୋର
  • ପିତୃ ପୁରୁଷ
  • ଅମଳକାନ୍ତି

ତାଙ୍କର କିଛି ଲୋକପ୍ରିୟ କବିତା : ସମ୍ପାଦନା

  • ଅମଳକାନ୍ତି ରୋଦୁର ହୋତାଏ ଚେହେଛିଲୋ
  • କଲକତାର ଯିଶୁ[୪]
  • ଉଲଙ୍ଗ ରାଜା[୫]
  • ଟିନଟିନର ବଙ୍ଗଳ ଅନୁବାଦ

ମୃତ୍ୟୁ ସମ୍ପାଦନା

୨୦୧୮ ମସିହା ଡିସେମ୍ବର ୨୫ ତାରିଖ ମଧ୍ୟାହ୍ନ ୧୨।୨୫ରେ ଚକ୍ରବର୍ତ୍ତୀଙ୍କର ହୃଦଘାତରେ ପରଲୋକ ଘଟିଥିଲା । ସେତେବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା ଓ ଶେଷ କିଛି ମାସ ସେ ଶ୍ୱାସ ବେମାରୀରେ ପୀଡ଼ିତ ଥିଲେ ।[୬]

ଆଧାର ସମ୍ପାଦନା

  1. Bose, Amalendu. Contemporary Bengali Literature. Academic Publishers. p. 12. Retrieved 22 August 2010.
  2. Ravindra Sharma (28-08-19). RAPID GENERAL KNOWLEDGE 2020. Prabhat Prakashan. pp. 8–. ISBN 978-93-5322-520-9. {{cite book}}: Check date values in: |date= (help)
  3. "Bengali Poet Nirendranath Chakraborty Dead". thewire.in. the wire. Retrieved 29 February 2020.
  4. Ron D. K. Banerjee (1989). Poetry from Bengal: the delta rising : an anthology of modern Bengali poetry. Forest Books. ISBN 978-0-948259-79-1.
  5. Nirendranath Chakravarti (2010). The King Without Clothes. Sahitya Akademi. ISBN 978-81-260-3020-0.
  6. "Bengali poet Nirendranath Chakraborty dead". www.thehindubusinessline.com. the hindu businessline. Retrieved 29 February 2020.