ନିର୍ମଳା (ଉପନ୍ୟାସ)

ପ୍ରେମଚାନ୍ଦଙ୍କ ରଚିତ ଉପନ୍ୟାସ

ନିର୍ମଳା (ହିନ୍ଦୀ : निर्मला କିମ୍ବା ଦ ସେକେଣ୍ଡ୍ ୱାଇଫ୍ (୨ୟ ପତ୍ନୀ)[୧] ଏକ ହିନ୍ଦୀ କାଳ୍ପନିକ ଉପନ୍ୟାସ । ଏହି ଉପନ୍ୟାସଟିର ରଚନା କରିଥିଲେ ହିନ୍ଦୀ ଏବଂ ଉର୍ଦ୍ଦୁ ଲେଖକ ପ୍ରେମଚାନ୍ଦ । ଏହି ଉପନ୍ୟାସଟିର କାହାଣୀ ଏକ ଅଳ୍ପ ବୟସ୍କା ଯୁବତୀ ଉପରେ ଆଧାରିତ । ସେ ତା'ର ପିତା ବୟସର ଜଣେ ମୃତଦାର (ପତ୍ନୀ ମରିଯାଇଥିବା ପୁରୁଷ) ସ‌ହ ଜବରଦସ୍ତି ବିବାହ କରିଥିଲା । ଉପନ୍ୟାସଟିର ପୃଷ୍ଠଭୂମି ସେ ଯୁବତୀଟି ବିବାହ କରିଥିବା ଲୋକର ବଡ଼ ପୁଅର ସମ୍ପର୍କ ସେ ଯୁବତୀ ରହ ରହିଥିବା କଥା ବର୍ଣ୍ଣନା କରିଛି ଏବଂ ଶେଷର ତା'ର ବଡ଼ ପୁଅ ମୃତ୍ୟ ଆଡ଼କୁ ଗତି କରିଛି ।

ନିର୍ମଳା (ଦ ସେକେଣ୍ଡ ୱାଇଫ୍)  
ଲେଖକପ୍ରେମଚାନ୍ଦ
ମୂଳ ନାମनिर्मला
ଅନୁବାଦକଆଲୋକ ରାଏ ଏବଂ ଡେଭିଡ୍ ରବିନ୍[୧]
ମଲାଟ ଚିତ୍ରକରଓରିଏଣ୍ଟ୍ ପେପର୍‌ବ୍ୟାକ୍‌ସ୍ (ଆଲୋକ ରାୟ) ଏବଂ ଅକ୍ସଫୋର୍ଡ ଇଣ୍ଡିଆ ପେପର୍‌ବ୍ୟାକ୍‌ସ୍ (ଡେଭିଡ୍ ରବିନ୍)
ଦେଶଭାରତ
ଭାଷାହିନ୍ଦୀ
ବିଭାଗକାଳ୍ପନିକ
ISBN9780195658262

ଏହି ଉପନ୍ୟାସଟିର ୧୯୨୭ ମସିହାରେ ପ୍ରଥମ ଥର ପାଇଁ ପ୍ରକାଶ ପାଇଥିଲା, ଯେଉଁଥିରେ ନିର୍ମଳାର ବିବାହକୁ ନେଇ ଉଠିଥିବା ସେତେବେଳର ଭାରତୀୟ ଯୌତୁକ ପ୍ରଥା ବିଷୟରେ ବର୍ଣ୍ଣନା କରାଯାଇଥିଲା । ତ‌ତ୍‌ସ‌ହିତ ସେତେବେଳର ବିବାହ ଉପରେ କିଛି ବିଷୟରେ ଦର୍ଶାଯାଇଥିଲା । ଏହି ଉପନ୍ୟାସଟିରେ ୧୯୨୦ ମସିହରେ ଭାରତରେ ଚାଲୁଥିବା ସାମାଜିକ ଚାଲିଚଳନ, ପ୍ରଥା ଏବଂ କୁସଂସ୍କାରକୁ ଲୋକଚୋଚନ‌କୁ ଆଣିବା ପାଇଁ ବିଭିନ୍ନ କାଳ୍ପନିକ ବିଷୟବସ୍ତୁ ଯୋଡ଼ାଯାଇଥିଲା । ୧୯୨୮ ମସିହାରେ ଏହି ଉପନ୍ୟାସଟିର ପରବର୍ତ୍ତୀ ଭାଗ ଏକ ମହିଳା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହା ଏକ ଧାରାବାହିକ ଲେଖା ଭାବରେ ପ୍ରକାଶିତ ହୋଇଥିଲା । ଏହି ଲେଖାଗୁଡ଼ିକରେ ନିର୍ମଳାର ନାରୀବାଦୀ ଚିନ୍ତାଧାରା ଉପରେ ମୁଖ୍ୟତଃ ବର୍ଣ୍ଣନା କରାଯାଇଥିଲା । ଏହି ଉପନ୍ୟାସଟି ୧୯୩୬ ମସିହାରେ ପ୍ରକାଶିତ ପ୍ରେମଚାନ୍ଦଙ୍କର ଅନ୍ୟ ଏକ ଉପନ୍ୟାସ ଗୋଦାନ ସ‌ହି କିଛିମାତ୍ରାରେ ସମ୍ବନ୍ଧ ରଖେ । ଗୋଦାନ ବ‌‌ହିଟି ମୁଖ୍ୟତଃ ଗୋଟିଏ ଗାଁ'ରେ ଥିବା ଗରିବତା ଉପରେ ହିଁ ରଚନା କରାଯାଇଥିଲା । ନିର୍ମଳା ଉପନ୍ୟାସଟି ଅନେକ ଭାଷାରେ ଅନୁବାଦ କରାଯାଇଥିଲା । ଏହା ୧୯୮୮ ମସିହାରେ ପ୍ରଥମ ଥର ପାଇଁ ଇଂରାଜୀରେ ଅନୁବାଦ କରାଯାଇଥିଲା । ଏହାର ଇଂରାଜୀ ଅନୁବାଦ କରିଥିଲେ ଡେଭିଡ୍ ରବିନ୍, ସେ ଯାହାର ନାମ ରଖିଥିଲେ ଦ ସେକେଣ୍ଡ୍ ୱାଇଫ୍ (୨ୟ ପତ୍ନୀ) ଏବଂ ପରେ ୧୯୯୯ ମସିହାରେ ପ୍ରେମଚାନ୍ଦଙ୍କର ନାତି ଆଲୋକ ରାୟ ଏହାକୁ ସମାନ ନିର୍ମଳା ଶୀର୍ଷକରେ ଅନୁବାଦ କରିଥିଲେ ।

କାହାଣୀ ସମ୍ପାଦନା

ଉଦୟଭାନୁ ଲାଲ, ଜଣେ ପେସାଦାର ଓକିଲ, ତାଙ୍କର ୧୫ ବର୍ଷିଆ ଝିଅ ନିର୍ମଳାର ବାହାଘର ବାଲଚନ୍ଦ୍ର ସିହ୍ନାଙ୍କର ପୁଅ ଭୁବନମୋହନ ସିହ୍ନାଙ୍କ ସ‌ହ ଠିକ୍ କରିଥିଲେ । ପରେ ଉଦୟଭାନୁଙ୍କର ପ୍ରତିଦ୍ୱନ୍ଦି ଓକିଲ । ସେ ତାଙ୍କ ସ‌‌ହ ଏକ ଫାଶୀ ମକୋଦ୍ଦମାରେ ହାରିଯାଇ କାରାବାସ ଗ୍ରହଣ କରିଥିଲେ, ତାଙ୍କର ହତ୍ୟା କରିଦେଲେ । ଉଦୟଭାନୁଙ୍କର ମୃତ୍ୟୁ ଯୋଗୁଁ ଭୁବନମୋହନ ଏବଂ ବାଲଚନ୍ଦ୍ର ତାଙ୍କର ବିବାହ ପ୍ରସ୍ତାବ ନିର୍ମଳା ସ‌ହ ଭାଙ୍ଗିଦେଲେ, କାରଣ ଉଦୟଭାନୁଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ପାଖରେ ଆଉ କୌଣସି ସେମିତି ଆଖିଦୃଶିଆ ସମ୍ପତ୍ତିବାଡ଼ି କି ଧନ‌ଦୌଲତ ନ ଥିଲା । ପାରିବାରିକ ଅସୁବିଧା ଏବଂ ଧନରାଶିର ଅଭାବ ଯୋଗୁଁ ନିର୍ମଳାର ମାଆ କଲ୍ୟାଣୀ, ତାକୁ ତୋତାରାମ ସ‌ହ ବିବାହ କରିବାକୁ ନିଷତ୍ତି ନେଲେ । ତୋତାରାମ ପେସାରେ ଜଣେ ଓକିଲ ଏବଂ ସେ ନିର୍ମଳାଠାରୁ ୨୦ବର୍ଷ ବଡ଼ ଥିଲା । ଧନର ଅଭାବ କାରଣରୁ ନିର୍ମାଳଙ୍କୁ ତୋତାରାମଙ୍କ ସ‌ହ ବିବାହ କରିବାକୁ ପଡ଼ିଥିଲା ।[୨] ତୋତାରାମ ତାଙ୍କର ସୁନ୍ଦରୀ ଯୁବା ପତ୍ନୀଙ୍କୁ ଖୁସି କରିବା ପାଇଁ ଅନେକ ପ୍ରକାରର ଉପାୟ ଆପଣେଇଲେ, ମାତ୍ର କୌଣସି ଉପାୟରେ ସେ ତାଙ୍କର ମନ ଜିଣିପାରିଲେନି । ନିର୍ମାଳାଙ୍କର ତୋତାରାମଙ୍କ ପ୍ରତି କୌଣସି ପ୍ରକାରର ଭାବନା ବା ପ୍ରେମ ନ ଥିଲା, ଥିଲା କେବଳ ସମ୍ମାନ ଏବଂ କର୍ତ୍ତବ୍ୟର ଭାବନା, ଯାହାକି ତାଙ୍କୁ ତାଙ୍କର ପତ୍ନୀଙ୍କଠାରୁ ଆଶାଥିବା ପ୍ରେମଠାରୁ ବ‌ହୁତ କମ୍ ଥିଲା ।

ତୋତାରମଙ୍କର ପ୍ରଥମ ପତ୍ନୀଙ୍କର ୩ଟି ପୁଅ ଥିଲେ । ତାଙ୍କର ବଡ଼ ପୁଅ ମାନସରାମ ନିର୍ମଳାଠାରୁ ମାତ୍ର ଗୋଟିଏ ବର୍ଷ ବଡ଼ ଥିଲା । ମାନସରାମ ଏବଂ ନିର୍ମଳାଙ୍କର ସମ୍ପର୍କ ବିଷୟରେ ତୋତାରାମଙ୍କୁ ସନ୍ଦେହ ହେଲା, ଯାହା ଫଳରେ ସେ ମାନସଙ୍କୁ ଛାତ୍ରାବାସରେ ରହିବାକୁ ପଠାଇଦେଲେ । ଏହାପରେ ମାନସଙ୍କର ଛାତ୍ରାବାସରେ ବ‌ହୁତ ଦେହ ଖରାପ ହେଲା । ମାନସଙ୍କର ଚିକିତ୍ସା କରୁଥିବା ଡାକ୍ତର ଥିଲେ ଭୁବନରାମ । ସେ ନିର୍ମଳାଙ୍କ ବିଷୟରେ ଶୁଣିବା ପରେ ତାଙ୍କ ସାନ ଭାଇର ବାହାଘର ନିର୍ମଳାର ସାନ ଭଉଣୀ କ୍ରିଷ୍ଣା ସ‌ହ କରାଇଦେଲେ । ଏହାପରେ ଭୁବନରାମ ନିର୍ମଳା ଏବଂ ତା'ର ସଙ୍କଟ ବିଷୟରେ ଭାଳିହେଲେ, ମାତ୍ର କିଛି ଦିନରେ ସେ ଯକ୍ଷ୍ମାରେ ପ୍ରାଣ ହରେଇଲେ ।[୧] ଏହାପରେ ତୋତାରାମଙ୍କର ବଡ଼ ପୁଅ ମାନସରାମର ମୃତ୍ୟୁ ହୋଇଗଲା ଏବଂ ତାଙ୍କର ସାନ ପୁଅ ଜିୟାରାମ ତାଙ୍କ ଉପରେ ସବୁ ଦୋଷ ଲଦିଲା ଆଉ କିଛି ଦିନ ପରେ ସେ ନିର୍ମଳାଙ୍କର ସମସ୍ତ ଅଳଙ୍କାର ନେଇ ଘରୁ କେଉଁଆଡ଼େ ଚାଲିଗଲା । କିନ୍ତୁ ପରବର୍ତ୍ତୀ ସମୟରେ ସେ ମଧ୍ୟ ଆତ୍ମହତ୍ୟା କରିଦେଲା । ତୋତାରାମଙ୍କର ୩ୟ ପୁତ୍ର ସିୟାରାମ ଏକ ଭଣ୍ଡ ବାବାଙ୍କଦ୍ୱାରା ଅନୁ୍ପ୍ରାଣିତ ହୋଇ ଘର ଛାଡ଼ି ଚାଲିଗଲା । ଦୁଇ ପୁଅଙ୍କୁ ହରାଇ ତୋତାରାମ ତାଙ୍କର ଏକମାତ୍ର ଜୀବିତ ପୁତ୍ର ସିୟାରାମଙ୍କୁ ଖୋଜିବାରେ ଲାଗିପଡ଼ିଲେ । ଏହି ସବୁ ଦୁଃଖ ଦେଖି ନିର୍ମଳା ଧୀରେ ଧୀରେ ଭାଙ୍ଗି ପଡ଼ିଲା ଏବଂ ତା'ର ଏକମାତ୍ର ଶିଶୁ କନ୍ୟାକୁ ତୋତାରାମଙ୍କର ବିଧବା ଝିଅ ରୁକ୍ମଣୀଙ୍କୁ ଦେଇ ନିଜେ ମଧ୍ୟ ମୃତ୍ୟୁବରଣ କଲା । କିଛିଦିନ ପରେ ତୋତାରାମ ଘରକୁ ଫେରି ନିର୍ମଳାର ପ୍ରାଣତ୍ୟାଗ ବିଷୟରେ ଜାଣିଲେ ।[୩][୪]

ଚରିତ୍ର ସମ୍ପାଦନା

  • ନିର୍ମଳା: ନାୟିକା, ଜଣେ ୧୫ ବର୍ଷିୟା ଯୁବତୀ ଯିଏକି ତା'ଠାରୁ ୨୦ ବର୍ଷ ବଡ଼ ତୋତାରାମ ନାମକ ଜଣେ ଓକିଲକୁ ବିବାହ କରିଥିଲା ।
  • (ମୁନସି) ତୋତାରାମ: ନିର୍ମଳାର ୩୫ ବର୍ଷିଆ ପତି
  • ରୁକ୍ମଣୀ: ତୋତାରାମଙ୍କର ବିଧବା ଝିଅ
  • ମାନସରାମ: ତୋତାରମଙ୍କର ବଡ଼ ପୁଅ (ପ୍ରଥମ ପତ୍ନୀଙ୍କ ଗର୍ଭରୁ), ଯାହାଙ୍କ ଉପରେ ତା'ର ପିତା ତା'ର ସାବତ ମାଆ ସ‌ହ ସମ୍ପର୍କ ଅଛି ବୋଲି ସନ୍ଦେହ କରି ତାକୁ ଘରୁ ବାହାର କରିଦିଅନ୍ତି ଏବଂ ସେ ଏକ ହୋଟଲରେ ବାସ କରେ ଓ ଧୀରେ ଧୀରେ ମୃତ୍ୟୁବରଣ କରେ ।
  • ଜିୟାରାମ: ତୋତାରାମଙ୍କର ୨ୟ ପୁତ୍ର (ପ୍ରଥମ ପତ୍ନୀଙ୍କ ଗର୍ଭରୁ) । ସେ ତା'ର ଭାଇର ମୃତ୍ୟ ପାଇଁ ତା'ର ପିତାଙ୍କୁ ଦାୟୀ କରେ ଏବଂ ନିର୍ମଳାଙ୍କର ଅଳଙ୍କାର ହଜିଯିବା ପରେ ସେ ଘର ଛାଡ଼େ ଏବଂ ପରେ ଆତ୍ମହତ୍ୟା କରେ ।
  • ସିୟାରାମ: ତୋତାରାମଙ୍କର ପ୍ରଥମ ପତ୍ନୀଙ୍କ ଗର୍ଭରୁ ୩ୟ ପୁଅ । ସେ ଜଣେ ଭଣ୍ଡାବାବଙ୍କ ପ୍ରରୋଚନାରେ ଘର ଛାଡ଼ି ଚାଲିଯାଇଥିଲା ।
  • ଭୁବନମୋହନ ସିହ୍ନା: ନିର୍ମାଳର ବିବାହ ପାଇଁ ପ୍ରଥମେ ଠିକ୍ ହୋଇଥିବା ବର । ସେ ନିର୍ମଳାର ପିତାଙ୍କର ହତ୍ୟା ପରେ ଯୌତୁକ ନ ମିଳିବା ଯୋଗୁଁ ତା'ର ନିର୍ମଳା ସ‌ହ ବିବାହ ବନ୍ଦ କରିଦେଇଥିଲା ।
  • ସୁଧା: ଭୁବନମୋହନର ସ୍ତ୍ରୀ ଏବଂ ନିର୍ମଳାର ସ୍ତୀ । ଭୁବନ ତା' ମଧ୍ୟମରେ ଜାଣିବାକୁ ପାଇଲା କି ନିର୍ମଳା ହେଉଛି ସେଇ ଝିଅ, ଯାହାକୁ ସେ ଯୌତୁକ ପାଇଁ ବିବାହ କରିବାକୁ ମନା କରିଦେଇଥିଲା । ସୁଧାଙ୍କର କଟୁ ମନ୍ତବ୍ୟ ଭୁବନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିଲା ।
  • ଉଦୟଭାନୁ ଲାଲ: ନିର୍ମଳାର ବାପା
  • କଲ୍ୟାଣୀ: ନିର୍ମଳାର ମାଆ ଯିଏକି ତୋତାରାମ ସ‌ହ ନିର୍ମଳାକୁ ବିବାହ ପାଇଁ ସବୁ ପରିସ୍ଥିତିରେ ବାଧ୍ୟ କରିଥିଲେ ।
  • ବାଲଚନ୍ଦ୍ର ସିହ୍ନା: ଭୁବନ ସିହ୍ନାର ବାପା
  • ପଣ୍ଡିତ ମୋତରମ୍: ଜଣେ ବୁଦ୍ଧିମାନ ବ୍ରାହ୍ମଣ
  • ଭୁଙ୍ଗି: ତୋତାରାମଙ୍କର ଘରର ଚାକରାଣୀ
  • ଆଶା: ତୋତାରାମଙ୍କର ୨ୟ ପତ୍ନୀ ତ‌ଥା ନିର୍ମଳାଙ୍କର ଝିଅ
  • ରଙ୍ଗିଲି ବାଇ: ବାଲଚନ୍ଦ୍ର ସିହ୍ନାଙ୍କର ପତ୍ନୀ
  • କ୍ରିଷ୍ଣା: ନିର୍ମଳାର ଭଉଣୀ

ପ୍ରକାଶନ ସମ୍ପାଦନା

ସେତେବେଳେ ପ୍ରେମଚାନ୍ଦଙ୍କର ଏହି ଉପନ୍ୟାସ ନିର୍ମଳା ଭାରତରେ ସବୁଠାରୁ ଅଧିକ ଲୋକପ୍ରିୟ ଉପନ୍ୟାସ ଥିଲା । ଯେତେବେଳେ ଭାରତୀୟ ସମାଜରେ ମହିଳାମାନଙ୍କୁ ଯୌତୁକ ପାଇଁ ଅଧିକ ଉତ୍ପୀଡ଼ିତ ହେବାକୁ ପଡ଼ୁଥିଲା, ସେହି ସମୟରେ ଏହି ବ‌ହିଟି ବିଭିନ୍ନ ଲେଖକି ଓ କବି ତ‌ଥା ସଭିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ।[୫] ଏହି ଉପନ୍ୟାସଟି ସମ୍ପୂର୍ଣ୍ଣ ପ୍ରକାଶ ପାଇବା ପୂର୍ବରୁ ୧୯୨୫ ମସିହା ନଭେମ୍ବର ମାସରୁ ଚାନ୍ଦ୍ ନାମକ ଏକ ମାସିକ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।[୬] ଇଏ ସେହି ସମୟର କଥା, ଯେତେବେଳେ ପ୍ରଥମେ ପ୍ରଥମେ ସାମାଜିକ କୁସଂସ୍କାର ଏବଂ ଅବ‌ହେଳାକୁ ନେଇ ତାଙ୍କର କାଳ୍ପନିକ ଲିଖନ ଆରମ୍ଭ କରିଥିଲେ ।[୫][୭] ପ୍ରେମଚାନ୍ଦଙ୍କର ଅନ୍ୟ କାମଠାରୁ ଏହି ଉପନ୍ୟାସ, ନିର୍ମଳାରେ ବର୍ଣ୍ଣିତ ବିଷୟ ଅଧିକ ଗାମ୍ଭିର୍ଯ୍ୟପୂର୍ଣ୍ଣ ଥିଲା ଏବଂ ଏହାର ଅନ୍ତ ମଧ୍ୟ କିଛି ଭିନ୍ନ ଥିଲା । [୮] ଏହି ଉପନ୍ୟାସଟି ପ୍ରଥମଥର ପାଇଁ ୧୯୮୮ ମସିହାରେ ଇଂରାଜୀରେ ଅନୁବାଦ କରାଯାଇଥିଲା ।[୫][୯]

 
ଅମୃତା ସୁଭାସ । ସେ ଗୁଲ୍‌ଜାର୍‌ଙ୍କର ଚଳଚ୍ଚିତ୍ର ତେହିର ମୁନ୍‌ସି ପ୍ରେମଚାନ୍ଦ କି ଚଳଚ୍ଚିତ୍ରରେ ନିର୍ମଳା ଭୂମିକାରେ ଅଭିନୟ କରିଥିଲେ ।

ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନା

ଇଟାଲୀୟ ଶିକ୍ଷାବିତ୍ ଫ୍ରନ୍ସେସ୍କା ଓର୍ସିନି ପ୍ରେମଚନ୍ଦଙ୍କ ଏହି ଉପନ୍ୟାସଟିକୁ ସାମାଜିକ ଅସୁବିଧାକୁ ନାଟକୀୟ ଢଙ୍ଗରେ ପ୍ରକାଶ କରିବାର ଏକ ନିଖୁଣ କଳା ଭାବରେ ପ୍ରଶଂସା କରିଥିଲେ ।

ଏହି ଉପନ୍ୟାସଟିର କାହାଣୀକୁ ନେଇ ଅନେକ ଗୁଡ଼ିଏକ ଚଳଚ୍ଚିତ୍ର ତିଆରି କରାଯାଇଛି । ତେହରୀର୍ ମୁନ୍‌ସି ପ୍ରେମଚାନ୍ଦ କି ନାମକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଗୀତିକାର ତ‌ଥା ନିର୍ଦ୍ଦେଶକ ଗୁଲ୍‌ଜାର୍ । ଏହି ଚଳଚ୍ଚିତ୍ରଟି ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ଏହି ଚଳଚ୍ଚିତ୍ରଟିରେ ନିର୍ମଳା ଭୂମିକାରେ ଅଭିନୟ କରିଥିଲେ ମରାଠୀ ଅଭିନେତ୍ରୀ ଅମୃତା ସୁଭାଷ । ଅମୃତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଅନେକ ପ୍ରଶଂସା କରିଥିଲେ ସମୀକ୍ଷକଠାରୁ ଦର୍ଶକ ଯାଏଁ ।[୧୦][୧୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shodhganga" (PDF). Retrieved May 4, 2014.
  2. "Nirmala by Premchand in Hindi". Google. Retrieved April 5, 2014.
  3. Tribune India. "Tribuneindia". Retrieved November 24, 2014.
  4. "OUP". Oxford Databases. Retrieved October 3, 2014.
  5. ୫.୦ ୫.୧ ୫.୨ Rubin, David (2005). "Translator's Introduction". The Second Wife. Orient Paperbacks. pp. 9–10. ISBN 812220418X.
  6. Prakash Chandra Gupta (1998). Makers Of Indian Literature Prem Chand. Sahitya Akademi. p. 35. ISBN 8126004282.
  7. David Rubin (2005-12-01). The Second Wife Translated from Hindi. ISBN 9788122204186.
  8. Rubin, David (2005). "Translator's Introduction". The Second Wife. Orient Paperbacks. pp. 5–6. ISBN 812220418X.
  9. "NTM" (PDF). Retrieved January 26, 2015.
  10. Tankha, Madhur (May 3, 2014). "Premchand had a great influence on me: Gulzar". The Hindu. Retrieved October 9, 2014.
  11. HARISH TRIVEDI. "Outlook India". Outlook India. Retrieved December 8, 2014.

ବାହାର ଆଧାର ସମ୍ପାଦନା