ନିତ୍ୟାନନ୍ଦ ନାୟକ

ଓଡ଼ିଆ କବି

ନିତ୍ୟାନନ୍ଦ ନାୟକ (ଜନ୍ମ: ୧୨ ଅଗଷ୍ଟ ୧୯୪୦)[୧], ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୧୯୯୧ ମସିହାରେ ସେ ନିଜ କବିତା ପୁସ୍ତକ ଭୋର ଆକାଶ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ସେ ବିଷୁବ ପୁରସ୍କାର (୨୦୧୩) ଓ ଶାରଳା ପୁରସ୍କାର (୨୦୨୦) ମଧ୍ୟ ଲାଭ କରିଛନ୍ତି । ବୃତ୍ତିରେ ସେ ଥିଲେ ଜଣେ ଇଂରାଜୀ ଅଧ୍ୟାପକ ।

ନିତ୍ୟାନନ୍ଦ ନାୟକ
ଜନ୍ମ ଓ ଜନ୍ମସ୍ଥାନ (1940-08-12) ୧୨ ଅଗଷ୍ଟ ୧୯୪୦ (ବୟସ ୮୩)
ଗୁଆଗଡ଼ିଆ, ଚିରୋଳ, ଭଦ୍ରକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧
ପିତାମାତାଶଶଧର ନାୟକ, କ୍ଷୀରୋଦା ଦେବୀ

ନିତ୍ୟାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୭ ଝଙ୍କାର ପତ୍ରିକାରେ ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇଥିଲା । ୩୬ ବର୍ଷ ଅଧ୍ୟାପନା ବୃତ୍ତିରେ ରହି, ସେ ୨୦୦୦ ମସିହାରେ ସେ ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ ସମ୍ପାଦନା

  • ବିଦୀର୍ଣ୍ଣ ମରାଳ (୧୯୭୬)
  • ତ୍ରସ୍ତ ପଦ୍ମାସନ (୧୯୮୩)
  • ଭୋର ଆକାଶ (୧୯୮୯)
  • କନ୍ୟାକୁମାରୀ (୧୯୯୯)
  • ଫେରିବାବେଳ (୨୦୦୪)
  • ପାନ୍ଥଶାଳା (୨୦୦୯)
  • କେବଳ ଅନାମିକା (୨୦୧୧)
  • ଯେଝା ଯେଝା ବାଟରେ (୨୦୧୩)
  • ସେତେବେଳକୁ ନଥିବ (୨୦୧୭)[୩]
  • ସେତେବେଳକୁ ନଥିବି (୨୦୧୭, ଫ୍ରେଣ୍ଡସ ପବ୍ଲିସର୍ସ)
  • ଭୋର ଆକାଶ (୧୯୮୯) [୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ମହାନ୍ତି, ଅସିତ. "ଶାରଳା ପୁରସ୍କାର- କିଛି ଖୁସି, କିଛି ଖେଦ". ସମ୍ବାଦ. Archived from the original on 6 November 2020. Retrieved 6 November 2020.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ପ୍ରତିଭା". www.odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 8 October 2020.
  3. "ପ୍ରାଚୀନଠାରୁ ଆଧୁନିକ ଓଡ଼ିଆ କବିତା ଅଧିକ ଭାବଗର୍ଭକ". No. ସମ୍ବାଦ ୦୧/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡିଆ. p. ୬. Archived from the original on 1 November 2020. Retrieved 1 November 2020.
  4. "କବି ନିତ୍ୟାନନ୍ଦ ନାୟକ ପାଇବେ ଶାରଳା ପୁରସ୍କାର". No. ସମ୍ବାଦ ୦୮/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡିଆ. Archived from the original on 8 October 2020. Retrieved 8 October 2020.
  5. "କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର". www.samajalive.in. ସମାଜ. Archived from the original on 7 October 2020. Retrieved 7 October 2020.
  6. "ବିଷୁବ ପୁରସ୍କାର ବିଜେତା" (PDF). www.theprajatantra.org/. ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved 8 October 2020.