ବାରଣାସୀର ଘାଟ

(ନାରଦ ଘାଟରୁ ଲେଉଟି ଆସିଛି)

କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ପାଇଁ ବନାରସ ସହର ସମଗ୍ର ଦେଶରେ ଖୁବ୍‌ ପ୍ରସିଦ୍ଧିଲାଭ କରିଛି । ବନାରସର ମହତ୍ତ୍ୱ ଗଙ୍ଗାଘାଟ ହିଁ ବୃଦ୍ଧି କରିଥାଏ । ଏଠାରେ ଥିବା ୮୪ଘାଟ ମଧ୍ୟରେ ଏପରି ଏକ ଘାଟ ରହିଛି ଯେଉଁଠି ବିବାହିତା ଦମ୍ପତି ଏଠାରେ ସ୍ନାନ କରନ୍ତି ନାହିଁ । କାରଣ ଏଠାରେ କୌଣସି ନବବିବାହିତା ଦମ୍ପତି ସ୍ନାନ କରନ୍ତି ତାଙ୍କ ମଧ୍ୟରେ ମନାନ୍ତର ଘଟିଥାଏ ବୋଲି ସ୍ଥାନୀୟ ବାସିନ୍ଦା ବିଶ୍ୱାସ କରିଥାନ୍ତି । ଏହି ଘାଟର ନିର୍ମାଣ ସ୍ୱୟଂ ଦତ୍ତାତ୍ରେୟ ସ୍ୱାମୀ କରିଥିଲେ । ଏହି ଘାଟ ବିଷ୍ଣୁଭକ୍ତ ନାରଦଙ୍କ ନାମାନୁସାରେ ରଖାଯାଇଛି । ଅର୍ଥାତ୍‌ ଏହି ଘାଟର ନାମ ହେଉଛି ନାରଦ ଘାଟ । ଏହି ଘାଟରେ ଯଦି କେହି ବିବାହିତା ଦମ୍ପତି ସ୍ନାନ କରନ୍ତି ତାଙ୍କ ମଧ୍ୟରେ ଥିବା ସମ୍ପର୍କରେ ବାଧା ଉପୁଜିବା ସହ ପରିବାରରେ ଅଶାନ୍ତି, କଳହ, ତର୍କ ବିତର୍କ ଇତ୍ୟାଦି ଦେଖାଦେଇଥାଏ । ଏହି ଘାଟକୁ ପ୍ରଥମେ କୁବାଇଘାଟ ବୋଲି କୁହାଯାଉଥିଲା । ଏଠାରେ ନାରଦେଶ୍ୱର ମନ୍ଦିର ନିର୍ମାଣ କରାଯାଇଛି । ନାରଦେଶ୍ୱରଙ୍କ ନାମାନୁଯାୟୀ ଏହି ଘାଟର ନାମ ନାରଦ ଘାଟ ରଖାଯାଇଛି । ବର୍ଣ୍ଣିତ ଅଛି ଯେ ନାରଦେଶ୍ୱର ମନ୍ଦିର ସ୍ଥାପନା ସ୍ୱୟଂ ଦେବର୍ଷି ନାରଦ କରିଥିଲେ । [୧]

ଆଧାର ସମ୍ପାଦନା

  1. ସମୟ, ପୃଷ୍ଠା-୨, ଗୁରୁବାର, ୩.୭.୨୦୧୪

ଅଧିକ ତତ୍ୟ ସମ୍ପାଦନା