ନାଟୋ

ଆନ୍ତସରକାରୀ ସଂଘ ଯେଉଁଥିଲେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର ମିଲିଟାରୀ ସନ୍ଧି ହୋଇଛି ।

ନାଟୋ ବା ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନ (ଇଂରାଜୀ ଭାଷାରେ The North Atlantic Treaty Organization (NATO /ˈnt/; French: Organisation du traité de l'Atlantique nord; OTAN) ଅନ୍ୟ ଡାକ ନାମ ଉତ୍ତର ଆଟଲାଣ୍ଟିକ ଆଲିଆନ୍ସ/ North Atlantic Alliance), ଏକ ଆନ୍ତସରକାରୀ ସଂଘ ଯେଉଁଥିଲେ ୨୯ଟି ଉତ୍ତର ଆମେରିକୀୟ ଓ ୟୁରୋପୀୟ ଦେଶର ସରକାରମାନଙ୍କର (intergovernmental) ମିଲିଟାରୀ ସନ୍ଧି (military alliance) ହୋଇଛି । ସନ ୪ ଏପ୍ରିଲ ୧୯୪୯ରେ ଏହି ସଂଘ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ର କାର୍ଯ୍ୟକାରୀ କରିଥିଲା । [୨][୩] ନାଟୋ, ଏକ ସାମୁହିକ ସୁରକ୍ଷାତ୍ମକ ସଂଘ ଗଠନ କରି ତାହାଦ୍ୱାରା ଏହାର ନିଜସ୍ୱ ସ୍ୱାଧୀନ ସଭ୍ୟମାନେ ବାହ୍ୟ ସଂସ୍ଥାରୁ ଆକ୍ରମଣ ହେଲେ ଏହା ବିରୁଦ୍ଧରେ ପାରସ୍ପାରିକ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବେ । ନାଟୋର ମୂଖ୍ୟ କାର୍ଯ୍ୟାଳୟ (NATO's Headquarters| ) ବ୍ରସେଲସ, (Brussels) ବେଲଜିଅମର ଏଭରେଠାରେ ଓ ସୁପ୍ରିମ ହେଡକ୍ୱାଟର ଆଲାଏଡ ପାୱାର ୟୁରୋପର (headquarters of Allied Command Operations|) ମୋନସରେ ସାମୁହିକ କାର୍ଯ୍ୟାଳୟ ସାମୁହିକ କମାଣ୍ଡ ଅବସ୍ଥିତ ଅଛି ।

North Atlantic Treaty Organization

Member states of NATO
ଛୋଟ ନାଆଁNATO, OTAN
ମୂଳ ଲକ୍ଷAnimus in consulendo liber
ଗଠନ4 ଅପ୍ରେଲ 1949 (1949-04-04)
ପ୍ରକାରMilitary alliance
ମୁଖ୍ୟାଳୟBrussels, Belgium
ସଭ୍ୟପଦ
ମୁଖ୍ୟ ଭାଷା
Secretary GeneralJens Stoltenberg
Chairman of the NATO Military CommitteeAir Chief Marshal Stuart Peach, Royal Air Force
Supreme Allied Commander EuropeGeneral Tod D. Wolters, United States Air Force
Supreme Allied Commander TransformationGénéral André Lanata, French Air Force
ବେବସାଇଟwww.nato.int

ଏହାର ପ୍ରତିଷ୍ଠa ପରଠାରୁ ଅନେକ ନୂଆ ସଭ୍ୟ ନାମ ଲେଖାଇବା ଫଳରେ ପ୍ରଥମରୁ ଥିବା ୧୨ ସଭ୍ୟ ସଂଖ୍ୟା ଇତିମଧ୍ୟରେ ବଢ଼ି ୨୯ ହୋଇଗଲାଣି । ୫ ଜୁନ ୨୦୧୭ରେ ଶେଷ ନୂଆ ସଭ୍ୟ ଭାବରେ ମୋଣ୍ଟେନିଗ୍ରୋ (Montenegro) ଯୋଗଦାନ କରଛି । ବୋସନିଆ ଓ ହେର୍ଜେଗୋଭିନା (Bosnia and Herzegovina), ଜର୍ଜିଆ (Georgia), ଉତ୍ତର ମାସିଡୋନିଆ (North Macedonia) ଓ ୟୁକ୍ରେନ‌କୁ (Ukraine) ସମ୍ଭାବ୍ୟ ସଭ୍ୟ ଭାବରେ ନାଟୋ ବିଚାର କରିଛି ।[୪] ନାଟୋର ଶାନ୍ତି ସ‌ହ‌ଯୋଗୀ କାର୍ଯ୍ୟକ୍ରମରେ ୨୧ଟି ଅଧିକ ଦେଶ ଯୋଗଦାନ କରୁଛନ୍ତି । ସମୁଦାୟ ପୃଥିବୀର ଖର୍ଚ୍ଚର ପ୍ରାୟ ୭୦% ସମସ୍ତ ନାଟୋ ସଭ୍ୟଙ୍କର ମିଲିଟାରୀ ବାବଦରେ ଖର୍ଚ୍ଚ ହେଉଛି ।[୫] ସନ ୨୦୨୪ ସୁଦ୍ଧା ପ୍ରତିରକ୍ଷା ଲକ୍ଷ ବାବଦ ଜିଡିପିର ୨% ଖର୍ଚ୍ଚ କରିବାକୁ ସମସ୍ତ ସଭ୍ୟ ରାଜି ହୋଇଛନ୍ତି ।[୬][୭]

ଇତିହାସସମ୍ପାଦନ କରନ୍ତୁ

ଦ୍ୱିତୀୟ ଯୁଦ୍ଧ ପରିପ୍ରେକ୍ଷୀରେ ସୋଭିଏଟ ୟୁନିଅନ ଓ ଜର୍ମାନୀର ଆକ୍ରମଣ ଆଶଙ୍କାରେ ଫ୍ରାନସସଂଯୁକ୍ତ ରାଷ୍ଟ୍ର ଦୁହେଁ ସନ୍ଧି ଓ ପାରଷ୍ପରିକ ସ‌ହାୟତା ନିମନ୍ତେ ୪ ମାର୍ଚ୍ଚ, ୧୯୪୭ରେ ଏକ ଚୁକ୍ତି ସମ୍ପାଦନ କରିଥିଲେ ଯାହାକୁ ଟ୍ରିଟି ଅଫ ଡନ‌କିନ (Treaty of Dunkirk) କୁହାଯାଏ । ସନ ୧୯୪୮ରେ ଏହି ସନ୍ଧିରେ ବେନେଲକ୍ସ (Benelux) ଦେଶମାନେ ଯୋଗଦାନ କରି ଏହାକୁ ପଶ୍ଚିମ ୟୁନିଅନ (Western Union) ନାମ ଦେଲେ ଓ ପରେ ଏହାକୁ ବ୍ରସେଲସ ଟ୍ରିଟି ଅର୍ଗାନାଇଜେସନ ଭାବରେ ସୂଚନା ଦିଆଗଲା ଓ ଟ୍ରିଟି ଅଫ ବ୍ରସେଲସ (Treaty of Brussels) ନାମ କରଣ କରାଗଲା । ଅଧିକ ମିଲିଟାରୀ ସ‌ହ‌ଯୋଗ ନିମନ୍ତେ ଉତ୍ତର ଆମେରିକା ସ‌ହିତ ସଂଯୁକ୍ତ ରାଷ୍ଟ୍ର, କାନାଡ଼ା, ପର୍ତୁଗାଲ, ଇଟାଲି, ନର‌ୱେ, ଡେନମାର୍କ ଓ ଆଇଲ୍ୟାଣ୍ଡ ଇତ୍ୟାଦି ଦେଶମାନଙ୍କୁ ସଭ୍ୟ କରିବା ନିମନ୍ତେ ବାର୍ତ୍ତାଳାପ କରି ସଭ୍ୟମାନେ ୪ ଏପ୍ରିଲ ୧୯୪୯ରେ ଉତ୍ତର ଆଟଲାଣ୍ଟିକ ସନ୍ଧି ପତ୍ରରେ ଦସ୍ତଖତ କଲେ । [୮]

ଆଧାରସମ୍ପାଦନ କରନ୍ତୁ

  1. "English and French shall be the official languages for the entire North Atlantic Treaty Organization." Final Communiqué following the meeting of the North Atlantic Council on 17 September 1949 Archived 6 December 2006 at the Wayback Machine.. "... the English and French texts [of the Treaty] are equally authentic ..." The North Atlantic Treaty, Article 14 Archived 14 September 2011 at the Wayback Machine.
  2. "What is NATO?". NATO Headquarters, Brussels, Belgium. 26 May 2017. Archived from the original on 5 November 2014. Retrieved 26 May 2017.
  3. Cook, Lorne (25 May 2017). "NATO: The World's Largest Military Alliance Explained". MilitaryTimes.com. The Associated Press. Archived from the original on 25 May 2017. Retrieved 26 May 2017.
  4. NATO. "Enlargement". NATO (in ଇଂରାଜୀ). Archived from the original on 11 March 2018. Retrieved 18 March 2018.
  5. "The SIPRI Military Expenditure Database". Milexdata.sipri.org. Archived from the original on 28 March 2010. Retrieved 22 August 2010.
  6. The Wales Declaration on the Transatlantic Bond Archived 10 June 2018 at the Wayback Machine., NATO, 5 September 2014.
  7. Erlanger, Steven (26 March 2014). "Europe Begins to Rethink Cuts to Military Spending". nytimes.com. Archived from the original on 29 March 2014. Retrieved 3 April 2014. Last year, only a handful of NATO countries met the target, according to NATO figures, including the United States, at 4.1 percent, and Britain, at 2.4 percent.
  8. "A short history of NATO". NATO. Archived from the original on 26 March 2017. Retrieved 26 March 2017.