ନାଗରା ଏକ ମଧ୍ୟ ପୂର୍ବ ବାଦ୍ୟଯନ୍ତ୍ର । ଏହାର ଗୋଲ ପଛ ଓ ସମାନ ମୁଣ୍ଡି ଥାଏ । ଏହା ସାଧାରଣତଃ ଯୋଡ଼ା ବଜାଯାଏ । ଏଥିପାଇଁ ଏହାକୁ ଯୋଡ଼ିନାଗରା ମଧ୍ୟ କୁହାଯାଏ । ଏହା ବାକିସ୍ଥାନରେ ଏକ ଝିଲ୍ଲିବାଜା କେଟଲି ବାଜା ପ୍ରକାରର ହୋଇଥିଲେ ହେଁ କେବଳ ଓଡ଼ିଶାରେ ଏକ ଗୋଲାକାର ।[୧][୨] ଓଡ଼ିଶାରେ ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ଛଉ, ପାଇକନାଗା ନାଟରେ ଧୁମସା, ଢୋଲ, ପଖଉଜ ଆଦି ସହ ନାଗରା ମଧ୍ୟ ବାଜିଥାଏ ।[୩]

ନାଗରା
Dhumasa (Nagara).JPG
ପର୍କ୍ୟୁସନ
ଅନ୍ୟ ନାମଢୁମୁସା
ଶ୍ରେଣୀବିଭାଗ ପର୍କ୍ୟୁସନ
Developedପୁରାତନ

ଆରବୀ ନକ୍କରା (naqqāra, نقاره), ବା نقارات ନକ୍କରତ naqqarat, ନଗ୍ଗାରା naqqarah, ନଗ୍ଗାରେ naqqåre, ନକ୍କାରେ nakkare, ନଗ୍ଗୋରା nagora ଆଦି ଆରବୀ ଶବ୍ଦ ନକ୍କର naqrରୁ ଆନୀତ । ଏହାର ଅର୍ଥ "ବଜାଇବା" ।

ଏହି ବାଦ୍ୟ ଇଉରୋପରେ ଆହରିତ ହୋଇ କ୍ରୁସେଡ଼ ସମୟରେ ବଜାଯାଉଥିଲା । ସେ ସମୟରୁ ଏହା ନାକାଇର naccaire ବା ନାକେର naker ନାମରେ ନାମିତ ।

ତିଆରିସମ୍ପାଦନ କରନ୍ତୁ

ନାଗରା ଗୋଲ ଭାଗଟି ପୋଡ଼ାମାଟିରେ ତିଆରି । ସମାନ ପଟଟିରେ ଶୁଖିଲା ଚମଡ଼ାକୁ ରିମରେ ବାନ୍ଧି ଢମା ପରି ଥିବା ଅଂଶର ପଛପଟେ ଟାଣ କରି ବନ୍ଧାଯାଇଥାଏ ।

ଆଧାରସମ୍ପାଦନ କରନ୍ତୁ

  1. Orissa (India) (1967). Orissa District Gazetteers: Balangir. Superintendent, Orissa Government Press.
  2. Dilip Ranjan Barthakur (2003). The Music and Musical Instruments of North Eastern India. Mittal Publications. pp. 103–. ISBN 978-81-7099-881-5.
  3. Kuñjabihāri Dāśa (1991). Folklore of Orissa. Orissa Sahitya Akademi.