ନରସିଂହ ଚରଣ ମିଶ୍ର

ଓଡ଼ିଆ ରାଜନୀତିଜ୍ଞ

ନରସିଂହ ଚରଣ ମିଶ୍ର (୨୩ ଫେବୃଆରୀ ୧୯୨୭ - ୧୧ ଜୁନ ୨୦୦୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନରସିଂହ ଚରଣ ମିଶ୍ର
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ନିର୍ବାଚନ ମଣ୍ଡଳୀବିନକା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-02-23)୨୩ ଫେବୃଆରୀ ୧୯୨୭
ମୃତ୍ୟୁ୧୧ ଜୁନ ୨୦୦୧(2001-06-11) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀବିନୋଦିନୀ ମିଶ୍ର
ବାପା/ବୋଉପଦ୍ମନାଭ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନରସିଂହ ଚରଣ ମିଶ୍ର ୧୯୨୭ ମସିହାର ଫେବୃଆରୀ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପଦ୍ମନାଭ ମିଶ୍ର ଓ ପତ୍ନୀଙ୍କ ନାମ ବିନୋଦିନୀ ମିଶ୍ର ।

ରାଜନୈତିକ ଜୀବନ ସମ୍ପାଦନା

ନରସିଂହ ଚରଣ ମିଶ୍ର ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ନରସିଂହ ଚରଣ ମିଶ୍ର ୨୦୦୧ ମସିହାର ଜୁନ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "ଆଉ ଜଣେ ନରସିଂହ ମିଶ୍ର". ସମ୍ବାଦ. Archived from the original on 1 August 2023. Retrieved 1 August 2023.
  2. ୨.୦ ୨.୧ "Shri Narasingh Charan Misra". odishaassembly.nic.in. Odisha Assembly. Retrieved 4 October 2022.