ନବ ଚରଣ ମାଝି
ଓଡ଼ିଆ ରାଜନୀତିଜ୍ଞ
ନବ ଚରଣ ମାଝି ଜଣେ ଓଡ଼ିଆ ରାଜନୀତିଜ୍ଞ । ନବ ଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]
ନବ ଚରଣ ମାଝି | |
---|---|
![]() | |
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ଏବେଯାଏଁ | |
ପୂର୍ବ ଅଧିକାରୀ | ଶଇବ ସୁଶୀଳ କୁମାର ହାଁସଦା |
ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮ ଅପ୍ରେଲ ୧୯୬୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ବାପା/ବୋଉ | ଧାମୁ ମାଝି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା
ନବ ଚରଣ ମାଝି ୧୯୬୧ ମସିହାର ଅପ୍ରେଲ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧାମୁ ମାଝି ।[୧] ନବଙ୍କର ଶିକ୍ଷାଗତ ଯୋଗ୍ୟତା ଇତିହାସରେ ସ୍ନାତକ ।[୧]
ରାଜନୈତିକ ଜୀବନ ସମ୍ପାଦନା
ନବ ଚରଣ ମାଝି ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରୁଛନ୍ତି ।[୧]
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ ୧.୩ "Shri Naba Charan Majhi". odishaassembly.nic.in. Odisha Assembly. Retrieved 28 October 2019.