[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନଈରୀ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ପଞ୍ଚାୟତ ସମିତିଚିଲିକା
ଭାଷାଓଡ଼ିଆ
Time zoneIST (+୫.୩୦)
ଡାକ କୋଡ଼
୭୫୨ ୦୩୪[୧]

ନଈରୀ ଗାଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗ୍ରାମ ଚିଲିକାର ଉତ୍ତରପାର୍ଶ୍ୱରେ ଅବସ୍ଥିତ । ବାଣପୁର ତହସିଲ ଅନ୍ତର୍ଗତ ଗଙ୍ଗାଧରପୁର ଷ୍ଟେସନରୁ ଦକ୍ଷିଣକୁ ୨ କିମି ଗଲେ ନଈରୀ ଗ୍ରାମ ପଡ଼େ । ସପ୍ତଦଶ ଖ୍ରୀଷ୍ଟାବ୍ଦରେ ଯବନମାନଙ୍କ ଆକ୍ରମଣ କାଳରେ ଜଗନ୍ନାଥଙ୍କ ବିଗ୍ରହ ଏହିଠିକୁ ସ୍ଥାନାନ୍ତରିତ ହୋଇଥିଲା ।

ଇତିହାସ ସମ୍ପାଦନା

ନଈରୀ ଗ୍ରାମର ହରେଶ୍ୱର ମଣ୍ଡପକୁ ଦୁଇଥର ମହାପ୍ରଭୁ ଜଗନ୍ନାଥ ବିଜେ କରି ଲୀଳା କରିଥିଲେ । ଜଗନ୍ନାଥଙ୍କ ଦ୍ୱିତୀୟବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ । ତାଙ୍କର ଲୀଳାରେ ଶ୍ରୀକ୍ଷେତ୍ର ବାହାରେ ନଈରୀଠାରେ ଗୋଟିଏ ଥର ରଥଯାତ୍ରା ହୋଇଥିଲା । ରଥ ନିର୍ମାଣ ହୋଇ ଏହି ରଥଯାତ୍ରା ହୋଇ ନଥିଲା । ତିନିଟି ଶଗଡ଼କୁ ରଥ ରୂପେ ବ୍ୟବହାର କରାଯାଇଥିଲା । ନଈରୀ ଗ୍ରାମର ପୂର୍ବ ପଟେ ଥିବା ଜଙ୍ଗଲକୁ କାଟି ସଫାକରି ଏକ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଥିଲା । ତାହା ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଗୁଣ୍ଡିଚା ମନ୍ଦିର ନିକଟରେ ସେତେବେଳେ ଖୋଳାଯାଇଥିବା ଗୁଣ୍ଡିଚା କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ମହାପ୍ରଭୁ ନଈରୀ ଗ୍ରାମର ଶ୍ରୀହରି ହରେଶ୍ୱର ମନ୍ଦିରରୁ ଶ୍ରୀକ୍ଷେତ୍ର ଫେରି ଆସିବା ପରେ କେବଳ ମହାପ୍ରଭୁ ବସିଥିବା ଚକାଗୁଡ଼ିକ ସେଠାରେ ପୂଜା ପାଉଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗଞ୍ଜାମର ଚିକିଟି, ବାଣପୁରର ବଡ଼ହନ୍ତୁଆଡ଼ଚିଲିକାର ଗୁରୁବାଈ ଗଡ଼ଠାରେ ମହାପ୍ରଭୁଙ୍କର ଚକା ପୂଜିତ ହେଉଥିଲେ ମଧ୍ୟ ଶ୍ରୀବିଗ୍ରହ ରହିଛନ୍ତି । ନଈରୀରେ ବିଗ୍ରହ ନଥିବାରୁ ସେଠାରେ ରଥଯାତ୍ରା ହେଉନାହିଁ । ମହାପ୍ରଭୁ ସେହି ଗ୍ରାମକୁ ଯିବା ପୂର୍ବରୁ ସେଠାରେ ରଥଯାତ୍ରା ହେଉନଥିଲା ଓ ମହାପ୍ରଭୁ ସେଠାରୁ ଆସିବା ପରେ ମଧ୍ୟ ସେଠାରେ ରଥଯାତ୍ରା ହେଉନାହିଁ ।ତେଣୁ ଗୁଣ୍ଡିଚା ଘରଗୁଣ୍ଡିଚା କୂଅ ଅବହେଳିତ ହୋଇଯିବ ସ୍ୱାଭାବିକ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । ସେତିକିବେଳେ ମହାପ୍ରଭୁଙ୍କୁ ଭାର୍ଗବୀ ନଦୀର ଦୋବନ୍ଧା ପେଣ୍ଠରୁ ବଡ଼ ପରୀକ୍ଷା ପରମାନନ୍ଦ କୁଅଁର ମହାପାତ୍ରସାନ ପରୀକ୍ଷା ବିଷ୍ଣୁ ପଶ୍ଚିମ କବାଟ ଚିଲିକା ବାଟଦେଇ ନଈରୀ ଗ୍ରାମର ମଣ୍ଡପରେ ଗୋପନରେ ବିଜେ କରାଇଥିଲେ । ସମ୍ମୁଖରେ ଯୋଡ଼ ହସ୍ତରେ ଗରୁଡ଼ଦେବଙ୍କୁ ବିଜେ କରାଇଥିଲେ । ମହାପ୍ରଭୁ ସେଠାରେ ନାହାନ୍ତି ସତ ମାତ୍ର ଚକା ସମ୍ମୁଖରେ ଯୋଡ଼ ହସ୍ତରେ ଗରୁଡ଼ ଏବେବି ବିରାଜମାନ କରିଛନ୍ତି । ଏହି ମନ୍ଦିର ହରିହରଙ୍କର ମିଳିତ ଉପାସନାର ଏକ ଐତିହପୂର୍ଣ୍ଣ ନିଦର୍ଶନ । ମନ୍ଦିରର ଦକ୍ଷିଣରେ ଶ୍ରୀନୃସିଂହ ମନ୍ଦିର ରହିଛି । ୨୭ ଘର ସେବକ ଏଠାରେ ସେବା କରୁଛନ୍ତି । ମନ୍ଦିରର ସମ୍ମୁଖ ବସ୍ତିର ନାମ ରହିଛି ଦୋଳମଣ୍ଡପ ସାହି । [୨] ସାମାନ୍ୟ ଦୂରରେ ରହିଛି ଶ୍ରୀଜଗନ୍ନାଥ ବଲ୍ଲଭ ମଠ । ଗୁଣ୍ଡିଚା ମନ୍ଦିର ନିକଟରେ ଯମୁନା ନିର୍ଝର ନାମରେ ଏକ ଝରଣା ଅଛି । ଏହି ଝରଣା ପାଣିକୁ ୪୦ ଫୁଟରେ ୬୦ ଫୁଟ ପରିମିତ ପୋଖରୀରେ ରଖାଯାଇଛି । ବଳକା ପାଣି ଚିଲିକାକୁ ଯାଉଛି । [୩] ଏହି ପୋଖରୀ ପାଣି ମଧୁର ହୋଇଥିବାରୁ ଏହି ଜଳରେ ମହାପ୍ରଭୁଙ୍କର ସେବାପୂଜା କରାଯାଉଥିଲା । ସେତେବେଳେ ପ୍ରଥମେ ମହାପ୍ରଭୁ ଏହି ଗ୍ରାମଠାରୁ ୧ କିମି ଦୂରରେ ଚିଲିକା ମଝିରେ ଥିବା କାଙ୍କଣ ଶିଖରୀ ବା କାଙ୍କଣ କୁଦରେ ରହି ପୂଜା ପାଉଥିଲେ । ସେବକମାନେ ନାଆରେ ଏହି ଯମୁନା ନିର୍ଝରରୁ ମଧୁର ଜଳ ନେଇ କାଙ୍କଣ କୁଦରେ ମହାପ୍ରଭୁଙ୍କର ସେବାକାର୍ଯ୍ୟ ସମ୍ପନ୍ନ କରୁଥିଲେ । ଏହି କୁଦରେ ପ୍ରଚୁର କାଙ୍କଣ ଫଳୁଥିଲା । ମହାପ୍ରଭୁଙ୍କର ଗୋପନ ଲୀଳା କାଳରେ ସେବକମାନେ କାଙ୍କଣ ରାନ୍ଧି ମଣୋହି କରିଥିଲେ । ତେଣୁ ଏଠାରୁ କେହି କାଙ୍କଣ ତୋଳି ଖାଇନଥାନ୍ତି । ଏବେବି ଏହା ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ବୋଲି ବିଶ୍ୱାସ କରାଯାଉଛି । ଶ୍ରୀମନ୍ଦିରକୁ ଫେରି ଆସିବା ପରେ ସ୍ଥାନୀୟ ଲୋକେ ଏହି କାଙ୍କଣ ତୋଳି ମହାପ୍ରଭୁଙ୍କର ରୋଷଘରକୁ ପଠାଉଥିଲେ । ସେଥିପାଇଁ ରାଧାନାଥ ରାୟ ଚିଲିକା କାବ୍ୟରେ ଲେଖିଥିଲେ:-

ତରଙ୍ଗ ବେଷ୍ଠିତ କାଙ୍କଣ ଶିଖରୀ,
ଆଦ୍ୟ ଫଳେ ଯାର ତାରୀ ପୂର୍ଣ୍ଣ କରି ।
ବର୍ଷେ ବର୍ଷେ ହ୍ରଦ ବିହାରୀ ଧବରେ,
ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷ ଘରେ ।

[୪]

ଆଧାର ସମ୍ପାଦନା

  1. PINcode.net.in
  2. "ଆର୍କାଇଭ୍ କପି" (PDF). Archived from the original (PDF) on 4 March 2016. Retrieved 20 August 2015. {{cite news}}: Cite has empty unknown parameter: |1= (help)
  3. "Maritime heritage in and around Chilika Lake, Orissa" (PDF). Retrieved 20 August 2015.[permanent dead link]
  4. "ନଈରୀ ଗ୍ରାମରେ ମହାପ୍ରଭୁଙ୍କ ଶଗଡ଼ରେ ରଥଯାତ୍ରା". ଧରିତ୍ରୀ. ୨୦ ଅଗଷ୍ଟ ୨୦୧୫. Retrieved 20 August 2015. {{cite news}}: Check date values in: |date= (help)