ଧ୍ୱଜବତା ଏକ କଣ୍ଟା ଅଟେ । ରଥରେ ପ୍ରଥମେ ଶ୍ରୀମନ୍ଦିରରୁ ଆସି ଜଗନ୍ନାଥଙ୍କ ଆଜ୍ଞାମାଳ ଝୁଲିବା ପାଇଁ ଏହି କଣ୍ଟା ବ୍ୟବହାର କରାଯାଏ । ରଥ ନିର୍ମାଣରେ ପାଖାପାଖି ୩ କୁଇଣ୍ଟାଲ ଓଜନର ଲୁହାକଣ୍ଟା ବ୍ୟବହାର ହୁଏ । କିନ୍ତୁ, ଧ୍ୱଜବତା ହେଉଛି ଏକମାତ୍ର କଣ୍ଟା ଯାହା ଉପରେ କେବଳ ଆଜ୍ଞାମାଳ ଝୁଲେ, ଆଉ ସମସ୍ତ କଣ୍ଟା କେବଳ କାଠ ଯୋଡିବା ପାଇଁ ବ୍ୟବହାର ହୁଏ ।[୧]

ନିର୍ମାଣ ବିଧି ଓ ବ୍ୟବହାର ସମ୍ପାଦନା

ଏହି କଣ୍ଟା ଦୋଳବେଦୀ ପରିସରରେ କମାର ସେବକମାନେ ତିଆରି କରିଥା'ନ୍ତି । ରୁକ୍ମିଣୀ ହରଣ ଏକାଦଶୀ ଦିନ ଏହି କଣ୍ଟା ତିଆରି ଆରମ୍ଭ କରିବା ବିଧି ରହିଛି । ୧୭ କମାର ସେବକ ଏହି କଣ୍ଟାକୁ ମାପ ଅନୁସାରେ ନିର୍ମାଣ କରିଥାନ୍ତି । ବାହି ଉପରେ ଯେଉଁ ଧ୍ୱଜବତା (କାଠ) ଥାଏ ସେଥିରେ ଏହି କଣ୍ଟା ପିଟାଯାଏ । ଏହାର ଲମ୍ବା ୧୪ ଇଞ୍ଚ । ଗୋଟିଏ ରଥରେ ୪ଟି ହିସାବରେ ୩ଟି ରଥରେ ୧୨ଟି ଧ୍ୱଜବତା ବ୍ୟବହାର ହୁଏ ।[୧] ନେତ୍ର ଉତ୍ସବରେ ୩ ରଥ ସିଂହଦ୍ୱାରରେ ପହଞ୍ଚିବା ପରେ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଆସିଥାଏ । ସେତେବେଳେ ଏହି କଣ୍ଟାରେ ଆଜ୍ଞାମାଳ ଝୁଲାଯାଏ । ଏହି କଣ୍ଟା ସହ ଦଣ୍ଡା ବିଡ଼ିଆ, ଗରଗରା, ଯୋଖା ପ୍ରଭୃତି କଣ୍ଟା ପ୍ରସ୍ତୁତ କରାଯାଏ ।

ଆଧାର ସମ୍ପାଦନା

  1. ୧.୦ ୧.୧ "ଧ୍ୱଜବତା". ପ୍ରମେୟ. ୩୦ ମଇ ୨୦୧୫. Archived from the original on 5 March 2016. Retrieved 2 September 2015. {{cite news}}: Check date values in: |date= (help)

ବାହାର ଲିଙ୍କ ସମ୍ପାଦନା