ଦେବ୍ରୀଗଡ଼ ଅଭୟାରଣ୍ୟ

(ଦେବ୍ରୀଗଡ ଅଭୟାରଣ୍ୟରୁ ଲେଉଟି ଆସିଛି)

ଦେବ୍ରୀଗଡ଼ ସଂରକ୍ଷିତ ଅଭୟାରଣ୍ୟ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ । ଏହାର କ୍ଷେତ୍ରଫଳ ୩୫୪ ବର୍ଗ କିଲୋମିଟର ଅଟେ । [୧]

ଦେବ୍ରୀଗଡ ଅଭୟାରଣ୍ୟ
India Odisha
India Odisha
ଅବସ୍ଥାନଓଡ଼ିଶା, ଭାରତ
ପାଖ ସହରବରଗଡ଼
ଦିଗବାରେଣି21°55′N 83°58′E / 21.917°N 83.967°E / 21.917; 83.967
କ୍ଷେତ୍ରଫଳ୩୪୭ ବର୍ଗ କି.ମି.
ପରିଚାଳନାପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଭାରତ ସରକାର
Official website

ଅବସ୍ଥିତି ଓ ବିଶେଷତା ସମ୍ପାଦନା

ହୀରାକୁଦ ଜଳ ଭଣ୍ଡାର ଏହାର ପୂର୍ବ ସୀମା ଅଟେ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ଯଦିବା ଏହା ବରଗଡ଼ ଜିଲ୍ଲାରେ ଅବସ୍ଥିତ, ସମ୍ବଲପୁର ଏବଂ ବୁର୍ଲା ଏହାର ନିକଟତମ ସହରମାନ ଅଟନ୍ତି (ଯଥାକ୍ରମେ ୪୦ତଥା ୧୫ କିଲୋମିଟର ଦୂରତା) । ହୀରାକୁଦ ଜଳଭଣ୍ଡାରର ଡାହାଣ ପଟ ଡାଇକ୍‍ର ଜିରୋ ପଏଣ୍ଟଠାରୁ ଏହି ଅରଣ୍ୟ ଆରମ୍ଭ ହୁଏ । [୨]

ଜୀବଜନ୍ତୁ ସମ୍ପାଦନା

ଚୌଶିଂଗା ହରିଣ, ଭାରତୀୟ ଗୟଳ , ସମ୍ବର, କଲରା ପତ୍ରିଆ ବାଘ, ନୀଳ ଗାଈ ଆଦି ଅନେକ ପ୍ରଜାତିର ପଶୁ ତଥା ଅନେକ ସୁନ୍ଦର ପକ୍ଷୀ ଏଠାରେ ଦେଖାଯାଆନ୍ତି । ଏହା ନିକଟରେ ଥିବା ହିରାକୁଦ ଜଳରେ ବହୁତ ପ୍ରକାରର ବତକ, ହଂସ ଆସନ୍ତି । ଉଷାକୋଠୀ ଜଳପ୍ରପାତ ଏହି ଅଭୟରାଣ୍ୟରେ ଅଛି । ଜଙ୍ଗଲ ଭ୍ରମଣ କରିବାକୁ ଏହି ଅରଣ୍ୟ ମଧ୍ୟରେ ଛଟି ରାସ୍ତା ଅଛି ।[୩]

ପର୍ଯ୍ୟଟନ ସମ୍ପାଦନା

ଓଡ଼ିଶା ରାଜ୍ୟ ବନ ନିଗମ ତରଫରୁ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏହି ଅଭୟରାଣ୍ୟ ମଧ୍ୟରେ ବିଭିନ୍ନ ପ୍ରକାରର ଆବାସ ସ୍ଥଳୀ ସ୍ଥାପନା କରାଯାଇଅଛି । ସେଗୁଡିକ ହେଲା ଜଙ୍ଗଲ ବିଶ୍ରାମ ଗୃହ -ଦେଚୁଆଁ, ଜଂଗଲ ବିଶ୍ରାମ କୁଟୀର- ଧୋଡ୍ରୋକୁସୁମ , ପରିବେଶ ପର୍ଯ୍ୟଟନ କୁଟୀର ତଥା ହଷ୍ଟେଲ - ବାରଖଣ୍ଡିଆ । ଏହି ବାରଖଣ୍ଡିଆରେ ଥିବା ଆବାସ ସ୍ଥଳୀରେ ଭୋଜନ ଯୋଗାଇ ଦିଆଯାଇଥାଏ, ଅନ୍ୟ ସ୍ଥାନ ଗୁଡିକରେ ପର୍ଯ୍ୟଟକମାନଙ୍କୁ ନିଜେ ରୋଷେଇ କରିବା ସୁବିଧା ଅଛି । ଏ ସବୁରେ ରହିବା ନିମନ୍ତେ ଡିଏଫ୍‍ଓ (DFO) ସମ୍ବଲପୁରଙ୍କଠାରୁ ଅନୁମତି ନେବାକୁ ହୋଇଥାଏ ।

ଆଧାର ସମ୍ପାଦନା

  1. "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". ଓଡ଼ିଶା ସରକାର. Archived from the original on 2014-08-12. Retrieved ୨୨ ଡିସେମ୍ବର ୨୦୧୪. {{cite web}}: Check date values in: |accessdate= (help)
  2. "ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ୱେବସାଇଟ". Odisha Turism. Retrieved ୨୨ ଡିସେମ୍ବର ୨୦୧୪. {{cite web}}: Check date values in: |accessdate= (help)
  3. "ଓଡ଼ିଶା ଟୁରିଜିମ". ଓଡ଼ିଶା ସରକାର. Archived from the original on 2014-08-12. Retrieved ୨୨ ଡିସେମ୍ବର ୨୦୧୪. {{cite web}}: Check date values in: |accessdate= (help)