ଦେବଦଳନ

ଦେବଦଳନ/ Darpadalana

ଉପକ୍ରମ: ରଥଯାତ୍ରା (ଘୋଷଯାତ୍ରା ଓ ଶ୍ରୀଗୁଣ୍ଡିଚା ନାମରେ ମଧ୍ୟ ଜଣାଶୁଣା) । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ଏହା ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ । ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ । ବହୁ ପ୍ରାଚୀନ ସମୟରୁ ରଥତ୍ରୟର ନିର୍ମାଣ ପଦ୍ଧତି ଶିଳ୍ପଶାସ୍ତ୍ରାନୁମୋଦିତ । ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ ତୋନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏ ସମ୍ପର୍କିତ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନଦ୍ୱାରା ମିଳିତ ଭାବେ ସମ୍ପାଦିତ ହୋଇଥାଏ। ଶ୍ରୀମନ୍ଦିରର ତିନି ଠାକୁରଙ୍କ ପାଇଁ ତିନୋଟି ଭିନ୍ନ ଭିନ୍ନ ରଥର ବ୍ୟବସ୍ଥା ରହି ଆସିଛି । ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଉଣୀ ମାଁ ସୁଭଦ୍ରା ଯେଉଁ ରଥରେ ବିରାଜମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନବ ଦିନ ଯାତ୍ରା କରନ୍ତି, ସେ ରଥର ନାମ ଦେବଦଳନ[୧]

ଦେବଦଳନ
Debadalana Ratho.png
ମାଁ ସୁଭଦ୍ରାଙ୍କ ରଥ
ପାଳନକାରୀହିନ୍ଦୁ ଧର୍ମାମ୍ବଲମ୍ବୀ
ପ୍ରକାରଧାର୍ମିକ
ଆରମ୍ଭଆଷାଢ଼ ଶୁକ୍ଳ ଦ୍ୱିତୀୟା
ଶେଷଆଷାଢ଼ ଶୁକ୍ଳ ଦଶମୀ
ପୁନଃପୌନିକତାବାର୍ଷିକ

ଦେବଦଳନ ରଥ-ସବିଶେଷ ବିବରଣୀସମ୍ପାଦନ କରନ୍ତୁ

ଦେବଦଳନ ରଥ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ନାମରେ ମଧ୍ୟ ପରିଚିତ । ମାଁ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ଏହି ରଥରେ ବିଜେ କରିଥାନ୍ତି ।[୨]

ରଥର ନାମ 'ଦେବଦଳନ' ବା 'ଦର୍ପଦଳନ'
ମୋଟ ବ୍ୟବହାର କାଠ ୭୧୧
ମୋଟ ଚକ ସଂଖ୍ୟା ୧୨ [୩]
ପ୍ରତି ଚକର ବ୍ୟାସ ୬'୦୦"
ରଥର ଉଚ୍ଚତା ୪୪'୦୬"
ରଥର ଦୈର୍ଘ୍ୟ ଓ ପ୍ରସ୍ଥ ୩୧'୬" x ୩୧'୬"
ରଥ ରକ୍ଷକ ଜୟଦୁର୍ଗା
ଦ୍ୱାରପାଳ ଗଙ୍ଗା ଓ ଯମୂନା
ସାରଥୀ ଅର୍ଜୁନ
ରଥର ଅସ୍ତ୍ର ପଦ୍ମ ଓ କଲ୍ହାର
ରଥର ଘୋଡ଼ା ସଂଖ୍ୟା
ଘୋଡ଼ାମାନଙ୍କ ନାମ ରୋଚିକା, ମୋଚିକା, ଜିତା, ଅପରାଜିତା
ଘୋଡ଼ାର ରଙ୍ଗ ନାଲି
ରଥ ଦଉଡି ସ୍ୱର୍ଣ୍ଣଚୂଡ଼
ରଥର ଶକ୍ତି ଭୁବନେଶ୍ୱରୀ ଓ ଚକ୍ରା
ରଥାବରଣ କପଡାର ରଙ୍ଗ ନାଲି ଓ କଳା ରଙ୍ଗ
ଧ୍ୱଜପମୂର୍ତ୍ତି ଜୟଦୁର୍ଗା
ପତାକା ନାମ ନାଦମ୍ବିକା
ପାର୍ଶ୍ୱ ଦେବା/ଦେବୀ

୧ .ବିମଳା ୨.ବନଦୁର୍ଗା ୩.ବାରାହି ୪.ଚାମୁଣ୍ଡା ୫.ଭୁବନେଶ୍ୱରୀ ୬.ହରଚଣ୍ଡୀ ୭.ଜୟଦୁର୍ଗା ୮.ସର୍ବମଙ୍ଗଳା ୯.ଉଗ୍ରତାରା


ୠଷି ସମୂହ ଭୃଗୁ, ସୁପ୍ରଭା, ବଜ୍ର, ଶୃଙ୍ଗି, ଧୃବ ଓ ଉଲ୍ଲୁକ

ରଥ ନିର୍ମାଣ ଶୈଳୀସମ୍ପାଦନ କରନ୍ତୁ

ଶିଳ୍ପଶାସ୍ତ୍ରାନୁମୋଦିତ ଓ ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ । ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ଦେବଦଳନ ରଥରେ ୪ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, ଦୁଇଟି ଶୁଆ, ରଥବାଡ଼, ୯ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ । ଦେବଦଳନ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।

ଆଧାରସମ୍ପାଦନ କରନ୍ତୁ

  1. "ରଥ ଶ୍ରେଣୀ ସମୂହ". Tour Bbsr. Retrieved 29 August 2015.
  2. "ଦେବଦଳନ ରଥ". Shreekhetra.com. Retrieved 27 August 2015.
  3. "ଦେବବଳନ ରଥ ଆକୃତି". Rathayatra.net. Retrieved 29 August 2015.