ଦିଲ୍ଲୀପ ଦାସ

ଓଡ଼ିଆ କବି

ଦିଲ୍ଲୀପ ଦାସ (୧୫ ଜୁନ ୧୯୪୨ - ୧୨ ଅକ୍ଟୋବର ୨୦୨୧) ଜଣେ ଓଡ଼ିଆ କବି ଥିଲେ । ନିଜ କାବ୍ୟ ପୁସ୍ତକ ସୁଦୂରରୁ ଅନେକ ଦୂର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ଦିଲ୍ଲୀପ ଦାସ
ଜନ୍ମ ଓ ଜନ୍ମସ୍ଥାନ(1942-06-15)୧୫ ଜୁନ ୧୯୪୨
ଆସିକା, ଗଞ୍ଜାମ
ମୃତ୍ୟୁ୧୨ ଅକ୍ଟୋବର ୨୦୨୧(2021-10-12) (ବୟସ ୭୯)
ମୁମ୍ବାଇ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ, ଶାନ୍ତି ନିକେତନ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଦିଲ୍ଲୀପ ଦାସ ୧୯୪୨ ମସିହାରେ ଗଞ୍ଜାମ ଜିଲ୍ଲାର ଆସିକାଠାରେ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱଭାରତୀ ଶାନ୍ତିନିକେତନରେ ଶିକ୍ଷାଲାଭ କରିଥିଲେ । ପରେ ଅଧ୍ୟାପନା ବୃତ୍ତିକୁ ଆବୋରୀ, ଜଣେ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କର ପରଲୋକ ଘଟିସାରିଛି । ପରିବାରରେ ତାଙ୍କ ପୁଅ ସ୍ୱାଗତ, ଶାଶ୍ୱତ, ବୋହୁ ମନୀଷା, ଝିଅ ମିନାକ୍ଷୀ ଓ ଜ୍ୱାଇଁ ଦେବୀପ୍ରସନ୍ନ ଅଛନ୍ତି ।

୨୦୨୧ ମସିହା ଅକ୍ଟୋବର ୧୨ ତାରିଖରେ ମୁମ୍ବାଇଠାରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ ସମ୍ପାଦନା

  • ସୁଦୂରରୁ ଅନେକ ଦୂର
  • ବିଲୁପ୍ତ ସାମ୍ରାଜ୍ୟ
  • ପକ୍ଷୀଟି ବସିଛି ଡାଳରେ
  • ଛାଇତା ପୋଖରୀ ଜଳରେ
  • ବୁଡ଼ି ଯାଉଥିବା ଦେଶ
  • ନୀଳମାଧବ
  • ଦିବ୍ୟା[୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୮

ଆଧାର ସମ୍ପାଦନା

  1. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.http://odishasahityaakademi.org/. odisha sahitya akademi. p. ୮. Archived from the original on 13 October 2021. Retrieved 13 October 2021. {{cite web}}: External link in |website= (help)
  2. "କବି ଦିଲ୍ଲୀପ ଦାସଙ୍କ ପରଲୋକ". No. ସମ୍ବାଦ ୧୩/୧୦/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦. ଇଷ୍ଟର୍ଣ୍ଣ ମିଡ଼ିଆ. 13 October 2021. Archived from the original on 13 October 2021. Retrieved 13 October 2021.