ଦାମନ ବିମାନବନ୍ଦର(IATA: NMBICAO: VADN)ଏକ ସାମରିକ ଏୟାର ବେସ । ଏହା ଦାମନ ଓ ଦିଉ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥିତ। ଏଠାରେ ଭାରତୀୟ ତଟରକ୍ଷା ବାହିନୀର ଏୟାର ଷ୍ଟେସନ ରହିଛି । ଏଠାରେ ସାମରିକ ବିମାନ ସହ ବେସାମରିକ ବିମାନ ଚଳାଚଳ ପାଇଁ ସୁବିଧା ରହିଛି ।[୧]

ଦାମନ ବିମାନ ବନ୍ଦର
IATA: NMBICAO: VADN
ସାରକଥା
ବିମାନ ବନ୍ଦର ପ୍ରକାର Military
ପରିଚାଳକ Indian Coast Guard
ଅବସ୍ଥାନ Daman, India
ଉଚ୍ଚତା (ସମୁଦ୍ର ଠାରୁ) 10 m / 33 ft
ଦିଗବାରେଣି 20°26′04″N 072°50′36″E / 20.43444°N 72.84333°E / 20.43444; 72.84333
Map
NMB is located in India
NMB
NMB
ରନବେ
ଦିଗ ଲମ୍ବ ଭୂମି
m ft
03/21 1,801 5,909 Asphalt
09/27 1,000 3,282 Asphalt

ଇତିହାସ ସମ୍ପାଦନା

ଏହି ବିମାନ ବନ୍ଦର ୧୯୫୦ ମସିହାରେ ପର୍ତୁଗୀଜ କର୍ତ୍ତୃପକ୍ଷଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ୧୯୫୫ ମସିହାରେ ଦମନରୁ ଗୋଆ, ଦିଉ ଓ କରାଚିକୁ ବିମାନ ଚଳାଚଳ ଆରମ୍ଭ କରିଥିଲା । ୧୯୬୧ ମସିହାରେ ଭାରତୀୟ ସେନା ଏହାକୁ ଅଧିକାର କରିଥିଲେ ଓ ସମସ୍ତ ବିମାନ ସେବା ବନ୍ଦ କରିଥିଲେ ।[୨] ତାହା ପରେ ଭାରତୀୟ ତଟରକ୍ଷା ବାହିନୀ ଏଠାରେ ଡୋର୍ନିଅର ସ୍କ୍ୱାଡ୍ରନ ମୁତୟନ କରିଥିଲେ । ୧୯୮୭ରେ ଏହା ପୂର୍ଣ୍ଣ ବିମାନବନ୍ଦର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା ।[୩]

ନିର୍ମାଣ ସମ୍ପାଦନା

 
Map of the airport.

ଏଠାରେ ଦୁଇଟି ପିଚୁ ନିର୍ମିତ ରନୱେ ରହିଛି । ମୁଖ୍ୟ ରନୱେର ଦୈର୍ଘ୍ୟ 5910 ଫୁଟ ଓ ପ୍ରସ୍ଥ 45 ମିଟର । ଅନନ୍ୟ ରାନୱେ 3284 ଫୁଟ ଏବଂ ଏହାର ଦୈର୍ଘ୍ୟ 25 ମିଟର । ଏଠାରେ ରାଡ଼ାର ସହ ସମସ୍ତ ଉନ୍ନତ ଯନ୍ତ୍ରପାତି ମୁତୟନ କରାଯାଇଛି । [୧]

ଭାରତୀୟ ତଟ ସୁରକ୍ଷାବାହିନୀ ସମ୍ପାଦନା

ଏଠାରେ ଭାରତୀୟ ତଟ ସୁରକ୍ଷା ବାହିନୀର ଦୁଇଟି ସ୍କ୍ୱାଡ୍ରନ ରହିଛନ୍ତି ।

  • 750 SQN(ICG) - operating Dornier 228 Aircraft
  • 841 SQN(ICG) - operating Chetak Helicopters

ଏହାରେ ଡର୍ନିଆର ବ୍ଯତୀତ ଚେତକ ହେଲିକପ୍ଟର ରଖା ଯାଇଛି ଓ ଏଠାରେ ନୌବାହିନୀ ସମର ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ତାଲିମ ପ୍ରଦାନ କରାଯାଇଥାଏ । [୧]

ବିମାନ ଓ ଗନ୍ତବ୍ୟ ସ୍ଥଳ ସମ୍ପାଦନା

ବର୍ତ୍ତମାନ ଏଠାରୁ ନିୟମିତ ବିମାନ ସେବା ନାହିଁ ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ {{cite web}}: Empty citation (help)
  2. "Dabolim and TAIP". Archived from the original on 27 September 2011. Retrieved 1 November 2011.
  3. "Dabolim and TAIP". Archived from the original on 27 September 2011. Retrieved 1 November 2011.

ବାହାର ଲିଙ୍କ ସମ୍ପାଦନା

  • VADN ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)