ଭାରତୀୟ ପୂଜାବିଧିରେ ମଥାରେ ଅଙ୍କିତ ହେଉଥିବା ଏକ ଚିହ୍ନ ଶାସ୍ତ୍ର ମତରେ ଦ୍ୱୀଜ (ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ) ତିଳକ ନଲଗାଇଲେ ତାଙ୍କୁ ଚଣ୍ଡାଳ ବୋଲାଯାଏ ତିଳକ ସର୍ବଦା କପାଳର ଦୁଇ ଭ୍ରୁଲତା ମଝି ସ୍ଥାନ ଆଜ୍ଞା ଚକ୍ର ଉପରେ ଅଂକନ କରାଯାଏ ଏହାକୁ ଚେତନାକେନ୍ଦ୍ର ଭାବେ ଅଭିହିତ କରାଯାଇଛି

Left: ତିଳକ ଧାରଣ କରିଥିବା ଜଣେ ବୈଷ୍ଣବ ସାଧୁ (ଉର୍ଦ୍ଧ୍ୱ ପୁଣ୍ଡ୍ର).[୧]
Right: ତିଳକ ଧାରଣ କରିଥିବା ଜଣେ ଶୈବ ସାଧୁ (ତ୍ରୀପୁଣ୍ଡ୍ର)[୨][୩]
ହିନ୍ଦୁ ବିବାହରେ ବରକୁ ସ୍ୱାଗତ ପାଇଁ ତିଳକ ଧାରଣ ପର୍ବ

ହିନ୍ଦୁ ଧର୍ମରେ ତିଳକ (Hindi: तिलक) ସାଧାରଣତଃ କପାଳରେ ଧାରଣ କରନ୍ତି, ବେଳେବେଳେ ଶରୀରର ଅନ୍ୟ ଅଙ୍ଗରେ ଯଥା ଛାତି, ହସ୍ତ ଇତ୍ୟାଦି ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟ ଅବସରରେ ଏହାକୁ ପାରମ୍ପରିକ ଆଭୁଷଣ ସହ ଧାରଣ କରାଯାଏ ବ୍ରାହ୍ମଣମାନେ ଏହାକୁ ଦୈନିକ ଧାରଣ କରନ୍ତି

ଦକ୍ଷିଣ ଏସୀୟ ପରମ୍ପରା ଭାବେ ଏହି ସିନ୍ଦୁରଚନ୍ଦନ ମିଶ୍ରଣ ଯୁକ୍ତ ସୁଗନ୍ଧି ଦ୍ରବଣକୁ ବିଜୟ ଉତ୍ସବରେ ପହଞ୍ଛିବା କ୍ଷଣି ବିଜୟୀଙ୍କ ମଥାରେ ଲଗାଯାଇ ସ୍ୱାଗତ କରାଯାଏ [୪]

ତିଳକ ଘୋରା ହେବାକୁ ଅଛି

ବ୍ୟାଖ୍ୟା ସମ୍ପାଦନା

ବୈଷ୍ଣବ ଧର୍ମାବଲମ୍ବୀ ଏହାକୁ ନାସା ଅଗ୍ରରୁ ମସ୍ତକ କେଶ ଆରମ୍ଭ ପର୍ଯ୍ୟନ୍ତ କପାଳରେ ଲମ୍ବ ଭାବେ ଅଙ୍କନ କରନ୍ତି ଏହାକୁ ଉର୍ଦ୍ଧ୍ୱ ପୁଣ୍ଡ୍ର କୁହନ୍ତି [୧] ମଝିରେ ଏକ U ଦ୍ୱାର ଏହା ଛେଦିତ ହୋଇଥାଏ ଦେଉଳମାନଙ୍କରେ ଦୁଇ ପ୍ରକାର ଚିହ୍ନ ଦେଖିବାକୁ ମିଳେ ଏହି ତିଳକ ପାରମ୍ପରିକ ଭାବେ ଚନ୍ଦନ ଗୁଣ୍ଡରୁ ପ୍ରସ୍ତୁତ ଦ୍ରବଣରେ ତିଆରି ହୋଇଥାଏ

ଆଉ ଏକ ପ୍ରମୁଖ ତିଳକ ଶୈବମାନେ ଧାରଣ କରନ୍ତି ଏହାକୁ ରୁଦ୍ର ତିଳକ ବା ତ୍ରୀପୁଣ୍ଡ୍ର କୁହନ୍ତି [୫][୬] ଏହାର ତିନୋଟି ଭୂମି ସମାନ୍ତର ରେଖା ଏବଂ ଏକ ଲମ୍ବ ରେଖା ଏବଂ କେନ୍ଦ୍ରରେ ଏକ ଗୋଲେଇ/ ବୃତ୍ତ ଥାଏ ଏହା ଚିତାଗ୍ନିର ପାଉଂଶରୁ ତିଆରି ହୋଇଥାଏ ଏହି ପ୍ରକାର ତିଳକର ଅତି ପ୍ରାଚୀନତା ଅଛି ବିଶ୍ୱର ଅନ୍ୟ ସ୍ଥାନରେ ଧାରଣ କରାଯାଉଥିବା ତିଳକ ସହ ଏହାର ସାମଞ୍ଜସା ଦେଖିବାକୁ ମିଳେ

ଶାକ୍ତମାନେ ରକ୍ତ ହଳଦୀ ଓ ସିନ୍ଦୁରରେ ମିଶ୍ରିତ ଏକ ଲାଲ କୁଙ୍କୁମ କପାଳରେ ଧାରଣ କରନ୍ତି

ବିନ୍ଦି ଓ ତିଳକ ସହ ସମ୍ପର୍କ ସମ୍ପାଦନା

ତିଳକ, ବିନ୍ଦି ସହ ଅନେକ ମାତ୍ରାରେ ସାମଞ୍ଜସ୍ୟ ଅଛି କିନ୍ତୁ ଦୁଇଟା ଯାକ ଏକା ପ୍ରକାରର ନୁହେଁ କିଛି ବିଶ୍ୱାସ ଆଧାରରେ ଏମାନଙ୍କ ମଧ୍ୟରେ ପାର୍ଥକ୍ୟ:

  • ଏକ ତିଳକ ଏକ ଓଦାଳିଆ ଆମିଶ୍ରଣ ବା ଶୁଖିଲା ଗୁଣ୍ଡ ଏବଂ ବିନ୍ଦି ଏକ ଅଳଙ୍କାର ବା ଓଦାଳିଆ ମିଶ୍ରଣରେ ତିଆରି
  • ଏକ ତିଳକ ଧାର୍ମିକ କାର୍ଯ୍ୟ, କୌଣସି ବ୍ୟକ୍ତିଙ୍କୁ ସମ୍ମାନ, ସ୍ୱାଗତ, ବିଜୟ ଉତ୍ସବ ଆଦିରେ ଲଗାଯାଏ ବିନ୍ଦି ବିବାହ ଆଦିରେ ସଜବାଜ ଅର୍ଥରେ ଲଗାଯାଏ
  • ଏକ ତିଳକ ଶରୀରର ୧୨ଟି ସ୍ଥାନ(ମୁଣ୍ଡ, କପାଳ, ଗଳା, ବାହୁ,ଛାତି, ପାକସ୍ଥଳି, କବନ୍ଧ ଉଭୟ ପାର୍ଶ୍ୱ ଏବଂ କାନ୍ଧ )ରେ ଲଗାଯାଇ ପାରେ ବିନ୍ଦି କେବଳ ଆଖି ଦୁଇଟି ମଝିରେ ଲଗାଯାଏ
  • ସାଧାରଣତଃ ବିନ୍ଦି ମହିଳାମାନେ ଲଗାଇଥାଆନ୍ତି ଏବଂ ତିଳକ ଉଭୟ ମହିଳା ଓ ପୁରୁଷ ଲଗାଇଥାନ୍ତି

ଶବ୍ଦ ପ୍ରକାରୀକରଣ ସମ୍ପାଦନା

 
ଇନ୍ଦୁ ଉପତ୍ୟକା ସଭ୍ୟତାରୁ ମିଳିଥିବା ଏକାଭଳି ଚିତ୍ରଲିପି

ଟିକିଲି, ଟିକା,ଶୀଥର ହାର ହିନ୍ଦୀରେ ତିଲକ, ସଂସ୍କୃତ: तिलक tilaka; Hindustani pronunciation: [t̪ɪˈlək])[୭]

ନେପାଳ ଓ ବିହାରରେ ଟିକା tikā/teeka (टिका [ʈɪkaː]), ଅବିର ଓ ଚାଉଳରୁ ତିଆରି ଏକ ମିଶ୍ରଣ ଟିକା ସାଧାରଣତଃ ଲାଲ ରଙ୍ଗର ବୃଦ୍ଧ ଆଙ୍ଗୁଠିରେ ଏକ ଥରରେ ତଳୁ ଉପର ଆଡ଼କୁ କପାଳରେ ଲଗାଯାଏ

ଫଟୋ ସମୂହ ସମ୍ପାଦନା

ଅଧିକ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ James Lochtefeld (2002), "Urdhvapundra", The Illustrated Encyclopedia of Hinduism, Vol. 2: N–Z, Rosen Publishing, ISBN 978-0823931798, page 724
  2. Deussen, Paul (1997). Sixty Upanishads of the Veda. Motilal Banarsidass Publ. pp. 789–790. ISBN 978-81-208-1467-7.
  3. Gautam Chatterjee (2003), Sacred Hindu Symbols, Abhinav Publications, ISBN 978-8170173977, pages 11, 42, 57-58
  4. Axel Michaels (2015), Homo Ritualis: Hindu Ritual and Its Significance for Ritual Theory, Oxford University Press, ISBN 978-0190262631, page 100-112, 327
  5. Klostermaier, Klaus K. (1984). Mythologies and Philosophies of Salvation in the Theistic Traditions of India. Wilfrid Laurier Univ. Press. pp. 131, 371. ISBN 978-0-88920-158-3.
  6. Deussen, Paul (1997). Sixty Upanishads of the Veda. Motilal Banarsidass Publ. pp. 789–790. ISBN 978-81-208-1467-7.
  7. V. S. Apte. A Practical Sanskrit Dictionary. p. 475.

Bibliography ସମ୍ପାଦନା

ଆହୁରି ପଢ଼ନ୍ତୁ ସମ୍ପାଦନା

ବାହାର ଲିଙ୍କ ସମୂହ ସମ୍ପାଦନା