ତାନିଆ ସଚ୍‌ଦେବ

ଭାରତୀୟ ଚେସ ଖେଳାଳି

ତାନିଆ ସଚଦେବ (ଜନ୍ମ ୨୦ ଅଗଷ୍ଟ ୧୯୮୬) ଜଣେ ଭାରତୀୟ ଚେସ ଖେଳାଳି ତ‌ଥା ଇଣ୍ଟରନ୍ୟାସନାଲ ମାଷ୍ଟର ଏବଂ ୱମେନ୍ ଗ୍ରାଣ୍ଡମାଷ୍ଟରର ବିଜେତା । ସେ ଜଣେ ଟିପ୍ପଣୀକାର ମଧ୍ୟ ଅଟନ୍ତି ।

Tania Sachdev
Tania Sachdev, 2014
ଦେଶIndia
ଜନ୍ମ (1986-08-20) ୨୦ ଅଗଷ୍ଟ ୧୯୮୬ (ବୟସ ୩୭)
Delhi, India
ଉପାଧୀInternational Master (2008)
Woman Grandmaster (2005)
ସର୍ବଶ୍ରେଷ୍ଠ ରେଟିଂ2443 (September 2013)

ପ୍ରାରମ୍ଭିକ ବର୍ଷ ସମ୍ପାଦନା

ତାନିଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ । ସେ ଯେତେବେଳେ ୬ ବର୍ଷର ହୋଇଥିଲେ ତାଙ୍କୁ ତାଙ୍କ ମା ଏହି ଖେଳ ଷିତ ପରିଚୟ କରାଇଥିଲେ । ତାଙ୍କୁ ତାଙ୍କ ପିତାମାତା ଏହି ଖେଳରେ ତାଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇଥିଲେ । ସେ ଯେତେବେଳେ ୮ ବର୍ଷର ହୋଇଥିଲେ ସେତେବେଳେ ସେ ବିଶ୍ୱବିଜେତା ହୋଇଥିଲେ । ଛୋଟପିଲା ଭାବେ ସେ ବୋହୁତ ଗୁଡିଏ ମ୍ୟାଚ ଜିତିଛନ୍ତି। ତାଙ୍କ କାରିୟରର ସଫଳତାର ପରିଚାୟକ ହେଉଛି, ଅଣ୍ଡର୍ ୧୨ ଚାମ୍ପିୟନସିପ୍,[୧] ୨୦୦୦ ମସିହାରେ ଏସିୟନ ୟୁ୧୪ ଚାମ୍ପିୟନସିପ୍,[୨] ୧୯୯୮ରେ ଅଣ୍ଡର୍ ୧୨ ଚାମ୍ପିୟନସିପ୍ରେ ବ୍ରୋଞ୍ଜ ଜିତିବା ।[୩] ୨୦୦୨ ମାସିହାରେ ସେ ମାରାୱିଲାରେ ଏସିୟନ ଜୁନିୟର ଗର୍ଲ୍ସ ଚାମ୍ପିୟନସିପ୍ ଜିତିଥିଲେ ।[୪]


ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରଶଂସା ସମ୍ପାଦନା

୨୦୦୫ ମସିହାରେ ସେ ୮ମ ଝିଅ ଥିଲେ ଯିଏ ୱେମନ୍ ଗ୍ରାଣ୍ଡମାଷ୍ଟରର ବିଜେତା ଆୱାର୍ଡ ପାଇଥିଲେ। ୨୦୦୬ ଏବଂ ୨୦୦୭ରେ ସେ ନ୍ୟାସ୍ନାଲ ୱେମନ୍ସ ପ୍ରିମିୟର ପ୍ରେସ୍ ଚାମ୍ପିୟନସିପ୍‌ର ବିଜେତା ହୋଇଥିଲେ ।[୫] ଏହା ଷିତ ସେ ଏସୀୟ ୱେମନ୍ସ ଚାମ୍ପିୟନସିପ୍‌ର ମଧ୍ୟ ବିଜେତା ଅଟନ୍ତି । ତାଙ୍କୁ ୨୦୦୯ରେ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଥିଲା । ସେ ରେଇକଜାଭିକ୍ରେ ବେଷ୍ଟ ୱେମନ୍ସ ଉପ‌ହାର ଜିତିଥିଲେ ।[୬][୭] କୁଲୁତାରାରେ କମନ୍‌ୱେଲ୍‌ଥ ଗେମ୍ସରେ ମଧ୍ୟ ଜିତିଥିଲେ ।[୮] ୨୦୦୮ ମସିହାରେ ସେ ଭାରତୀୟ ଦଳ ପାଇଁ ୱେମନ୍ସ ଚେସ ଅଲିମ୍ପିୟାଡ୍ସରେ ଖେଳିଥିଲେ । ୨୦୦୯ ଏବଂ ୨୦୧୧ ମସିହାରେ ୱର୍ଲଡ ଟିମ ଚେସ ଚାମ୍ପିୟନସିପ୍‌ରେ ଖେଳିଥିଲେ । ଇସ୍ତାନବୁଲରେ ୨୦୧୨ ୱେମନ୍ସ ଚେସ ଅଲିମ୍ପିୟାଡ୍ସରେ ବ୍ରୋଞ୍ଜ ଜିତିଥିଲେ । ୱମେନ୍ସ ଏସୀୟ ଚେସ ଚାମ୍ପିୟନସିପ୍‌ର ୨୦୦୮,୨୦୦୯, ୨୦୧୨ ଏବଂ ୨୦୧୪ରେ ଦଳ ସ‌ହିତ ୪ଟି ସିଲଭର ଜିତିଥିଲେ ।[୯][୧୦]


ବ୍ୟକ୍ତିଗତ ଜୀବନ ସମ୍ପାଦନା

ସେ ବସନ୍ତ ବିହାର ଦିଲ୍ଲୀରେ ମଡର୍ନ ବିଦ୍ୟାଳୟରେ ପଢୁଥିଲେ । ସେ ଶ୍ରୀ ଭେଙ୍କଟେଶ୍ୱର କଲେଜରୁ ସ୍ନାତକ ହାସଲ କରିଥିଲେ । ସେ ବିରାଜ କଟାରିଆଙ୍କୁ ୨୦୧୪ରେ ବିବାହ କରିଛନ୍ତି । [୧୧] ରେଡବୁଲ୍ କମ୍ପାନୀ ତାଙ୍କର ପ୍ରଜୋଯକ ଅଟେ ।[୧୨]

ଆଧାର ସମ୍ପାଦନା

  1. "Tania Sachdev joins the Chessdom commentators team". Chessdom. 2013-11-06. Retrieved 2013-11-20.
  2. "Young champions are back". The Hindu. 2000-04-04. Retrieved 28 January 2016.
  3. World Championship in U18 categories. 25/10-7/11/1998 Archived 2019-12-26 at the Wayback Machine.. chess.gr. Retrieved 28 January 2016.
  4. "25th Asian Juniors 2002, Sri Lanka". Tripod. Retrieved 7 November 2015.
  5. 12th Asian Women Indevidual (sic) Chess Championship Chess-Results
  6. Ramirez, Alejandro (2016-03-20). "Indian success in Iceland" (in ଇଂରାଜୀ). ChessBase. Retrieved 2016-08-31.
  7. "Abhijeet wins Reykjavik Open; Tania makes Grandmaster norm". The Times of India. 2016-03-17. Retrieved 2016-08-31.
  8. "Gupta and Sachdev overall champions of Commonwealth Open Chess". Daily News. 2016-08-19. Retrieved 2016-08-31.
  9. Sachdev Tania team chess record at Olimpbase.org
  10. Shah, Sagar (2014-07-04). "Improve Your Chess With Tania Sachdev". Chessbase Chess News. Retrieved 5 September 2016.
  11. Pähtz, Elisabeth (2014-12-14). "Tania Sachdev got married". ChessBase. Retrieved 7 November 2015.
  12. "Don't mind being called a chess hottie: Tania Sachdev". mid-day.com. 2014-06-08. Retrieved 7 November 2015.

ବାହାର ଆଧାର ସମ୍ପାଦନା