ଡୁରିଆନ୍ ଡୁରିଓ ବଂଶର ଅନେକ ପ୍ରଜାତିର ଫଳ । ପ୍ରାୟ ୩୦ଟି ସ୍ୱୀକୃତିପ୍ରାପ୍ତ ଡୁରିଓ ପ୍ରଜାତି ଅଛି , ସେଥିମଧ୍ୟରୁ ଅତି କମରେ ନଅଟି ପ୍ରଜାତିରେ ଖାଦ୍ୟ ଯୋଗ୍ୟ ଫଳ ଧରେ । ଥାଇଲ୍ୟାଣ୍ଡରେ ୩୦୦ରୁ ଅଧିକ କିସମ ଏବଂ ସୁଦ୍ଧା ମାଲେସିଆରେ ୧୦୦ଟି କିସମ ଦେଖିବାକୁ ମିଳେ ।[୧] ଆନ୍ତର୍ଜାତୀୟ ବଜାରରେ ମିଳୁଥିବା ଏକମାତ୍ର ପ୍ରଜାତି ହେଉଛି ଡୁରିଓ ଜିବେଥିନସ୍ : ଅନ୍ୟ ପ୍ରଜାତିଗୁଡିକ ସେମାନଙ୍କର ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୁଏ । ଏହା ବୋର୍ଣ୍ଣିଓ ଏବଂ ସୁମାତ୍ରାର ସ୍ଥାନୀୟ ଉଦ୍ଭିଦ ଅଟେ |

ଡୁରିଆନର ଫଳଗୁଡିକ ବଡ଼ ଆକାରର(୩୦ ସେଣ୍ଟିମିଟର (୧୨ ଇଞ୍ଚ) ଲମ୍ବା ଓ ୧୫ ସେମି (୬ ଇଞ୍ଚ) ବ୍ୟାସ ବିଶିଷ୍ଟ ) ଏବଂ କଣ୍ଟାଳିଆ ଚୋପା ଯୁକ୍ତ । ଏହାର ଓଜନ ୧ରୁ ୩ କିଲୋଗ୍ରାମ (୨ରୁ ୭ ପାଉଣ୍ଡ) ପର୍ଯ୍ୟନ୍ତ ହୋଇପାରେ । ଏହାର ଆକୃତି ପ୍ରଜାତି ଉପରେ ନିର୍ଭର କରେ ଓ ଲମ୍ବାଳିଆରୁ ଗୋଲାକାର ହୋଇଥାଏ । ଏହାର ଚୋପା ସବୁଜ ରଙ୍ଗରୁ ବାଦାମୀ ରଙ୍ଗ ଏବଂ ମାଂସ ହାଲୁକା ହଳଦିଆ ରଙ୍ଗ ପର୍ଯ୍ୟନ୍ତ ହୋଇଥାଏ ।

କେତେକ ଅଞ୍ଚଳରେ "ଫଳର ରାଜା" ଭାବରେ ନାମିତ ।[୨] କିଛି ଲୋକ ଡୁରିଆନର ଗନ୍ଧକୁ ମଧୁର ସୁଗନ୍ଧ ବୋଲି ବିବେଚନା କରନ୍ତି, ଯେତେବେଳେ କି ଅନ୍ୟମାନେ ଏହାକୁ ଅସହ୍ୟ ଅପ୍ରିତିକର ଗନ୍ଧ ବୋଲି ଅନୁଭବ କରନ୍ତି । ଏହି ଗନ୍ଧ ଗଭୀର ପ୍ରଶଂସା ଠାରୁ ତୀବ୍ର ଘୃଣାର ପ୍ରତିକ୍ରିୟା ସୃଷ୍ଟି କରେ । କିଛି ଲୋକେ ଏହର ଗନ୍ଧକୁ ପଚା ପିଆଜ, ଟର୍ପେଣ୍ଟାଇନ୍ ଇତ୍ୟାଦି ଭାବରେ ବର୍ଣ୍ଣନା କରିଥାନ୍ତି । ଏହାର ଗନ୍ଧ ଅନେକ ଦିନ ଧରି ରହିପାରେ । ସେଥିପାଇଁ ଦକ୍ଷିଣ ପୂର୍ବ ଏସିଆର କେତେକ ହୋଟେଲ , ମେଟ୍ରୋ ଓ ବସରେ ଏହି ଫଳର ପରିବହନ ଓ ବ୍ୟବହାର ନିଷେଧ କରଯାଇଛି । ଅପରପକ୍ଷେ, ଉନବିଂଶ ଶତାବ୍ଦୀର ବ୍ରିଟିଶ ପ୍ରାକୃତିକବାଦୀ ଆଲଫ୍ରେଡ ରସେଲ ୱାଲେସ ଏହାର ମାଂସର ସ୍ୱାଦକୁ "ଅତ୍ୟଧିକ ସ୍ବାଦଯୁକ୍ତ ବାଦାମ କଷ୍ଟାର୍ଡ" ଭାବରେ ବର୍ଣ୍ଣନା କରିଥିଲେ । ଏହାର ମାଂସ ପାଚିବାର ବିଭିନ୍ନ ପର୍ଯ୍ୟାୟରେ ଖିଆଯାଏ ଏବଂ ଏହା ଦକ୍ଷିଣ ପୂର୍ବ ଏସୀୟ ରୋଷେଇରେ ବିଭିନ୍ନ ପ୍ରକାରର ଲୁଣି ଏବଂ ମିଠା ବ୍ୟଞ୍ଜନରେ ବ୍ୟବହୃତ ହୁଏ | ଏହାର ମଞ୍ଜି ମଧ୍ୟ ରୋଷେଇ ପରେ ଖାଦ୍ୟ ଯୋଗ୍ୟ ।

ନାମକରଣସମ୍ପାଦନ କରନ୍ତୁ

[[File:Durian.jpg|thumb|ଡୁରିଆନ ] ଡୁରିଆନ୍ ନାମଟି ପ୍ରଥମେ ପ୍ରାୟ ୧୫୮୦ରେ ବ୍ୟବହୃତ ହୋଇଥିଲା । "ଡୁରିଆନ୍" ନାମ ମାଳୟ ଭାଷା ଶବ୍ଦ ଡୁରି (ଅର୍ଥାତ୍ 'କଣ୍ଟା')ରୁ ଉତ୍ପତ୍ତି , ଯାହାକି ଏହାର କଣ୍ଟାଳିଆ ଚୋପାକୁ ଦର୍ଶେଇଥାଏ ।

ବର୍ଣ୍ଣନାସମ୍ପାଦନ କରନ୍ତୁ

 
ଡୁରିଆନ ଗଛ
 
ଡୁରିଆନ ଫୁଲ ପେନ୍ଥା

ଡୁରିଆନ୍ ଗଛଗୁଡିକ ବଡ଼, ପ୍ରଜାତି ଉପରେ ନିର୍ଭର କରି ୨୫–୫୦ ମିଟର (୮୦–୧୬୫ ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ | ପତ୍ରଗୁଡ଼ିକ ସବୁବେଳେ ସବୁଜ, ଅଣ୍ଡାକାରରୁ ଲମ୍ବାଳିଆ ଏବଂ ୧୦-୧୮ ସେଣ୍ଟିମିଟର (୪-୭ ଇଞ୍ଚ) ଲମ୍ବା | ଏହି ଫୁଲଗୁଡିକ ତିନିରୁ ତିରିଶ ଗୁଚ୍ଛରେ ଏକତ୍ର ହୋଇ ବଡ଼ ଶାଖାଗୁଡ଼ିକରେ ଏବଂ ସିଧାସଳଖ ଗଣ୍ଡିରେ ଫୁଟିଥାଏ। ପ୍ରତ୍ୟେକ ଫୁଲରେ ଗୋଟିଏ ବୃତ୍ତିଚକ୍ର ଏବଂ ପାଞ୍ଚଟି (କ୍ୱଚିତ୍ ଚାରି କିମ୍ବା ଛଅ) ପାଖୁଡା ଥାଏ । ଡୁରିଆନ୍ ଗଛଗୁଡିକରେ ବର୍ଷକୁ ଗୋଟିଏ କିମ୍ବା ଦୁଇ ଥର ଫୁଲ ଏବଂ ଫଳ ଧରି ଥାଏ।[୩]

 
ଡୁରିଆନ ଫଳ ଭିତର

ଡୁରିଆନର ଫଳଗୁଡିକ ବଡ଼ ଆକାରର(୩୦ ସେଣ୍ଟିମିଟର (୧୨ ଇଞ୍ଚ) ଲମ୍ବା ଓ ୧୫ ସେମି (୬ ଇଞ୍ଚ) ବ୍ୟାସ ବିଶିଷ୍ଟ ) ଏବଂ କଣ୍ଟାଳିଆ ଚୋପା ଯୁକ୍ତ । ଏହାର ଓଜନ ୧ରୁ ୩ କିଲୋଗ୍ରାମ (୨ରୁ ୭ ପାଉଣ୍ଡ) ପର୍ଯ୍ୟନ୍ତ ହୋଇପାରେ । ଏହାର ଆକୃତି ପ୍ରଜାତି ଉପରେ ନିର୍ଭର କରେ ଓ ଲମ୍ବାଳିଆରୁ ଗୋଲାକାର ହୋଇଥାଏ । ଏହାର ଚୋପା ସବୁଜ ରଙ୍ଗରୁ ବାଦାମୀ ରଙ୍ଗ ଏବଂ ମାଂସ ହାଲୁକା ହଳଦିଆ ରଙ୍ଗ ପର୍ଯ୍ୟନ୍ତ ହୋଇଥାଏ । ଡୁରିଆନ୍ ଫଳ ଦେଖିବାକୁ ପଣସ ପରି ମାତ୍ର ଉଭୟ ଭିନ୍ନ ପ୍ରଜାତିର ଏବଂ ସେମାନଙ୍କର କୌଣସି ସମ୍ପର୍କ ନାହିଁ ।[୩]

କିସମସମ୍ପାଦନ କରନ୍ତୁ

ଅନେକ ଦଶନ୍ଧୀ ଧରି, ଦକ୍ଷିଣ ପୂର୍ବ ଏସିଆରେ କଲମୀଦ୍ୱାରା ଅନେକ ଡୁରିଆନର କିସମ ଚାଷ କରାଯାଇଛି । ବର୍ତ୍ତମାନ ଲେୟାରିଂ କଲମୀ , ଗୁଟିକଲମୀ ଇତ୍ୟାଦିଦ୍ୱାରା ମନୋନିତ କିସମର ବଂଶ ବିସ୍ତାର କରଯାଉଛି ।

ଥାଇ କିସମସମ୍ପାଦନ କରନ୍ତୁ

କେତେକ ଲୋକପ୍ରିୟ ଥାଇ କିସମଗୁଡ଼ିକ ହେଉଛି ସୁଲତାନ (D24), କୋପ (D99), ଚାନେ (D123),କାନ ୟା (D158) , କ୍ରାଡମ୍ ଥଙ୍ଗ ଇତ୍ୟଦି । ପ୍ରତ୍ୟେକ କିସମର ସ୍ୱତନ୍ତ୍ର ସ୍ୱାଦ ଏବଂ ଗନ୍ଧ ଥାଏ । ଥାଇଲ୍ୟାଣ୍ଡରେ ଡି. ଜିବେଥିନସ୍ ପ୍ରଜାତିର ୨୦୦ରୁ ଅଧିକ କିସମ ରହିଛି ।

ମାଲେସିୟ କିସମସମ୍ପାଦନ କରନ୍ତୁ

ମାଲେସିଆ ଏବଂ ସିଙ୍ଗାପୁରର ଲୋକପ୍ରିୟ କିସମଗୁଡିକ ମଧ୍ୟରେ (ସିଙ୍ଗାପୁର ଏହାର ଅଧିକାଂଶ ଡୁରିଆନ୍ ମାଲେସିଆରୁ ଆମଦାନୀ କରେ, ତେଣୁ କିସମଗୁଡିକ ସମାନ ଯଦିଓ ନାମଗୁଡ଼ିକରେ ସାମାନ୍ୟ ଭିନ୍ନତା ଥାଇପାରେ) “D24” ଅନ୍ତର୍ଭୁକ୍ତ , ଯାହା ଏହାର ପିତାଳିଆ ଓ ମିଠା ସ୍ୱାଦ ପାଇଁ ଜଣାଶୁଣା।

ରଙ୍ଗ, ଗନ୍ଧ, ସ୍ୱାଦ, ଉତ୍ପାଦନ କ୍ଷମତା ଏବଂ ରୋଗ ପ୍ରତିରୋଧ ଶକ୍ତି ଥିବା ୧୩ଟି କିସମ ସାଧାରଣତଃ ମାଲେସିଆରେ ଦେଖିବକୁ ମିଳେ ।

ଚାଷ ଓ ଉପଲବ୍ଧତାସମ୍ପାଦନ କରନ୍ତୁ

ଡୁରିଆନ୍ କ୍ରାନ୍ତୀୟ ଅଞ୍ଚଳରେ ଚାଷ କରାଯାଏ । ଯେତେବେଳେ ଦୈନିକ ତାପମାତ୍ରା ୨୨° C (୭୨° F) ତଳକୁ ଖସିଯାଏ ସେତେବେଳେ ଗଛର ବଢିବା ବନ୍ଦ ହୋଇଯାଏ । ଯଦିଓ ଡୁରିଆନ୍ ଥାଇଲ୍ୟାଣ୍ଡର ମୂଳର ନୁହେଁ , ଥାଇଲ୍ୟାଣ୍ଡ ବିଶ୍ୱର ଏକ ନମ୍ବର ରପ୍ତାନିକାରୀ ମାନ୍ୟତା ପାଇଛି । ବାର୍ଷିକ ପ୍ରାୟ ୭୦୦,୦୦୦ ଟନ୍ ଡୁରିଆନ୍ ଉତ୍ପାଦନ କରିଥାଏ, ଯେଉଁଥିରୁ ୪୦୦,୦୦୦ ଟନ୍ ଚୀନ୍ ଏବଂ ହଂକଂକୁ ରପ୍ତାନି ହୁଏ । ମାଲେସିଆ ଏବଂ ଇଣ୍ଡୋନେସିଆ ଉଭୟ ପ୍ରାୟ ୨୬୫,୦୦୦ ଟନ୍ ଉତ୍ପାଦନ କରନ୍ତି ।

ଡୁରିଆନ୍ ଏକ ଋତୁକାଳୀନ ଫଳ, । ମାଲେସିଆ ଉପଦ୍ୱୀପ ଏବଂ ସିଙ୍ଗାପୁରରେ, ଡୁରିଆନ ସାଧାରଣତ ଜୁନ୍ରୁ ଅଗଷ୍ଟ ମଧ୍ୟରେ ଉପଲବ୍ଧ ହୁଏ ।

ଆଧାରସମ୍ପାଦନ କରନ୍ତୁ

  1. "Hail the king of fruit - 10 types of durians from Malaysia". The Straits Times. 2015-06-22. Retrieved 2020-11-23.
  2. Heaton, D.D. (2006). A Consumers Guide on World Fruit. BookSurge. ISBN 978-1-4196-3955-5. Retrieved 2020-11-23.
  3. ୩.୦ ୩.୧ Brown, M.J. (1997). Durio, a Bibliographic Review. International Plant Genetic Resources Institute, Office for South Asia. ISBN 978-92-9043-318-7. Retrieved 2020-11-23.