ଡିଫଥେରିଆ ଆଣ୍ଟିଟକ୍ସିନ

ଡିଫଥେରିଆ ଆଣ୍ଟିଟକ୍ସିନ (ଇଂରାଜୀ ଭାଷାରେ Diphtheria antitoxin ବା DAT) ଏକ ଔଷଧ ଯାହା ଡିଫଥେରିଆ ରୋଗର ଚିକିତ୍ସା ନିମନ୍ତେ ଆଣ୍ଟିବଡିରୁ (antibodies) ପ୍ରସ୍ତୁତ କରାଯାଇଥାଏ ।[୧][୨] ଏହା ଡିଫଥେରିଆ ରୋଗର ପ୍ରତିଷେଧ ନିମନ୍ତେ ଅଧୁନା ଦିଆଯାଉନାହିଁ ।[୨][୩] ଏହା ଶିରାଭ୍ୟନ୍ତର (injection into a vein) ବା ମାଂସପେଶୀରେ (muscle) ଇଞ୍ଜେକସନ ଆକାରରେ ଦିଆଯାଏ । [୨]

ଡିଫଥେରିଆ ଆଣ୍ଟିଟକ୍ସିନ
Clinical data
AHFS/Drugs.com
Routes of
administration
IM, IV
ATC code
Identifiers
ChemSpider
  • none

ସାଧାରଣତଃ ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ।[୩] ସେରମ ସିକନେସ (serum sickness) ଓ ଆନାଫାଇଲାକ୍‌ସିସ ଭଳି ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ ।[୨] ଡିଫଥେରିଆ ଟକ୍ସିନପ୍ରତି ଇମ୍ମ୍ୟୁନାଇଜ ହୋଇଥିବା ଘୋଡ଼ାର ରକ୍ତ ପ୍ଲାଜମାରୁ (blood plasma) ଏହି ଆଣ୍ଟିଟକ୍ସିନ ପ୍ରସ୍ତୁତ କରାଯାଏ । ଏହା କୋରାଇନୋବ୍ୟାକ୍ଟେରିଅମ ଡିଫଥେରିର (en:Corynebacterium diphtheriae) ଟକ୍ସିନ‌କୁ ଅଣପ୍ରଭାବିତ କରି କାର୍ଯ୍ୟକ୍ଷମ ହୁଏ । [୧]

ଅଠର ଶହ ଶତାବ୍ଦୀର ଶେଷ ଭାଗରେ ଡିଫଥେରିଆ ଆଣ୍ଟିଟକ୍ସିନ ପ୍ରସ୍ତୁତ ହୋଇ ଡାକ୍ତରି ସେବାରେ ନିୟୋଜିତ ହୋଇଥିଲା । [୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ (Center for Disease Control) ସଂସ୍ଥାରେ ମିଳେ ।[୧] ସନ ୨୦୦୮ ସୁଦ୍ଧା ଏହା ୟୁରୋପର ଅନେକ ଦେଶ ସ‌ହିତ ଅନ୍ୟାନ୍ୟ ଅନେକ ଦେଶମାନଙ୍କରେ ଏହା ମିଳୁନଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Our Formulary | Infectious Diseases Laboratories | CDC". www.cdc.gov. 22 September 2016. Retrieved 9 December 2016.
  2. ୨.୦ ୨.୧ ୨.୨ ୨.୩ WHO Model Formulary 2008 (PDF). World Health Organization. 2009. p. 397. ISBN 9789241547659. Retrieved 8 January 2017.
  3. ୩.୦ ୩.୧ British national formulary : BNF 69 (69 ed.). British Medical Association. 2015. p. 850. ISBN 9780857111562.
  4. Hau, Jann; Schapiro, Steven J.; Jr, Gerald L. Van Hoosier (2004). Handbook of Laboratory Animal Science, Second Edition: Animal Models (in ଇଂରାଜୀ). CRC Press. p. 6. ISBN 9781420039627.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. Wagner, KS; Stickings, P; White, JM; Neal, S; Crowcroft, NS; Sesardic, D; Efstratiou, A (10 December 2009). "A review of the international issues surrounding the availability and demand for diphtheria antitoxin for therapeutic use". Vaccine. 28 (1): 14–20. PMID 19818425.