ଡାହୁକ ବୋଲି ଜଗନ୍ନାଥଙ୍କ ରଥ ଯାତ୍ରା ବେଳେ ରଥ ଉପରେ ବୋଲାଯାଉଥିବା ଗୀତ । ଏହି ଗୀତିଗୁଡିକ ଡାହୁକମାନଙ୍କ ଦେଇ ବୋଲାଯାଉଥିବାରୁ ଏହାକୁ "ଡାହୁକ ଗୀତ" ମଧ୍ୟ କୁହାଯାଏ । [୧][୨] ଡାହୁକ ବୋଲି ବିନା ରଥ ଗଡେ ନାହିଁ ବୋଲି ପ୍ରବାଦ ଅଛି ଏବଂ ଏହି ଡାହୁକଗୀତ "ରଥଟଣା"ରେ ଏକ ମୂଖ୍ୟ ଭୁମିକା ନିର୍ବାହ କରି ଆସୁଅଛି ।[୩][୪] ଏହା ବୌଦ୍ଧ ଧର୍ମ ଅନ୍ତର୍ଗତ ବଜ୍ରଯାନୀ ପରମ୍ପରାର ଅବଶେଷ ତଥା ଏହାର ପଦଗୁଡ଼ିକ ବୌଦ୍ଧ ଚର୍ଯା ସାହିତ୍ୟର ସନ୍ତକ ହୋଇଥିବାବେଳେ ଡାହୁକମାନଙ୍କୁ ଚର୍ଯାପଦର ସିଦ୍ଧମାନଙ୍କର ବଂଶଧର ବୋଲି ବିଶ୍ୱାସ କରାଯାଏ । [୫]

ବେଙ୍ଗାଳୁରୁଠାରେ ରଥ ଯାତ୍ରା ସମୟରେ ଡାହୁକ ବୋଲି ବୋଲୁଥିବା ଡାହୁକ ।
Odia Sahitya.png

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ଗୀତସମ୍ପାଦନ କରନ୍ତୁ

ଡାହୁକ ବୋଲିରେ ଚଉଷଠି ମହାସିଦ୍ଧମାନଙ୍କ ସହଜଯାନ ଧାରାର ଛାପ ରହିଛି । ଏପରିକି ପୁରୀରେ ବୋଲାଯାଉଥିବା ଡାହୁକ ବୋଲିରେ ମୂଳ ଚର୍ଯ୍ୟାପଦରୁ ଉଦ୍ଧୃତିମାନ ବ୍ୟବହାର ହେଉଥିଲା । ଚର୍ଯ୍ୟାପଦର ପଦଗୁଡ଼ିକ ସନ୍ଧ୍ୟାଭାଷାରେ ରଚିତ ଓ ଏଗୁଡ଼ିକ ଦ୍ୱିଅର୍ଥବୋଧକ ଅଟେ । ଗୋଟିଏ ବାହ୍ୟ ଅର୍ଥ ଥାଏ ଓ ଗୋଟିଏ ଗୁହ୍ୟ ଅର୍ଥ ଥାଏ । ବାହ୍ୟ ଅର୍ଥକୁ ଠିକ ମନେ କରି ଲୋକ ଗୀତଗୁଡ଼ିକୁ ଭୁଲବଶତଃ ଅତ୍ୟନ୍ତ ଅସାମାଜିକ ବା ଅଶ୍ଳୀଳ ମନେ କରନ୍ତି ।

ତଳେ ପୁରୀର ଡାହୁକ ବୋଲିରୁ କେତୋଟି ଉଦାହରଣ ଦିଆଯାଇଛି ।[୬]

ରଥେ ଭଣ୍ଡ ଡାକ ଡାକନ୍ତେ ଡାହୁକ
ବକ ସିଆଣିଆ ଲୋକ ।
ଅରକ୍ଷିତମାନେ ଶୁଣିବାକୁ ରଙ୍କ
ନ ମାନନ୍ତି ଶୋଷଭୋକ ।

ମାରି ସାସୁ ନଣନ୍ଦ ଘରେ ଶାଳୀ
ମାଆ ମାରିଆ କାହ୍ନ ଭଇଲ କବାଳୀ ।
ହୋ ଭଗତେ ହୋ!

ବାହ୍ୟାର୍ଥ : ଶାଶୁକୁ ମାରିବା ପରେ ନଣନ୍ଦକୁ ଶାଳୀ ଘରେ ରଖି ଓ ଶେଷରେ ନିଜ ମାଆଙ୍କ ହତ୍ୟା କରି କାହ୍ନୁ କାପାଳିକ ହେଲେ ।

ଗୁହ୍ୟାର୍ଥ : କାହ୍ନୁ ଶ୍ୱାସରୁଦ୍ଧ କରି ଆନନ୍ଦପ୍ରଦ ଇନ୍ଦ୍ରିୟମାନଙ୍କୁ ମାରି ସୁଖ ଭୋଗ ଓ ମାୟା ମମତାକୁ ମାରି କାପାଳିକ ସାଜିଛନ୍ତି ।

—ଚର୍ଯ୍ୟା ୧୧, କୃଷ୍ଣାଚାର୍ଯ୍ୟପାଦାନମ୍, ରାଗ-ପଟମଞ୍ଜରୀ, (ଏହା ଚର୍ଯ୍ୟାପଦର 'ନାଡ଼ିଶକ୍ତି ଦିଢ଼ ଧରିଅ ଖାଟେ' ଗୀତର ଗୋଟିଏ ଅଂଶ)

ମହାସିଦ୍ଧମାନଙ୍କ ନାମରେ ଭଣିତ କେତେକ ଓଡ଼ିଆ ବୋଲି ମଧ୍ୟ ରହିଛି ।

ହୋ ଭଗତେ !
ହାଡ଼ୁପା କହିଲେ ବାଇ ଏଠାର
ଯୋନି ଦରଶନ ସୁଖ ଅପାର ।
ଭଗରେ ବାଜିଲେ ଲିଙ୍ଗର ମୁଣ୍ଡି
ତିନିଧାର ନାଳ ନିଅଇ ତେଣ୍ଡି ।
ଛ ଗଣ୍ଠି ଭେଦଇ ସେ ନାଳ ଯେବେ
ରମଣ କରିବୁ ଭକତ ତେବେ ।

—ମହାସିଦ୍ଧ ହାଡ଼ିପା ବା ହାଡ଼ୁପାଙ୍କ ନାମରେ ଭଣିତ
ବୌଦ୍ଧବାଦ

 
ମୂଳ ଲକ୍ଷ · ପୋର୍ଟାଲ

ଇତିହାସ
ସମୟ · ସଙ୍ଘ
ଗୌତମ ବୁଦ୍ଧ
ଶିଷ୍ୟଗଣ
ବୌଦ୍ଧବାଦୀ

ଧର୍ମ ବା ମତବାଦ

ଚାରୋଟି ସତ
ପାଞ୍ଚଟି ସମୂହ
ଅଦୃଶ୍ୟପଣ
ଯାତନା · ନିଜେ-ନୁହେଁ
ପ୍ରତିତ୍ୟସମୁତ୍ପଦ
ମଝି ବାଟ · ଶୂନ୍ୟତା
କମ · ପୁନର୍ଜନ୍ମ
ସଁସାର · ପୃଥିବୀର ଜନ୍ମ

ଆଚରଣ

ତିନୋଟି ରତନ
ଉପଦେଶ · ଶୁଦ୍ଧତା
ଧ୍ୟାନ · ଜ୍ଞାନ
ମହାନ ଆଠ ପରସ୍ତ ଜ୍ଞାନ
ବୋଧି ପାଇଁ ସାଧନ
ଆୟାତ୍ମ · ଗାର୍ହସ୍ଥ୍ୟ

ନିବାଣ
ଚାରୋଟି ସ୍ତର · ଅରହନ୍ତ
ବୁଦ୍ଧ · ବୋଧିସତ

ପରମ୍ପରା · ଧର୍ମଗ୍ରନ୍ଥ
ଥେରବାଦ · ପାଳି
ମହାଜାନ · ଚାଇନିଜ
ବଜଜାନ · ତିବବତୀୟ


ହୋ ଭଗତେ ହୋ !
କାଳୀ ଗୋରୀ ଦିହେଁ ଗାଧୋଇ ଗଲେ
ଗଛରୁ ଖସିଲା ଡାଳ ।
କାଳୀ କହୁଛି ଗୋରୀ ଲୋ
ତୋ ବିଆରେ ନାହିଁ ବାଳ ।

ହୋ ଭଗତେ !
ରଥ ଚାଲେ ଘୁଁ, ଚକ ଚାଲେ ଘୁଁ
ଯାହାର ମୁଣ୍ଡରେ ସିନ୍ଦୁର ଟୋପା
ତା ଘଇତା ମୁଁ ।

ଜୀବଟି ଘରର ଘରଣୀ । ସ୍କନ୍ଧରେ ବସିଅଛି ପୁଣି ।।
ଏହାକୁ ଘେନି ରତି କର । ତେବେ ପାଇବୁ ଏ ଶରୀର ।।

ଡାହୁକ ବୋଲିକୁ ବାସନ୍ଦସମ୍ପାଦନ କରନ୍ତୁ

୧୯୯୫ ମସିହାରେ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର କିଛି ଅଧିକାରୀ ଡାହୁକ ବୋଲି ଉପରେ ବାସନ୍ଦାଦେଶ ଦେଇଥିଲେ । କିନ୍ତୁ, ୧୯୯୭ ମସିହା ପରଠାରୁ କିଛି କଟକଣା ଜାରି ହେବା ଫଳରେ ଡାହୁକ ମାନେ ଗୀତ ଗାଇବା ପ୍ରାୟ ବନ୍ଦ କରିସାରିଛନ୍ତି । [୬]

ଆଧାରସମ୍ପାଦନ କରନ୍ତୁ

  1. The Eastern anthropologist, Volume 54. Lucknow, India. 2001. |first= missing |last= (help)
  2. Surendra, Mahanty (1982). Lord Jagannatha: the microcosm of Indian spiritual culture. Bhubaneswar, Orissa: Orissa Sahitya Akademi. p. 93.
  3. B. B. Jena (1980). "Orissa, people, culture, and polity". Kalyani Publishers. p. 313. Retrieved March 26, 2012.
  4. Sarat Chandra Mahapatra. "Car Festival of Lord Jagannath, Puri". Sri Jagannath Research Centre (Purī, India). Retrieved March 26, 2012. Unknown parameter |Location= ignored (|location= suggested) (help)
  5. Siddheswar, Mohapatra (2006). Puri Boli. Orissa Sahitya Akademi. p. 366.
  6. ୬.୦ ୬.୧ Asit Mohanty. ରଥେ ଭଣ୍ଡ ଡାକ ଡାକଇ ଡାହୁକହେ ଭଗତେ ହୋ. The Sunday Indian (In Oriya). July ୨୦, ୨୦୧୧

ବାହାର ଆଧାରସମ୍ପାଦନ କରନ୍ତୁ