ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ

ଏହା ଏକ ଅବସାଦରୋଧୀ ଶ୍ରେଣୀର ଔଷଧ ।

ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ( TCAs ) ଏକ ଅବସାଦରୋଧୀ ଶ୍ରେଣୀର ଔଷଧ ଯାହା ମୁଖ୍ୟତଃ ସ୍ନାୟୁ ଜନିତ ଯନ୍ତ୍ରଣା ଓ ଅବସାଦଗ୍ରସ୍ତ ରୋଗୀଙ୍କୁ ଦିଆଯାଏ ଯେତେବେଳେ ଅନ୍ୟାନ୍ୟ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଔଷଧଗୁଡିକ ପ୍ରଭାବଶାଳୀ ହୁଏନି ।[୧] ଅଧକପାଳି ପ୍ରତିଷେଧ, ଶୋଇବାରେ ଅସୁବିଧା ଏବଂ ଉଦ୍‌ବେଗ ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଇପାରେ ।[୨] ଉଦାସୀନତା ପାଇଁ ସେମାନେ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଭଳି କାମ କରନ୍ତି କିନ୍ତୁ ଅଧିକ ମାତ୍ରାରେ ଦେଲେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୩] ସେଗୁଡିକ ପାଟିରେ ଦିଆଯାଏ । [୩]

ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ
Drug class
Chemical structure of the prototypical and first marketed tricyclic antidepressant imipramine. Notice its three rings.
Class identifiers
Chemical classTricyclic
External links
MeSHD000929
In Wikidata

ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ ଏବଂ ଜାଲଜାଲୁଆ ଦୃଷ୍ଟି ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍‌ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ ।[୩] ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଅତ୍ୟଧିକ ମାତ୍ରାରେ ଦେଲେ ମୃତ୍ୟୁ ହୋଇପାରେ । [୩] ଏହି ଔଷଧ ହଠାତ୍ ବନ୍ଦ କରିବାଦ୍ୱାରା ପ୍ରତ୍ୟାହାର ହୋଇପାରେ ।[୩] ପୁନଃ ଗ୍ରହଣକୁ ଅବରୋଧ କରିବାଦ୍ୱାର ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । [୩]

୧୯୫୦ ଦଶକର ଶେଷ ଭାଗରେ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଡାକ୍ତରୀ ବ୍ୟବହାରରେ ଆସିଥିଲା । [୪] ୧୯୮୦ ଦଶକ ଆରମ୍ଭରେ ଏହାର ବ୍ୟବ‌ହାର କମିଯାଇଛି । [୫] ଏହାର ଏକ ସଂସ୍କରଣ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [୧] ରାସାୟନିକ ଗଠନ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଏ, ଯେଉଁଥିରେ ତିନୋଟି ପରମାଣୁ ରିଙ୍ଗ ରହିଥାଏ । [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 56–57. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  2. Moraczewski, J; Aedma, KK (January 2021). "Tricyclic Antidepressants". PMID 32491723. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 56–57. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
  4. Ansari, Arash; Osser, David (2020). Psychopharmacology: A Concise Overview (in ଇଂରାଜୀ). Oxford University Press. p. 17. ISBN 978-0-19-753704-6. Archived from the original on 2021-08-29. Retrieved 2021-04-18.
  5. ୫.୦ ୫.୧ Ansari, Arash; Osser, David (2020). Psychopharmacology: A Concise Overview (in ଇଂରାଜୀ). Oxford University Press. p. 17. ISBN 978-0-19-753704-6. Archived from the original on 2021-08-29. Retrieved 2021-04-18.