ଟ୍ରାଇକସପିଡ କପାଟିକା ସ୍ଟେନୋସିସ

ଟ୍ରାଇକ୍ରସପିଡ୍ କପାଟିକା/ଭଲଭ୍ ଷ୍ଟେନୋସିସ୍ ହେଉଛି ଏକ ପ୍ରକାର ଭାଲ୍‌ଭୁଲାର୍ ହୃଦ୍ ରୋଗ ଯେଉଁଥିରେ ଟ୍ରାଇକ୍ରସପିଡ୍ ଭଲଭ୍ ସଂକୀର୍ଣ୍ଣ ଥାଏ | [୧] ପ୍ରାରମ୍ଭିକ ଲକ୍ଷଣଗୁଡିକରେ ବ୍ୟାୟାମ କଲାବେଳେ ଥକ୍କା ଲାଗେ ଏବଂ ନିଶ୍ୱାସ ପ୍ରଶ୍ୱାସକୁ ଛୋଟ ଛୋଟ ହୋଇଯାଏ | [୧] ଅଧିକ ଗୁରୁତର ରୋଗରେ ଗୋଡ ଫୁଲିଯାଏ ଏବଂ ଯକୃତ ଜନିତ ସମସ୍ୟା ଦେଖାଦେଇପାରେ | [୧] ଏହା ପ୍ରାୟତଃ ମାଇଟ୍ରାଲ ଷ୍ଟେନୋସିସ୍ ସହିତ ଜଡ଼ିତ ଥାଏ | [୧]

Tricuspid valve stenosis
Tricuspid stenosis
Video explanation of tricuspid disease
ବିଭାଗCardiology
ଲକ୍ଷଣTiredness, shortness of breath, leg swelling, liver problems[୧]
କାରଣRheumatic heart disease, infective endocarditis, carcinoid syndrome, lupus, complication of a pacemaker[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a diastolic murmur, confirmed by ultrasound of the heart[୧]
ସଠିକ ରୋଗ ନିର୍ଣ୍ଣୟConstrictive pericarditis, tricuspid regurgitation, atrial myxoma[୧]
ଚିକିତ୍ସାFurosemide, surgery[୧]
ପୁନଃପୌନିକRare[୧]

ରିଉମାଟିକ୍ ହୃଦ୍ ରୋଗ ହେତୁ ଏହା ସାଧାରଣତଃ ଦେଖାଯାଏ | [୧] ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣକାରୀ ଏଣ୍ଡୋକାର୍ଡାଇଟିସ୍, କାର୍ସିନଏଡ୍ ସିଣ୍ଡ୍ରୋମ, ଲୁପସ୍ ଏବଂ ପେସମେକରର ଜଟିଳତା ଅନ୍ତର୍ଭୁକ୍ତ | [୧] ବିରଳ କାରଣଗୁଡ଼ିକରେ ଏବଷ୍ଟାଇନ୍ ଅସଙ୍ଗତି ଏବଂ ଫେନଫ୍ଲୁରାମାଇନ୍ ଔଷଧ ଅନ୍ତର୍ଭୁକ୍ତ | [୧] ସାଧାରଣତଃ ଟ୍ରାଇକ୍ରସପିଡ୍ ଭଲଭ୍ ଖୋଲିବା ଆକାର ପ୍ରାୟ ୪ ସେମି | [୧] ଏହି ଆକାର ୧ସେମିରୁ କମ ହେଲେ ଗୁରୁତର ରୋଗ ଭାବରେ ଧରାଯାଏ | [୧] ଡାଇଷ୍ଟୋଲିକ୍ ମର୍‌ମର୍ ଉପରେ ଆଧାର କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିଶ୍ଚିତ କରାଯାଇପାରେ | [୧]

ତରଳ ପଦାର୍ଥ ଓଭରଲୋଡ୍ ହୋଇଗଲେ ଚିକିତ୍ସା ନିମନ୍ତେ ଫୁରୋସେମାଇଡ୍ ବ୍ୟବହୃତ ହୋଇପାରେ | [୧] ରୋଗ ଗୁରୁତର ହୋଇଥିଲେ ଭଲଭୋଟୋମି, ଭଲଭ୍ ମରାମତି, ଭଲଭ୍ ପ୍ରତିସ୍ଥାପନ ଇତ୍ୟାଦି ଅସ୍ତ୍ରୋପଚାର ଆବଶ୍ୟକ ଅନୁସାରେ କରାଯାଇପାରେ | [୧] ମୂଳ କାରଣ ଉପରେ ଫଳାଫଳଗୁଡିକ ନିର୍ଭର କରେ | [୧]

ଟ୍ରାଇକ୍ରସପିଡ୍ ଷ୍ଟେନୋସିସ୍ ଏକ ବିରଳ ରୋଗ ଅଟେ, ଯାହା ଟ୍ରାଇକ୍ରସପିଡ୍ ଭଲଭ୍ ରୋଗର ପ୍ରାୟ ୨.୪% ଅଟେ | [୧] ଯୁବତୀମାନେ ସାଧାରଣତଃ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି | [୧] ପ୍ରଥମ ଟ୍ରାଇକସପିଡ କପାଟିକା ପ୍ରତିସ୍ଥାପନ ସନ ୧୯୬୬ରେ ହୋଇଥିଲା [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ Golamari, R; Bhattacharya, PT (January 2020). "Tricuspid Stenosis". PMID 29763166. {{cite journal}}: Cite journal requires |journal= (help)
  2. Kapoor, Amar S.; Reynolds, Ralph D. (2012). Cancer and the Heart (in ଇଂରାଜୀ). Springer Science & Business Media. p. 150. ISBN 978-1-4612-4898-9.