ଟ୍ରାଇକସପିଡ ଅଭାବ

ଏହ ଏକ ପ୍ରକାର କପାଟିକା ହୃଦ୍‌ରୋଗ ଯେଉଁଥିରେ ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ଡାହାଣ ଅଳିନ୍ଦରୁ ଡାହାଣ ନିଳୟକୁ ର

ଟ୍ରାଇକସପିଡ ଅଭାବ (ଟିଆଇ/TI ), ଯାହାକୁ ଟ୍ରାଇକ୍ରସପିଡ୍ ବମନ (ଟିଆର/ ଟିଆର ) ମଧ୍ୟ କୁହାଯାଏ, ଏକ ପ୍ରକାର କପାଟିକା ହୃଦ୍‌ରୋଗ ଯେଉଁଥିରେ ହୃତ୍‌ପିଣ୍ଡ ସଙ୍କୋଚନ ସମୟରେ ଡାହାଣ ଅଳିନ୍ଦରୁ ଡାହାଣ ନିଳୟକୁ ରକ୍ତ ଫେରିଆସେ ।[୧] ରୋଗ ଆରମ୍ଭ ସମୟରେ ସାମାନ୍ୟ କିଛି ଲକ୍ଷଣ ଆରମ୍ଭ ହୋଇପାରେ । [୧] ପରେ ପେରିଫେରାଲ୍ ଫୁଲା, ଯକୃତ ବୃଦ୍ଧି ଏବଂ ଜଳୋଦର ସହିତ ହୃଦ୍‌ପାତ ହୋଇପାରେ । [୧] ଅନ୍ୟାନ୍ୟ ଜଟିଳତାରେ ଆଟ୍ରିଆଲ୍ ଫିବ୍ରିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ । [୧]

Tricuspid insufficiency
Tricuspid regurgitation
Diagram of the heart with a black arrow showing the location and direction of the abnormal blood flow
ବିଭାଗCardiology
ଲକ୍ଷଣFew symptoms initially, may develop peripheral swelling, liver enlargement, ascites[୧]
କାରଣPulmonary hypertension, infective endocarditis, hyperthyroidism, Ebstein anomaly, rheumatic heart disease, carcinoid syndrome, connective tissue disorder, lupus, pulmonary valve stenosis, certain medications such as fenfluramine[୧]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on a systolic murmur, confirmed by echocardiogram[୧]
ସଠିକ ରୋଗ ନିର୍ଣ୍ଣୟMitral regurgitation
ଚିକିତ୍ସାFurosemide, surgery[୧]
PrognosisGenerally good[୧]
ପୁନଃପୌନିକRelatively common[୧]

ରୋଗର କାରଣରେ ଅଳିନ୍ଦର ବିସ୍ତାର ଯେପରିକି ଫୁସଫୁସ ଉଚ୍ଚ ରକ୍ତଚାପ, କର ପଲମୋନେଲ କିମ୍ବା ହୃଦ୍‌ଘାତ ପରେ ହୋଇପାରେ ।[୨] ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍, ହାଇପରଥାଇରଏଡିଜିମ୍, ଏବଷ୍ଟାଇନ୍ ଅନୋମାଲି, ରିଉମାଟିକ ହୃଦ୍‌ରୋଗ, କାରସିନଏଡ୍ ସିଣ୍ଡ୍ରୋମ, କନେକ୍ଟିଭ୍ ଟିସୁ ଡିସଅର୍ଡର, ଲୁପସ୍, ଫୁସଫୁସ ଭଲଭ୍ ଷ୍ଟେନୋସିସ୍ ଏବଂ ଫେନଫ୍ଲୁରାମାଇନ୍ ଭଳି କେତେକ ଔଷଧ ଅନ୍ତର୍ଭୁକ୍ତ । [୧] ସିଷ୍ଟୋଲିକ୍ ମରମର ଉପରେ ଆଧାର କରି ଏହି ରୋଗ ସନ୍ଦେହ କରାଯାଇପାରେ ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ କରାଯାଇପାରେ । [୧]

ରୋଗର ମୂଳ କାରଣ ଏବଂ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ ।[୧] ବାମ ପାର୍ଶ୍ୱ ହୃଦଘାତ ଥିଲେ ଫୁରୋସେମାଇଡ ଏବଂ ଲୁଣ ପ୍ରତିବନ୍ଧକ ସୁପାରିଶ କରାଯାଇପାରେ । [୧] ଗୁରୁତ୍ୱ ପୂର୍ଣ୍ଣ ଲକ୍ଷଣ ଥିବା ରୋଗରେ କିମ୍ବା ଅନ୍ୟ ଭଲଭ୍ ମରାମତି କରିବା ସମୟରେ ଗୁରୁତର ରୋଗ ସ‌ହିତ ଲକ୍ଷଣ ଥିଲେ ଟ୍ରାଇକ୍ରସପିଡ୍ ଭଲଭ୍ ଅସ୍ତ୍ରୋପଚାର ସୁପାରିଶ କରାଯାଇପାରେ । [୧] ଭଲଭ୍ ସଂକ୍ରମିତ ହୋଇଥିଲେ ତୁରନ୍ତ ବଦଳ ନକରି ଏହାକୁ ଅପସାରଣ କରାଯାଇପାରେ | [୧] ଫଳାଫଳ ସାଧାରଣତ ଭଲ ଅଟେ । [୧]

ଟ୍ରାଇକସପିଡ ଅଭାବ ଅପେକ୍ଷାକୃତ ସାଧାରଣ ରୋଗ ଅଟେ । [୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ନୂତନ ପ୍ରଭାବିତ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୦.୯% ଅଟେ । [୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୧] ଭଲଭ୍ ବଦଳାଇବା ପାଇଁ ସର୍ଜରୀ ପ୍ରଥମେ ୧୯୬୩ ମସିହାରେ ବର୍ଣ୍ଣନା କରାଯାଇଥିଲା । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Mulla, S; Asuka, E; Siddiqui, WJ (January 2020). "Tricuspid Regurgitation". PMID 30252377. {{cite journal}}: Cite journal requires |journal= (help)
  2. Bunce, Nicholas H.; Ray, Robin; Patel, Hitesh (2020). "30. Cardiology". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. p. 1101. ISBN 978-0-7020-7870-5. Archived from the original on 2022-02-11. Retrieved 2022-02-11.
  3. Jonas, Richard (2002). Comprehensive Surgical Management of Congenital Heart Disease (in ଇଂରାଜୀ). CRC Press. p. 315. ISBN 978-1-4441-1412-6. Archived from the original on 2021-08-29. Retrieved 2020-12-22.