ଝିଲି ଦଳବେହେରା

ଓଡ଼ିଆ ଭାରତ୍ତୋଳକ

ଝିଲି ଦଳବେହେରା(ଜନ୍ମ : ୦୩ ଫେବୃଆରୀ ୧୯୯୯)[୧], ଜଣେ ଭାରତୀୟ ଭାରୋତ୍ତୋଳକ ।[୨] ୨୦୨୧ ମସିହାରେ ଉଜବେକିସ୍ଥାନର ତାସକେଣ୍ଟଠାରେ ଅନୁଷ୍ଠିତ ଏସୀୟ ଚମ୍ପିୟାନସିପରେ ୪୫ କିଗ୍ରା ଓଜନ ବର୍ଗରେ ସେ ସ୍ୱର୍ଣ୍ଣ ପଦକ[୩] ଓ ୨୦୧୯ ମସିହାରେ ଅଷ୍ଟ୍ରେଲିଆ ମହାଦେଶର ସାମୋଆଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୪] ସେ ୪୫ କିଗ୍ରା ଓଜନ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି ।[୫]

ଝିଲି ଦଳବେହେରା
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1999-02-03) ୩ ଫେବୃଆରୀ ୧୯୯୯ (ବୟସ ୨୫)
Sport
କ୍ରୀଡ଼ାଭାରୋତ୍ତୋଳନ
Updated on ୧୧ ଜୁଲାଇ ୨୦୧୯.

ଝିଲି, ଭୁବନେଶ୍ୱରସ୍ଥିତ କ୍ରୀଡ଼ା ଛାତ୍ରାବାସରେ ପି ଧର୍ମାରାଓଙ୍କଠାରୁ ପ୍ରଶିକ୍ଷଣ ଗ୍ରହଣ କରନ୍ତି । ସେ ୨୦୧୭ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଜୁନିୟର ବାଳିକା ବିଭାଗରେ ରୌପ୍ୟ, ୨୦୧୮ ଜୁନିୟର ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପରେ କାଂସ୍ୟ, ୨୦୧୯ ଏସୀୟ ଭାରୋତ୍ତୋଳନ ଚାମ୍ପିୟନସିପରେ ରୌପ୍ୟ ପଦକ[୬] ହାସଲ କରିଥିଲେ ।[୭] ୨୦୧୮ ଏକଲବ୍ୟ ପୁରସ୍କାରପାଇଁ ସେ ମନୋନୀତ ହୋଇ ଉପ-ବିଜେତା ହୋଇଥିଲେ ।[୮]

ଆଧାର ସମ୍ପାଦନା

  1. orisports.com/. orisports http://orisports.com/PersonDetails.aspx?pId=MTExNA==. Retrieved 11 July 2019. {{cite web}}: Missing or empty |title= (help)
  2. "Jhilli Dalabehera clinches silver in Asian Junior Weightlifting Championships". /kalingatv.com. kalinga tv.
  3. "Odisha Girl Jhilli Dalabehera Lifts Gold At Asian Weightlifting Championship". www.odishatv.in. odisha tv. Archived from the original on 19 April 2021. Retrieved 19 April 2021.
  4. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରେ ଓଡ଼ିଆଙ୍କ ଚମକ: ଭକ୍ତରାମଙ୍କୁ ଡବଲ୍‌, ଝିଲ୍ଲୀଙ୍କୁ ୧ ସ୍ବର୍ଣ୍ଣ". www.dharitri.com. ଧରିତ୍ରୀ. Retrieved 11 July 2019.
  5. "Asian Weightlifting Championship: Jhili Dalabehera wins silver, Jeremy smashes Youth World record". www.thehindubusinessline.com. hindu businessline. Retrieved 11 July 2019.
  6. "ଓଡ଼ିଆ ୱେଟଲିଫ୍ଟର୍ ଝିଲି ଜିତିଲେ ରୌପ୍ୟ". odishareporter.in. odishareporter.in. Retrieved 11 July 2019.
  7. "ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ". No. ସମାଜ ୧୦/୦୭/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୩. ସମାଜ. Retrieved 11 July 2019.
  8. "ଲିଲିମା ପାଇବେ ଏକଲବ୍ୟ ପୁରସ୍କାର ଝିଲି, ଋତୁପର୍ଣ୍ଣା ହେବେ ସମ୍ମାନିତ". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 11 July 2019.