ଝିନ୍ନ ହିକ୍‌କା

ଓଡ଼ିଆ ରାଜନୀତିଜ୍ଞ
(ଝିନ ହିକକାରୁ ଲେଉଟି ଆସିଛି)

ଝିନ୍ନ ହିକ୍‌କା (ଜନ୍ମ: ୧୨ ଜୁନ ୧୯୭୫)[୧] ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳ ରାଜନୈତିକ ଦଳର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରତିନିଧ ଭାବରେ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୨୦୦୯ ମସିହା ସାଧାରଣ ନିର୍ବାଚନରେ କୋରାପୁଟ ଜିଲ୍ଲାଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]

ଝିନ୍ନ ହିକ୍‌କା
ସଦସ୍ୟ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଜୟରାମ ପାଙ୍ଗୀ
ନିର୍ବାଚନ ମଣ୍ଡଳୀକୋରାପୁଟ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯ ମଇ ୨୦୦୯ – ୧୬ ମଇ ୨୦୧୪
ପୂର୍ବ ଅଧିକାରୀପୂର୍ଣ୍ଣ ଚନ୍ଦ୍ର ମାଝି
ପର ଅଧିକାରୀକୈଳାଶ ଚନ୍ଦ୍ର କୁଳେଶିକା
ନିର୍ବାଚନ ମଣ୍ଡଳୀଲକ୍ଷ୍ମୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-06-12) ୧୨ ଜୁନ ୧୯୭୫ (ବୟସ ୪୮)
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକୌସଲ୍ୟା ହିକ୍‌କା
ସନ୍ତାନ
ପେଷାରାଜନୀତିଜ୍ଞ

ଶ୍ରୀ ହିକ୍‌କା ବିଧାୟକ ଥିବାବେଳେ ତାଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ଏବଂ ଦୀର୍ଘ ୩୩ ଦିନ ଧରି ବନ୍ଦୀ କରି ରଖିବା ପରେ ୨୬ ଅପ୍ରେଲ ୨୦୧୨ରେ ମୁକ୍ତ କରିଥିଲେ ।[୩] ମାଓବାଦୀମାନେ ଝିନ୍ନ ହିକ୍‌କାଙ୍କ ବଦଳରେ ମାଓ ନେତା ଛେଣ୍ଡ ଭୁସ୍‌ନମ୍ ଓରଫ୍ ଘାସିକୁ ମୁକ୍ତ କରିବାର ଦାବି ରଖିଥିଲେ ।[୪]

ଜନ୍ମ ଓ ପରିବାର ସମ୍ପାଦନା

ଝିନ୍ନ ହିକ୍‌କା ୧୨ ଜୁନ ୧୯୭୫ରେ ଓଡ଼ିଶାର କୋରାପୁଟ ଜିଲ୍ଲାର ଡୁମୁରାଇପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ନନ୍ଦୁ ହିକ୍‌କା ଓ ମାଆ ଇଚାଇ ହିକ୍‌କା ।[୧] ସେ କୌଶଲ୍ୟ ହିକ୍‌କାଙ୍କୁ ବିବାହ କରିଥିଲେ ।[୪]

ରାଜନୀତି ସମ୍ପାଦନା

ସମାଜ ବିଜ୍ଞାନରେ ସ୍ନାତକ ପରେ ହିକ୍‌କା ଓକିଲାତି ପଢ଼ିଥିଲ ଏବଂ ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ରାଜନୀତିରେ ଯୋଗ ଦେଇଥିଲେ ।[୧] ୨୦୦୯ ସାଧାରଣ ନିର୍ବାଚନରେ ଝିନ୍ନ ହିକ୍‌କା ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଭାରତର ସଂସଦର ତଳ ସଦନ ଲୋକ ସଭା୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ପଦବୀ ସମ୍ପାଦନା

  • ବିଧାୟକ: ଓଡ଼ିଶାର ବିଧାନ ସଭା (୨୦୦୯-୨୦୧୪)
  • ସାଂସଦ: ୧୬ଶ ଲୋକ ସଭା (୨୦୧୪-୨୦୧୯)

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Jhina Hikaka | National Portal of India". www.india.gov.in (in ଇଂରାଜୀ). Retrieved 24 January 2019.
  2. "ଆର୍କାଇଭ୍ କପି". Archived from the original on 2012-01-10. Retrieved 2019-01-22. {{cite web}}: Cite has empty unknown parameter: |1= (help)
  3. "Odisha MLA Jhina Hikaka released by Maoists - Times Of India". The Times of India. 2012-04-26. Archived from the original on 2012-07-01. Retrieved 2012-05-21.
  4. ୪.୦ ୪.୧ Dixit, Rakesh (15 April 2012). "BJD MLA Jhina Hikaka hostage crisis: Maoists extend deadline to April 18". India Today (in ଇଂରାଜୀ). Bhubaneswar. Retrieved 24 January 2019.

ବାହାର ଆଧାର ସମ୍ପାଦନା