ଦ୍ରବ୍ୟ ଏବଂ ସେବା କର

(ଜି-ଏସଟିରୁ ଲେଉଟି ଆସିଛି)

ଦ୍ରବ୍ୟ ଏବଂ ସେବା କର (GOODS & SERVICES TAX - GST)(ଜିଏସଟି)ଦେଶରେ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏକ ଉଦ୍ୟମ । ଏହି ବିଲ ୬ ମଇ ୨୦୧୫ରେ ଲୋକ ସଭାରେ ପାରିତ ହୋଇଥିଲା। [୧] ୩ ଅଗଷ୍ଟ ୨୦୧୬ରେ ରାଜ୍ୟସଭାରେ ପାରିତ ହୋଇ ଏହା ଆଇନରେ ପରିଣତ ହୋଇଥିଲା ।

୨୦୦୦ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଜିଏସଟି ବାବଦରେ ଏକ କମିଟି ବସାଇ ଆଲୋଚନା ଆରମ୍ଭ କରିଥିଲେ । [୨][୩]୨୦୦୬ରେ ପ୍ରଥମେ ଉପା ସରକାର ଜିଏସଟି କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ୧୨୨ତମ ସମ୍ବିଧାନ ସଂସୋଧନ ବିଲ ୨୦୧୪ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକ ସଭାରେ ଆଗତ କରିଥିଲେ । ଜିଏସଟି କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବିଲରେ ସମ୍ବିଧାନ ସଂସୋଧନ ପ୍ରସ୍ତାବ ରଖାଯାଇଥିଲା । ଲାଗୁହେଉଥିବା ବିଭିନ୍ନ ଟିକସ ଯଥା କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ, କାଉଣ୍ଟରଭେଲିଂ କର, ସେବା କର, ରାଜ୍ୟସ୍ତରୀୟ ମୂଲ୍ୟଯୁକ୍ତ ସେବା, ଅକ୍ଟ୍ରାଇ, ପ୍ରବେଶ ଶୁଳ୍କ, ବିଳାସ ଶୁଳ୍କ ଇତ୍ୟାଦିକୁ ଜିଏସଟି ପରିସରକୁ ନିଆଯାଇଛି ।[୪] ଜିଏସଟି ଲାଗୁ ହେବା ଫଳରେ ଦ୍ରବ୍ୟ ଓ ସେବାର ବ୍ୟବହାରକାରୀ ରାଜ୍ୟଗୁଡ଼ିକ ରାଜସ୍ୱ ପାଆନ୍ତି । [୫]


ଜିଏସଟି ପାଇଁ ମିଳିତ କ୍ଷମତା ସମ୍ପାଦନା

ସେବା ସମ୍ପର୍କିତ ଆଇନ ପ୍ରଣୟନ କ୍ଷମତା ଉଭୟ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କୁ ଦେବା ପାଇଁ ନୂଆ ଧାରା ସାମିଲ କରିବା ବ୍ୟବସ୍ଥା ରହିଛି । କିନ୍ତୁ ଆନ୍ତଃରାଜ୍ୟ ବାଣିଜ୍ୟ କ୍ଷେତ୍ରରେ କେବଳ କେନ୍ଦ୍ର ସରକାର ଟିକସ ଲାଗୁ କରିବା ସହ ଆଦାୟ କରିପାରିବେ । ଏ ବାବଦରେ ସଂଗୃହିତ ଟିକସ ରାଶିକୁ ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ପାର୍ଲ୍ୟାମେଣ୍ଟରେ ଆଇନ ଅନୁସାରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବଣ୍ଟନ କରାଯିବ ।[୬]

ଜିଏସଟି ପରିଷଦ: ସମ୍ପାଦନା

ଆଇନ ପ୍ରଣୟନ ହେବାର ୬୦ ଦିନ ମଧ୍ୟରେ ରାଷ୍ଟ୍ରପତି ଜିଏସଟି ପରିଷଦ ଗଠନ କରିବେ । ଉକ୍ତ ପରିଷଦ ଦେଶରେ ଏକକ ଜାତୀୟ ବଜାରର ବିକାଶ ପାଇଁ କାର୍ଯ୍ୟ କରିବ ।

ଜିଏସଟି ପରିଷଦର ଗଠନାକୃତି: ସମ୍ପାଦନା

କେନ୍ଦ୍ର ଅର୍ଥମନ୍ତ୍ରୀ ପରିଷଦର ଅଧ୍ୟକ୍ଷ ରହିବେ । କେନ୍ଦ୍ର ଅର୍ଥ କିମ୍ବା ରାଜସ୍ୱ ରାଷ୍ଟ୍ରମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟଦ୍ୱାରା ମନୋନିତ ଅର୍ଥ ବା ଟିକସ ଅନ୍ୟ କୌଣସି ମନ୍ତ୍ରୀ ପରିଷଦରେ ରହିବେ ।

ଜିଏସଟି ପରିଷଦର କାର୍ଯ୍ୟ: ସମ୍ପାଦନା

  • ଜିଏସଟିରେ ଯେଉଁସବୁ ଟିକସ ସାମିଲହେବ ସେହିସବୁ ଟିକସ, ସେସ, ସରଚାର୍ଜ ଲାଗୁ ସଂପର୍କରେ ପରିଷଦ ସୁପାରିସ କରିବ ।
  • କେଉଁସବୁ ଉତ୍ପାଦ ଏବଂ ସେବା ଜିଏସଟିରେ ସାମିଲ ହେବ କିମ୍ବା ବାଦ ପଡ଼ିବ ।
  • ମଡେଲ ଜିଏସଟି ଆଇନ ଏବଂ ଏହାକୁ ଲାଗୁ କରାଯିବା ନୀତି, ସମନ୍ୱିତ ଜିଏସଟିର ଆବଣ୍ଟନ ଏବଂ ଯୋଗାଣ ସ୍ଥାନ ଶାସନ ରୀତିର ନୀତି ପ୍ରସ୍ତୁତି ।
  • କେତେ ପରିମାଣର କାରବାର ସୀମାକୁ ଜିଏସଟିରୁ ବାଦ ଦିଆଯିବ ତାକୁ ଧାର୍ଯ୍ୟ କରିବା ।
  • ଜିଏସଟିର ସର୍ବନିମ୍ନ ହାର ଧାର୍ଯ୍ୟ ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅତିରିକ୍ତ ସମ୍ବଳ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଟିକସ ହାର ଧାର୍ଯ୍ୟ ।
  • ଅରୁଣାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ହିମାଚଳ ପ୍ରଦେଶ, ଏବଂ ଉତ୍ତରାଖଣ୍ଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।
  • ଏବଂ ଅନ୍ୟ ଯେକୌଣସି ବିଷୟରେ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥିର କରିବା ।

ବିବାଦ ସମାଧାନ ସମ୍ପାଦନା

ସୁପାରିସଦ୍ୱାରା ଉପୁଜୁଥିବା କୌଣସି ପ୍ରକାର ବିବାଦର ସମାଧାନ ନୀତି ଉପାୟ କ'ଣ ରହିବ ତାହା ଜିଏସଟି ପରିଷଦ ଧାର୍ଯ୍ୟ କରିବ ।

ଟିକସ ଲାଗୁ ଉପରେ କଟକଣା ସମ୍ପାଦନା

ସାମଗ୍ରୀର କ୍ରୟ କିମ୍ବା ବିକ୍ରୟରେ ଟିକସ ଲାଗୁ କ୍ଷେତ୍ରରେ ସମ୍ବିଧାନର କେତେକ କଟକଣା ରହିଛି ତେବେ ବିଲ୍‌ରେ ଉକ୍ତ ବ୍ୟବସ୍ଥାର କେତେକ ସଂସୋଧନ ଆଣାଯାଇଛି ।

ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଅତିରିକ୍ତ ଟିକସ ସମ୍ପାଦନା

ଆନ୍ତଃରାଜ୍ୟ ବାଣିଜ୍ୟବେଳେ ସାମଗ୍ରୀର ଯୋଗାଣ ଉପରେ ଅତିରିକ୍ତ ଟିକସ (୧ ପ୍ରତିଶତରୁ ଅଧିକ ହେବନାହିଁ) ଲାଗୁ ଏବଂ ସଂଗ୍ରହ ହେବ । ଏହି ଅତିରିକ୍ତ ଟିକସ ୨ ବର୍ଷ ପାଇଁ କିମ୍ବା ଜିଏସଟି ପରିଷଦର ସୁପାରିସ ଅନୁଯାୟୀ ରାଜ୍ୟଗୁଡ଼ିକୁ ଦିଆଯିବ ।

ରାଜ୍ୟଗୁଡ଼ିକୁ କ୍ଷତିପୂରଣ ସମ୍ପାଦନା

ଜିଏସଟି କାର୍ଯ୍ୟକାରୀ ହେବାଦ୍ୱାରା ରାଜ୍ୟଗୁଡ଼ିକ ଯେଉଁ କ୍ଷତି ସହିବେ ଜିଏସଟି ପରିଷଦର ସୁପାରିସ ଅନୁସାରେ ତାହା ଭରଣା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିବ । ଏହା ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ।

ବାଦ ପଡ଼ିବାକୁ ଥିବା ସାମଗ୍ରୀ ସମ୍ପାଦନା

ମନୁଷ୍ୟଙ୍କ ବ୍ୟବହାର ପାଇଁ ଆଲକହଲ ଥିବା ମାଦକକୁ ଜିଏସଟି ପରିଷଦରୁ ବାଦ ଦିଆଯିବ । ପୁନଃଶ୍ଚ କେବେ ଅଶୋଧିତ ପେଟ୍ରୋଲିଅମ, ହାଇ ସ୍ପିଡ ଡିଜେଲ, ମୋଟୋର ସ୍ପିରିଟ (ପେଟ୍ରୋଲ), ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନ ଉପରେ ଜିଏସଟି ଲାଗୁ ହେବ ତାହା ଜିଏସଟି ପରିଷଦ ନିଷ୍ପତି ନେବ ।

ଅନ୍ୟ ଦେଶମାନଙ୍କରେ ପ୍ରଚଳିତ ଜିଏସଟି ହାର ସମ୍ପାଦନା

ଦେଶ ଜିଏସଟି ହାର[ଆଧାର ଲୋଡ଼ା]
ଅଷ୍ଟ୍ରେଲିଆ ୧୦%
ଫ୍ରାନ୍ସ ୧୯.୬%
କାନାଡ଼ା ୫%
ଜର୍ମାନୀ ୧୯%
ଜାପାନ ୫%
ସିଙ୍ଗାପୁର ୭%
ସ୍ୱିଡେନ ୨୫%
ଭାରତ ୨୭% (ଲୋକ ସଭାରେ ଅରୁଣ ଜେଟଲୀଙ୍କଦ୍ୱାରା ପ୍ରସ୍ତାବିତ ସେ କୁହନ୍ତି ହାରାହାରି ଅପେକ୍ଷା ୨୭% ଅଧିକ ଏବଂ ଜିଏସଟି ପରିଷଦରେ ଏହା ପାଖାପାଖି ୧୮%ରେ ସୀମିତ ରହିବ)
ନ୍ୟୁଜିଲାଣ୍ଡ ୧୫%
ପାକିସ୍ଥାନ ୧୮%
ମାଲେସିଆ ୬%
ଡେନମାର୍କ ୨୫%


ସମାଲୋଚନା ଏବଂ ଓଡ଼ିଶାର ଦାବି ସମ୍ପାଦନା

ଓଡ଼ିଶା ଭଳିି ଖଣିଜ ସମୃଦ୍ଧ ରାଜ୍ୟଗୁଡ଼ିକ ଉତ୍ତୋଳନ ଓ ପରିବହନ ଜନିତ ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ଜିଏସଟି ଚିଠାରେ ସେମାନେ କୌଣସି ସ୍ୱତନ୍ତ୍ର ରାଜସ୍ୱ ଆୟ ପାଇବା ବ୍ୟବସ୍ଥା ନାହିଁ । ପରିବେଶ ପ୍ରତି କୁପ୍ରଭାବକୁ ଦୃଷ୍ଟିରେ ରଖି ଖଣିଜ ସଂପଦ ଉତ୍ତୋଳନକାରୀ ରାଜ୍ୟଗୁଡ଼ିକକୁ ଜିଏସ୍ଟି ପରିଷଦର ପରାମର୍ଶ ଭିତ୍ତିରେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଅତିରିକ୍ତ ଅଣରିହାତି ସେସ୍ ଆଦାୟ ଅଧିକାର ଦିଆଯାଉ । ଜିଏସ୍ଟି ପରିଷଦର କୌଣସି ନିଷ୍ପତ୍ତି ପାଇଁ ବୈଠକର ଉପସ୍ଥିତ ଓ ଭୋଟ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରୁ ଅତିକମରେ ତିନିଚତୁର୍ଥାଶଂ ସଦସ୍ୟଙ୍କ ସହମତି ଆବଶ୍ୟକ ବୋଲି ସମ୍ବିଧାନ ସଂଶୋଧନ ଚିଠାରେ ପ୍ରସ୍ତାବ ରହିଛି । ଏହି ଚିଠା ଅନୁଯାୟୀ ସର୍ବମୋଟ ପ୍ରଦତ୍ତ ଭୋଟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଏବଂ ରାଜ୍ୟଗୁଡ଼ିକର ଦୁଇ ତୃତୀୟାଂଶ ଭାଗ ରହିଛି । ଏଣୁ ଯଦି କୌଣସି ନିଷ୍ପତ୍ତି ସପକ୍ଷରେ ସମସ୍ତ ରାଜ୍ୟ ଏକତ୍ରିତ ଭାବେ ଦୁଇ ତୃତୀୟାଂଶ ଭୋଟ ଓ ବିପକ୍ଷରେ କେନ୍ଦ୍ର ସରକାରଙ୍କ ଏକତୃତୀୟାଂଶ ଭୋଟ ପ୍ରଦାନ କରନ୍ତି, ତେବେ ରାଜ୍ୟଗୁଡ଼ିକର ମତ ତିନି-ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ କାଟ ଖାଇବ ଓ କେନ୍ଦ୍ର ସରକାରଙ୍କ ମତ ବଳବତ୍ତର ରହିବ । ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକର ଭୋଟର ଗୁରୁତ୍ୱକୁ ତିନିଚତୁର୍ଥାଂଶ ଓ କେନ୍ଦ୍ର ସରକାରଙ୍କ ଏକଚତୁର୍ଥାଂଶରେ ସୀମିତ ରଖାଯାଉ । ତମାଖୁ ଓ ତମାଖୁ ଜାତ ଦ୍ରବ୍ୟର ବ୍ୟବହାରକୁ ନିରୁତ୍ସାହିତ କରିବା ପାଇଁ ସପ୍ତମ ଅନୁଛେଦର ରାଜ୍ୟ ତାଲିକା ୫୪ ନମ୍ବର କ୍ରମରେ ଅନ୍ତର୍ଭୁକ୍ତ କରି ରାଜ୍ୟ ସରକାରଙ୍କୁ ଜିଏସଟି ବ୍ୟତୀତ ଅତିରିକ୍ତ କର ବସାଇବା କ୍ଷମତା ଦେବା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । [୭]

ବାହ୍ୟ ଲିଙ୍କ ସମ୍ପାଦନା

ଉଦ୍ଧୃତି ସମ୍ପାଦନା

  1. Joahua, Anita (7 May 2015). "Which Bill is 100th amendment to Constitution?". The Hindu. The Hindu Group. Retrieved 8 May 2015.
  2. "Modi to quit as GST panel head today". The Telegraph. Calcutta, India. 16 June 2013. Retrieved 17 June 2013.
  3. "Post Sushil Modi, GST Committee will have to find new chief". The Times Of India. 16 June 2013. Archived from the original on 19 June 2013. Retrieved 17 June 2013.
  4. "ଜିଏସଟି: କେତୋଟି ଜାଣିବା ବିଷୟ". ଧରିତ୍ରୀ. Retrieved 10 May 2015.
  5. "Modi in, Modi out: Splitting headache for UPA on GST". Firstpost. 17 June 2013. Retrieved 17 June 2013.
  6. http://profit.ndtv.com/news/show/gst-rates-to-be-in-range-of-16-20-cbec-162035?cp
  7. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-10. {{cite web}}: Cite has empty unknown parameter: |1= (help)