ଜାତୀୟ ଶକ୍ତି ସଂରକ୍ଷଣ ଦିବସ

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପ୍ରତିବର୍ଷ ଡିସେମ୍ବର ୧୪ ତାରିଖରେ ପାଳନ କରାଯାଏ । ଏହା ଲୋକମାନଙ୍କୁ ବିଶ୍ୱର ବଢୁଥିବା ଉଷ୍ମତା ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଅବଗତ କରାଇବା ଉପରେ ଧ୍ୟାନ ଦେଇଥାଏ ଏବଂ ଶକ୍ତି ଉତ୍ସ ସଞ୍ଚୟ ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ କରିଥାଏ ।[୧]

ଭାରତ ସଂଦର୍ଭରେ ସମ୍ପାଦନା

ଭାରତରେ ଶକ୍ତି ସଂରକ୍ଷଣ ଆଇନ, ୨୦୦୧ ଶକ୍ତି ଦକ୍ଷତା ବ୍ୟୁରୋ (BEE)ଦ୍ୱାରା କାର୍ଯ୍ୟକାରୀ କରାଯାଇଥିଲା । ଶକ୍ତି ଦକ୍ଷତା ବ୍ୟୁରୋ (BEE) ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହା ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରେ ଏବଂ ଶକ୍ତି ବ୍ୟବହାରକୁ ହ୍ରାସ କରିବା ପାଇଁ ନୀତି ତଥା ରଣନୀତିର ବିକାଶରେ ସାହାଯ୍ୟ କରେ ।

ଏହି ଦିନ ପାଳନ କରିବା ପାଇଁ ଶକ୍ତି ସଂରକ୍ଷଣ ସଂପର୍କିତ ବହୁ ସଂଖ୍ୟକ କାର୍ଯ୍ୟକ୍ରମ ଯେପରିକି ଆଲୋଚନା, ଆଲୋଚନାଚକ୍ର, ବିତର୍କ, କର୍ମଶାଳା ଏବଂ ପ୍ରତିଯୋଗିତା ପାଳନ ପୂର୍ବକ ସରକାର ତଥା ଜନତାଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ଆବଶ୍ୟକତାକୁ ଜନ ସଚେତନତା ମାଧ୍ୟମରେ ପ୍ରଚାର କରାଯାଏ ।[୨]

ଆଧାର ସମ୍ପାଦନା

  1. "vikaspedia Domains". vikaspedia.in. Retrieved 21 February 2022.
  2. DelhiDecember 14, India Today Web Desk New. "National Energy Conservation Day 2021: Date, History and Importance". India Today (in ଇଂରାଜୀ). Retrieved 21 February 2022.{{cite web}}: CS1 maint: numeric names: authors list (link)