ଜାତୀୟ ଗଣିତ ଦିବସ (ଭାରତ)

ଭାରତରେ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଏ ।[୧][୨]

ଇତିହାସ ସମ୍ପାଦନା

ଭାରତର ୧୪ତମ ତଥା ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମର ୧୨୫ତମ ବାର୍ଷିକୀ (୨୨ ଡିସେମ୍ବର ୧୮୮୭- ୨୬ ଏପ୍ରିଲ ୧୯୨୦) ପାଳନ କରିବା ଅବସରରେ ଏହି ଘୋଷଣା କରାଯାଇଥିଲା । ସେହି ଦିନଠାରୁ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ସିଂହ ମଧ୍ୟ ଘୋଷଣା କରିଛନ୍ତି ଯେ ୨୦୧୨ ମସିହାକୁ ଜାତୀୟ ଗଣିତ ବର୍ଷ ଭାବେ ପାଳନ କରାଯିବ ।[୩]

ସେବେଠାରୁ, ପ୍ରତିବର୍ଷ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଅନେକ ଶିକ୍ଷାଗତ କାର୍ଯ୍ୟକ୍ରମ ସହିତ ଭାରତରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ । ଏହି ଅବସରରେ ୨୦୧୭ରେ, ଆନ୍ଧ୍ରପ୍ରଦେଶର ଚିତ୍ରପୁରର କୁପାମଠାରେ ରାମାନୁଜନ ଗଣିତ ପାର୍କ ଖୋଲାଯାଇଛି ।

ଆଧାର ସମ୍ପାଦନା

  1. "vikaspedia Domains". vikaspedia.in. Retrieved 17 February 2022.
  2. "National Mathematics Day: Celebrating Srinivasa Ramanujan's birthday". Hindustan Times (in ଇଂରାଜୀ). 22 December 2021. Retrieved 17 February 2022.
  3. "National Mathematics Day 2021: Know About Srinivasa Ramanujan". NDTV.com (in ଇଂରାଜୀ). Retrieved 17 February 2022.