ଛବିଳ ମଧୁ ବର୍ଣ୍ଣବୋଧ

(ଛବିଳ ମଧୁ ବର୍ଣବୋଧରୁ ଲେଉଟି ଆସିଛି)

ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଶାର ଏକ ଶିଶୁ ପୁସ୍ତକ ଅଟେ । ଏହା ଭକ୍ତକବି ମଧୁସୂଦନ ରାଓଙ୍କଦ୍ୱାରା ୧୮୯୫ ମସିହାରେ ଲେଖାଯାଇଥିଲା ।[୧]ଓଡ଼ିଆ ଭାଷା ଶିଖିବା ପାଇଁ (ବିଶେଷ କରି ପିଲାମାନଙ୍କପାଇଁ) ଏକ ସଂପୂର୍ଣ ପୁସ୍ତକ ଅଟେ । ଏଥିରେ ଓଡ଼ିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ରହିଛି, ଯାହାକି ପିଲାଙ୍କ ମନେରହିବା ପରି ଲେଖାମାନଙ୍କରେ ଦର୍ଶାଯାଇଛି । ଏହି ବହିଟିରେ ଇଂରାଜୀ ଏବଂ ହିନ୍ଦୀ ବର୍ଣ୍ଣମାଳା ମଧ୍ୟ ଅଛି । ଏଥିସହିତ ବହି ଶେଷରେ ପ୍ରାର୍ଥନା ଓ ପଣକିଆ ବହିଟିକୁ ଏକ ସଂପୂର୍ଣ୍ଣ ପ୍ରାଥମିକ ପୁସ୍ତକ କରିଛି ।

ଛବିଳ ମଧୁ ବର୍ଣ୍ଣବୋଧ  
ମଲାଟ
ଉପର ମଲାଟ
ଲେଖକମଧୁସୂଦନ ରାଓ
ଦେଶଭାରତ
ଭାଷାଓଡ଼ିଆ
ବିଷୟଓଡ଼ିଆ ବର୍ଣ୍ଣମାଳା ଶିକ୍ଷା
ପ୍ରକାଶ ତାରିଖ୧୮୯୫

ଛବିଳ ମଧୁ ବର୍ଣ୍ଣବୋଧର ପ୍ରଥମ ସଂସ୍କରଣ ଲଣ୍ଡନଠାରେ ପ୍ରକାଶ କରାଯାଇଥିଲା । ୧୯୬୦ ବେଳକୁ ଏହି ବହି ବଜାରରେ ଆଉ ମିଳୁ ନଥିଲା । ଏହାର ବିକଳ୍ପ ଭାବରେ ଛବିଳ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧ ଓ ସହଜ ମଧୁ ବର୍ଣ୍ଣବୋଧ ନାମରେ ଅନେକ ବହି ବିକ୍ରୀ ହେଉଥିଲା । ୨୦୧୩ ମସିହାରେ ଏହି ପୁସ୍ତକକୁ ବ୍ରେଲୀ ଅକ୍ଷରରେ ପ୍ରକାଶ କରାଯିବାକୁ ଯୋଜନା କରାଯାଇଥିଲା ।[୨] ସେହିପରି ୨୦୧୪ ମସିହାରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ବହିଟିକୁ ପୁନଃପ୍ରକାଶନ କରି ଅନେକ ତୃଟି ବିଚ୍ୟୁତି ଯୋଗୁ ବିବାଦଘେରକୁ ଆସିଥିଲା ।[୩]

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Bhaktakabi Madhusudan Rao". 123orissa.com. Archived from the original on 6 March 2012. Retrieved 10 January 2013. A book named Barnabodha was published in 1895, which was written by Madhusudan Rao
  2. http://www.odiasahitya.com/odia-language-literature-discussion/nuatana-rupare-madhusudan-raonka-barnabodha/
  3. http://sambad.in/state/chabila-madhu-barna-bodha-113239/