ଚୁନି ଗୋସ୍ୱାମୀ

ଭାରତୀୟ ଫୁଟବଲ ଖେଳାଳୀ

ସୁବିମଳ ଗୋସ୍ୱାମୀ (୧୫ ଜାନୁଆରୀ ୧୯୩୮ - ୩୦ ଅପ୍ରେଲ ୨୦୨୦), ଜଣେ ଭାରତୀୟ ଫୁଟବଳ ଖେଳାଳି ଥିଲେ । ଷ୍ଟ୍ରାଇକର ଭାବରେ ଖେଳି ସେ ନିଜ କ୍ଲବ ମୋହାନ ବାଗାନ ଓ ଭାରତୀୟ ଫୁଟବଳ ଦଳର ନେତୃତ୍ୱ ନେଇଥିଲେ । ସେ ଚୁନି ଗୋସ୍ୱାମୀ ନାମରେ ବେଶୀ ପରିଚିତ ଥିଲେ ।୩୦ଟି ଆନ୍ତର୍ଜାତୀୟ ଫୁଟବଲ ମ୍ୟାଚ ପଦାର୍ପଣରେ ସେ ୯ଟି ଗୋଲ ସ୍କୋର କରିଥିଲେ । ସେ ଭାରତ ତରଫରୁ ୧୯୬୦ ଅଲିମ୍ପିକରେ ଖେଳିଥିଲେ । ୧୯୬୨ ଏସୀୟ କ୍ରୀଡ଼ାରେ ତାଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଥିଲା ଓ ୧୯୬୪ ଏସିଆନ କପରେ ଭାରତ ରନର୍ସ-ଅପ ହୋଇଥିଲା ।[୨]

ଚୁନି ଗୋସ୍ୱାମୀ
ଚୁନି ଗୋସ୍ୱାମୀ ୧୯୫୯ରେ
କଲିକତାର ସରିଫ
କାର୍ଯ୍ୟକାଳ
୨୦୦୫
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସୁବିମଳ ଗୋସ୍ୱାମୀ

(1938-01-15)୧୫ ଜାନୁଆରୀ ୧୯୩୮
କିଶୋରଗଞ୍ଜ, ବଙ୍ଗଳା ଗଡ଼ଜାତ,ସ୍ୱାଧୀନତା ପୂର୍ବ ଭାରତ
(ବର୍ତ୍ତମାନ ବଙ୍ଗଳାଦେଶ)
ମୃତ୍ୟୁ୩୦ ଅପ୍ରେଲ ୨୦୨୦(2020-04-30) (ବୟସ ୮୨)[୧]
କଲିକତା, ପଶ୍ଚିମବଙ୍ଗ, ଭାରତ
ଜାତୀୟତାଭାରତ

ସେ କ୍ରିକେଟ ମଧ୍ୟ ଖେଳୁଥିଲେ ଓ ବଙ୍ଗଳା ଦଳ ତରଫରୁ ରଣଜୀ ଟ୍ରଫି ମଧ୍ୟ ଖେଳିଥିଲେ । ୧୯୭୧-୭୨ରେ ତାଙ୍କ ନେତୃତ୍ୱରେ ବଙ୍ଗଳା ଦଳ ରଣଜୀ ଟ୍ରଫି ଫାଇନାଲ ଖେଳିଥିଲେ ।

ଫୁଟବଲ ଖେଳାଳି ଭାବରେ ସମ୍ପାଦନା

ଚୁନି, ନିଜର ସମ୍ପୂର୍ଣ୍ଣ କ୍ୟାରିୟର କେବଳ ମୋହନ ବାଗାନ କ୍ଲବ ତରଫରୁ ଖେଳିଥିଲେ ।[୩]

କ୍ଲବ ତରଫରୁ ଖେଳ ସମ୍ପାଦନା

ସେ ମୋହନ ବାଗାନ ଜୁନିୟର ଦଳରେ ୧୯୪୬ ମସିହାରେ ୮ବର୍ଷ ବୟସରେ ଯୋଗ ଦେଇଥିଲେ । ୧୯୫୪ରେ ସେ ସିନିୟର ଦଳରୁ ଖେଳିବା ଆରମ୍ଭ କରିଥିଲେ ଓ ୧୯୬୮ରେ ନିଜର ଅବସର ପର୍ଯ୍ୟନ୍ତ ସେହି ଦଳ ତରଫରୁ ଖେଳୁଥିଲେ । ୧୯୬୦ରୁ ୧୯୬୪ ପର୍ଯ୍ୟନ୍ତ ସେ ମୋହନ ବାଗାନ ଦଳର ଅଧିନାୟକ ଥିଲେ ।[୪][୫]

ଆନ୍ତର୍ଜାତୀୟ ଖେଳ ସମ୍ପାଦନା

୧୯୫୬ରେ ଚୁନି ଭାରତ ତରଫରୁ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ମ୍ୟାଚରେ ଭାରତ ଚିନକୁ ୧-୦ ଗୋଲରେ ହରେଇଥିଲା । ସେ ଭାରତ ତରଫରୁ ୫୦ଟି ମ୍ୟାଚ ଖେଳିଥିଲେ । ସେଥି ମଧ୍ୟରେ ଅଲିମ୍ପିକ, ଏସୀୟ କ୍ରୀଡା, ଏସିଆ କପ, ମର୍ଡେକା କପ ଆଦି ଅନ୍ୟତମ ।୧୯୬୨ ଏସୀୟ କ୍ରୀଡାରେ ତାଙ୍କ ନେତୃତ୍ୱରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଥିଲା ଓ ୧୯୬୪ ଏସିଆନ କପ ଓ ମର୍ଡେକା କପରେ ଭାରତ ରନର୍ସ-ଅପ ହୋଇଥିଲା ।[୬]


ଚୁନି ୩୦ଟି ଫିଫା 'ଏ' ଆନ୍ତର୍ଜାତୀୟ ମ୍ୟାଚ ଖେଳି ୯ଟି ଗୋଲ ଦେଇଥିଲେ ।

ଭାରତ ଜାତୀୟ ଦଳ
ବର୍ଷ ପଦାର୍ପଣ ଗୋଲ
୧୯୫୮
୧୯୫୯
୧୯୬୦
୧୯୬୧
୧୯୬୨
୧୯୬୪
ସମୁଦାୟ ୩୦ [୭]

କ୍ରିକେଟ ଖେଳାଳି ଭାବରେ ସମ୍ପାଦନା

୧୯୬୨-୬୩ରେ ଚୁନି ବଙ୍ଗଳା ଦଳ ତରଫରୁ ରଣଜୀ ଟ୍ରଫି ଖେଳିବା ଆରମ୍ଭ କରିଥିଲେ ।[୮] ସେ ଜଣେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ ଓ ମିଡିୟମ ପେସ ବୋଲର ଥିଲେ । ଫୁଟବଲ ଖେଳର ଅବସର ନେବା ପରେ ସେ କ୍ରିକେଟ ଖେଳକୁ ପୂର୍ଣ୍ଣଭାବରେ ଆବୋରୀ ଥିଲେ ଓ ବଙ୍ଗଳା ଦଳ ତରଫରୁ ଖେଳିଥିଲେ । ସେ ଦୁଇଥର ରଣଜୀ ଫାଇନାଲ ଖେଳିଥିଲେ ଓ ଉଭୟ ଥର ବମ୍ବେଠାରୁ ପରାଜିତ ହୋଇଥିଲେ । ୧୯୬୮-୬୯ ରଣଜୀ ଫାଇନାଲରେ ସେ ପ୍ରଥମ ଇନିଙ୍ଗସରେ ୯୬ ଓ ଦ୍ୱିତୀୟରେ ୮୪ ରନ କରିଥିଲେ । କିନ୍ତୁ ଅଜିତ ୱାଡେକରଙ୍କ ଶତକ ବମ୍ବେ ଦଳକୁ ବିଜୟୀ କରାଇଥିଲା । ସେହି ବମ୍ବେ ଦଳରେ ଗାଭାସ୍କର ଓ ଶିଭଲକର ମଧ୍ୟ ଖେଳିଥିଲେ । ୧୯୬୬ରେ ପୂର୍ବ ଓ ମଧ୍ୟାଞ୍ଚଳର ଏକତ୍ର ଗୋଟିଏ ଦଳ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯାଇ, ୱେଷ୍ଟ ଇଣ୍ଡିଜକୁ ତାଙ୍କରି ମାଟିରେ ଏକ ଇନିଙ୍ଗସରେ ପରାସ୍ତ କରିଥିଲେ ।[୯] ଚୁନି ଏହି ମ୍ୟାଚରେ ୮ଟି ଉଇକେଟ ଅକ୍ତିଆର କରିଥିଲେ । ତାଙ୍କର ସମଗ୍ର ଫାଷ୍ଟ-କ୍ଲାସ କ୍ରିକେଟ ଜୀବନରେ ସେ ୪୬ଟି ମ୍ୟାଚ ଖେଳି ୧୫୯୨ ରନ ସ୍କୋର କରିଥିଲେ ଓ ୪୭ଟି ଉଇକେଟ ଅକ୍ତିଆର କରିଥିଲେ ।[୧୦]

ଅନ୍ୟ କାର୍ଯ୍ୟ ସମ୍ପାଦନା

ଚୁନିଙ୍କର ବହୁବିଧ ବ୍ୟକ୍ତିତ୍ୱ ଥିଲା । ସେ ନିଜ କ୍ଲବ ତରଫରୁ ହକି ମଧ୍ୟ ଖେଳିଥିଲେ । ସେ ବଙ୍ଗଳା ଚଳଚ୍ଚିତ୍ର 'ପ୍ରଥମ ପ୍ରେମ'ରେ ଅଭିନୟ ମଧ୍ୟ କରିଥିଲେ । ୨୦୦୫ରେ କଲିକତା ମହାନଗରୀର ସେ ସରିଫ ହୋଇଥିଲେ । ସେ କଲିକତାର ସାଉଥ କ୍ଲବରେ ଲନ ଟେନିସ ମଧ୍ୟ ଖେଳୁଥିଲେ ।[୧୧]

ମୃତ୍ୟୁ ସମ୍ପାଦନା

ଚୁନି, ୨୦୨୦ ମସିହା ଅପ୍ରେଲ ୩୦ତାରିଖରେ ହୃଦଘାତ ଯୋଗୁ ମୃତ୍ୟୁବରଣ କରିଥିଲେ ।[୧୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "Chuni Goswami, Star Indian Footballer, Bengal Ranji Captain, Dead". Outlook. 30 April 2020. Retrieved 30 April 2020.
  2. "India's football legend Chuni Goswami passes away". sportstar.thehindu.com. the hindu. Retrieved 2 May 2020.
  3. "Latest Volume19-Issue14 News, Photos, Latest News Headlines about Volume19-Issue14". Frontline. Archived from the original on 7 September 2008.
  4. "Chuni Goswami Profile". IloveIndia.com. Retrieved 1 May 2020.
  5. "Indian Football Capital's News : EAST BENGAL VS MOHUNBAGAN IN CFL - 2007". www.kolkatafootball.com. Archived from the original on 14 September 2008.
  6. "Calcuttaweb - Sports Personality : Chuni Goswami". Archived from the original on 22 June 2008.
  7. India - Record International Players RSSSF
  8. "Chuni Goswami". Cricinfo.
  9. http://static.espncricinfo.com/db/ARCHIVE/1960S/1966-67/WI_IN_IND/COMB-EAST-CENT_WI_26-28DEC1966.html
  10. Players and Officials - Chuni Goswami, from Cricinfo.
  11. "Chuni Goswami: An all-rounder in the truest sense Read more at: timesofindia.indiatimes.com/articleshow/75483249.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 2 May 2020.
  12. Sportstar, Team. "India's football legend Chuni Goswami passes away". Sportstar (in ଇଂରାଜୀ). Retrieved 2020-04-30.

ବାହାର ଆଧାର ସମ୍ପାଦନା