ଚିନି (ଓଡ଼ିଆ କଥାଚିତ୍ର)

୨୦୧୬ର ଓଡ଼ିଆ କଥାଚିତ୍ର
(ଚିନି(ଓଡ଼ିଆ କଥାଚ୍ଚିତ୍ର)ରୁ ଲେଉଟି ଆସିଛି)

ଚିନି, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନବଜୀବନ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ପ୍ରଦୀପ ଭୋଳ ।[୨] ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ କୁମୁକ ପ୍ରକାଶ ପଣ୍ଡା ଏବଂ ସ‌ହ-ପ୍ରଯୋଜନା କରିଥିଲେ ଭବାନି ମାଝୀ ଓ ସ୍ନେହଲତା ପରିଡ଼ା ।[୩] ଶଙ୍କର ପ୍ରଧାନ ଏବଂ ହେମନ୍ତ ପାଣ୍ଡେ ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପଦ୍ମଶ୍ରୀ ହଳଧର ନାଗ ଏହି ଚଳଚ୍ଚିତ୍ରରେ ଗୀତ ରଚନା କରିଥିଲେ ।

ଚିନି
ନିର୍ଦ୍ଦେଶକପ୍ରଦୀପ ଭୋଳ
ପ୍ରଯୋଜକକୁମୁଦ ପ୍ରକାଶ ପଣ୍ଡା
ସଂଳାପପ୍ରଦୀପ ଭୋଳ
ଚିତ୍ରନାଟ୍ୟପ୍ରଦୀପ ଭୋଳ
କାହାଣୀପ୍ରଦୀପ ଭୋଳ
କଳାକାରଅମ୍ଳାନ ଦାସ
ପତ୍ରାଳୀ
ମିହିର ଦାସ
ମହାଶ୍ୱେତା ରାୟ
ଅଶ୍ରୁମୋଚନ ମହାନ୍ତି
ସଙ୍ଗୀତଶଙ୍କର ପ୍ରଧାନ
ହେମନ୍ତ ପାଣ୍ଡେ
ମୁକ୍ତିଲାଭ ତାରିଖ
୯ ସେପ୍ଟେମ୍ବର ୨୦୧୬[୧]
ଦେଶ ଭାରତ
ଭାଷାଓଡ଼ିଆ

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ବଙ୍ଗୀୟ ନାୟିକା ପତ୍ରାଳୀ ।[୪] ମିହିର ଦାସ, ମହାଶ୍ୱେତା ରାୟ, ଅଶ୍ରୁମୋଚନ ମହାନ୍ତି, ଅଶୋକ ଦାସ, ପୃଥିରାଜ, ବାଙ୍କୁ, ବ୍ରଜ, ହର ରଥ ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫]

ଅଭିନୟ ସମ୍ପାଦନା

ଶିଶୁ କଳାକାର ସମ୍ପାଦନା

  • ତିଥି
  • ସ୍ୱୟମ୍
  • ଦେବେଶ
  • ରୂପା

କାହାଣୀ ସମ୍ପାଦନା

'ରୋଗକୁ ଘୃଣା କର, ରୋଗୀକୁ ନୁହେଁ' ଥିଲା କଥାଚିତ୍ରଟିର ମୁଖ୍ୟ ଉପଜୀବ୍ୟ । ସ୍କୁଲରେ ପଢୁଥିବା ଛୋଟ ଝିଅଟିଏ ଏଚଆଇଭି/ଏଡସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆରମ୍ଭ ହୋଇଯାଏ ଗାଆଁ ଲୋକଙ୍କର ଘୃଣା, ଅବେହେଳା ଏବଂ ମାନସିକ ନିର୍ଯ୍ୟାତନା ତ‌ଥା ବାସନ୍ଦ ଭଳି ବ୍ୟାଧି । କେବଳ ଝିଅଟି ନୁହେଁ, ତା'ର ଦୁଇ ଭାଇ, ବାପା ଏବଂ ମାଆ ମଧ୍ୟ ଶୀକାର ହୁଅନ୍ତି ଏହିଭଳି ଘୃଣାର । ଏମାନଙ୍କ ପାଇଁ ସ୍କୁଲ, ଦୋକାନ ସମସ୍ତ ଜାଗା ବାସନ୍ଦ ହୁଏ । ଗାଆଁ ଦାଣ୍ଡରେ ଚାଲିପାରନ୍ତି ନାହିଁ କି ଗାଁ ପୋଖରୀରେ ଗାଧୋଇପାରନ୍ତି ନାହିଁ ଏମାନେ । ମାତ୍ର ଝିଅଟିକୁ ରୋଗମୁକ୍ତ କରିବା ପାଇଁ ପ୍ରଥମରୁ ହିଁ ଜଣେ ଯୁବ ଡାକ୍ତର ଉଦ୍ୟମ କରି ବିଭିନ୍ନ ଘାତ ପ୍ରତିଘାତ ଦେଇ ଗତି କରି ସଫଳତା ପାଆନ୍ତି ।[୬]

ଗୀତ ଓ ସଙ୍ଗୀତ ସମ୍ପାଦନା

ଶଙ୍କର ପ୍ରଧାନ ଏବଂ ହେମନ୍ତ ପାଣ୍ଡେ ସ୍ୱର ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ହଳଧର ନାଗ, ଲାଲ ରତ୍ନାକର ସିଂହ, ବିନୋଦ ପଶାୟତ ଏବଂ ଦୁର୍ଗାମାଧବ ପଣ୍ଡା ପ୍ରମୁଖ ଗୀତଗୁଡ଼ିକୁ ରଚନା କରିଛନ୍ତି । ଓଡ଼ିଆ ଏବଂ ସମ୍ବଲପୁରୀ ଭାଷର ମିଶ୍ରଣରେ ନିର୍ମିତ ହୋଇଛି ଚଳଚ୍ଚିତ୍ରଟି । ଏହି ଚଲଚ୍ଚିତ୍ର ମାଧ୍ୟମରେ ଆଶା ଭୋସଲେ ପ୍ରଥମ କରି ସମ୍ବଲପୁରୀ ଭାଷରେ କଣ୍ଠଦାନ କରିଥିଲେ ।[୭][୮]

ଗୀତ ସମ୍ପାଦନା

ଗୀତ ରଚନା କଣ୍ଠଦାନ
ଝାଇଁରେ
ଆସ ଆସ ନୂଆ ଖାଇବା
କି ହେଲା ଯେ
ଉଆଁସ ରାତିର

ଆଧାର ସମ୍ପାଦନା

  1. "ପରଦାରେ 'ଚିନି' କେମିତି ଲାଗୁଛି". ନଜର୍ (ନିତିଦିନ). Retrieved 11 September 2016.[permanent dead link]
  2. ୨.୦ ୨.୧ "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
  3. "ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ଫିଲ୍ମ "ଚିନି'". ସମ୍ବାଦ. 7 September 2016. Retrieved 18 August 2017.
  4. "ଚର୍ଚ୍ଚାରେ 'ଚିନି'". ସମାଜ. 4 September 2016. Retrieved 4 September 2016.[permanent dead link]
  5. "ଚିନିକୁ ଅପେକ୍ଷା". ଧରିତ୍ରୀ. 10 March 2016. Retrieved 18 March 2017.
  6. "ଓଲିଉଡ଼୍ ଅଫ୍ ବିଟ୍". ପ୍ରମେୟ. 8 January 2017. Archived from the original on 7 March 2017. Retrieved 1 March 2017.
  7. "Asha Bhosle first Sambalpuri song". incredibleorissa.com. Retrieved 8 September 2016.
  8. "Chini Odia Movie wiki, Star Cast & crew". odialive.com. Retrieved 8 September 2016.