ଚାର୍ମି କୌର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ

ଚାର୍ମି କୌର (ଜନ୍ମ: ୧୭ ମଇ ୧୯୮୭[୧]) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ପ୍ରଯୋଜିକା, ଯିଏକି ମୁଖ୍ୟତଃ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ତାମିଲ, ମାଲାୟଲମ୍, କନ୍ନଡ଼ ଏବଂ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି ।[୨][୩] ସେ ଚାଳିଶିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।

ଚାର୍ମି କୌର
ସେଲିବ୍ରେଟି କ୍ରିକେଟ୍ ଲିଗ୍‌‌ର ୪ର୍ଥ ସଂସ୍କରଣ ଉଦଘାଟନୀ ଉତ୍ସବରେ ଚାର୍ମି
Born (1987-05-17) ୧୭ ମଇ ୧୯୮୭ (ବୟସ ୩୬)
Occupations
  • ଅଭିନେତ୍ରୀ
  • ପ୍ରଯୋଜିକା
Years active୨୦୦୨–ଏବେଯାଏଁ
Websitecharmmekaur.com

୨୦୦୨ ମସିହାରେ ସେ ତେଲୁଗୁ ସମେତ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେହି ବର୍ଷ ଏକ ହିନ୍ଦୀ କଥାଚିତ୍ରରେ ଅତିଥି କଳାକାର ଭାବରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ତାଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାସ୍ ହିଟ୍ ହୋଇଥିଲା ଏବଂ ୨୦୦୭ ମସିହାରେ ସେ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।

୨୦୦୫ ମସିହାରେ ତାଙ୍କ ଅଭିନୀତ ସୁପରହିଟ୍ ତେଲୁଗୁ କଥାଚିତ୍ର ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ତାଙ୍କୁ ସିନେମା' ଆୱାର୍ଡ଼ସ୍ ଓ ନନ୍ଦି ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବା ସହିତ ଫିଲ୍ମଫେୟାର୍ ତେଲୁଗୁ ପୁରୁସ୍କାର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା । ୨୦୦୭ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ମନ୍ତ୍ରା ପାଇଁ ତାଙ୍କୁ ନନ୍ଦି ଆୱାର୍ଡ଼ସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୪][୫] ୨୦୧୧ ମସିହାରେ ଚର୍ଚ୍ଚିତ ହିନ୍ଦୀ କଥାଚିତ୍ର ବୁଢ଼ା ହୋଗା ତେରା ବାପ୍‌ରେ ସେ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନଙ୍କ ସହିତ ଅଭିନୟ କରିଥିଲେ ।[୬][୭][୮]

ଜନ୍ମ ଓ ପ୍ରାରମ୍ଭିକ ଜୀବନ ସମ୍ପାଦନା

ଚାର୍ମି ୧୯୮୭ ମସିହାର ମଇ ୧୭ ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଚାର୍ମି ୨୦୦୨ ମସିହାରେ ସେ ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ହେଉଛି ନୀ ତୋଡ଼ୁ କାବାଲି, ଯେଉଁଥିରେ ସେ ମାତ୍ର ୧୫ ବର୍ଷ ବୟସରେ ଜଣେ ଗୃହିଣୀ ଭୂମିକାରେ ଅଭିନୟ କରିଥିଲେ ।[୯] ଏହି ଚଳଚ୍ଚିତ୍ରଟି ବ୍ୟବସାୟିକ ସଫଳତା ପାଇନଥିଲେ ମଧ୍ୟ ଦକ୍ଷିଣ ଭାରତୀୟ କଥାଚିତ୍ର ଜଗତରୁ ତାଙ୍କୁ ଅନେକ ଅଭିନୟ ସୁଯୋଗ ମିଳିଥିଲା । ସେହି ବର୍ଷ ସେ ତାମିଲ ଓ ମାଲାୟଲମ୍ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ଏକ ହିନ୍ଦୀ କଥାଚିତ୍ର, ମୁଝେ ଦୋସ୍ତି କରୋଗେରେ ମଧ୍ୟ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ ।

ପୁରସ୍କାର ସମ୍ପାଦନା

  • ୨୦୧୨: ମଙ୍ଗଳା ପାଇଁ ନନ୍ଦୀ ସ୍ୱତନ୍ତ୍ର ଜୁରି ପୁରସ୍କାର
  • ୨୦୦୭: ମନ୍ତ୍ରା ପାଇଁ ନନ୍ଦି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର[୧୦]
  • ୨୦୦୫: ଅନୁକୋକୁଣ୍ଡା ଓକା ରୋଜୁ ପାଇଁ ସାନ୍ତୋଷମ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ୨୦୦୫: ଅନୁକୁକୁଣ୍ଡା ଓକା ରୋଜୁଙ୍କ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
  • ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ସିନେମା' ଶ୍ରେଷ୍ଠ ଅଭିନେତ୍ରୀ (ଜୁରି) ପୁରସ୍କାର
  • ୨୦୧୬: ଜ୍ୟୋତି ଲକ୍ଷ୍ମୀ ପାଇଁ ଜି ତେଲୁଗୁ ଆପସରା ପୁରସ୍କାର (ଜୁରି)
  • ୨୦୨୦: ଇସ୍ମାର୍ଟ ଶଙ୍କର ପାଇଁ ଜି ସିନେ ଆୱାର୍ଡ଼ସ୍‌ର ଶ୍ରେଷ୍ଠ ତେଲୁଗୁ ପ୍ରେଯୋଜିକା

ଆଧାର ସମ୍ପାଦନା

  1. "Charmy turns 18 Maneckji Cooper Education Trust School, Mumbai". Archived from the original on 24 September 2018. Retrieved 2006-11-12.
  2. "'Bbuddah..Hoga Tera Baap' Review: Big B Redefined!!". greatandhra.com. Archived from the original on 4 July 2011. Retrieved 7 July 2011.
  3. "Many filmy twists and salvation, finally". The Hindu. Archived from the original on 23 March 2020. Retrieved 25 December 2015.
  4. "CCL Telugu Warriors Brand Ambassadors 2016". CCL 2016. Archived from the original on 26 August 2018. Retrieved 25 December 2015.
  5. "Charmy is not just a run-of-the-mill actress; here's why she's a hero in Tollywood". Folomojo. Archived from the original on 4 March 2016. Retrieved 25 December 2015.
  6. "Charmi impressed by a Hollywood Star". tollywoodshow.com. Archived from the original on 11 June 2017. Retrieved 5 November 2015.
  7. Y. Sunita Chowdhury. "For the election season". The Hindu. Archived from the original on 19 April 2014. Retrieved 18 April 2014.
  8. "Archived copy". Archived from the original on 26 July 2017. Retrieved 24 July 2017.{{cite web}}: CS1 maint: archived copy as title (link)
  9. "Interview with Charmy". idlebrain.com. Archived from the original on 1 February 2010. Retrieved 2009-09-27.
  10. "Nandi awards 2007 announced - Telugu cinema news". idlebrain.com. Archived from the original on 31 May 2015. Retrieved 16 January 2009.

ବାହାର ଆଧାର ସମ୍ପାଦନା