ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ ।[୧] ଏହାର ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ ।[୨]

ବରା
ଧନିଆ ଚଟଣି ସହ ପରସା ବରଗଡ଼ର ଚାଉଳ ବରା
ପରଷାଜଳଖିଆ
ମୂଳ ସ୍ଥାନଭାରତ

ବିଭିନ୍ନ ଧରଣର ବରା ଯଥା ଓଡ଼ିଶାର ଚାଉଳ ଓ ବିରିରୁ ତିଆରି ବରାରୁ ନେଇ ଅରୁଆ ଓ ଉଷୁନା ଚାଉଳକୁ ବିରି ସହ ବାଟି ତିଆରି କରାଯାଉଥିବା ଚାଉଳ ବରା, ଦକ୍ଷିଣ ଭାରତର ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା ଆଦି ଭିନ୍ନ ଭିନ୍ନ ଶସ୍ୟରୁ ତିଆରି । ଏଗୁଡ଼ିକ ସକାଳେ ବା ଅନ୍ୟସମୟରେ ଜଳଖିଆ ଖିଆଯାଇଥାନ୍ତି ଭାବେ କିମ୍ବା ଦହିବରା-ଆଳୁଦମବଡ଼ା ପାଓ ଆଦି ଅନ୍ୟ ଖାଦ୍ୟ ତିଆରିରେ ଲାଗିଥାନ୍ତି ।

ପ୍ରକାର ଭେଦ ସମ୍ପାଦନା

ଚାଉଳ ବରା ସମ୍ପାଦନା

ଚାଉଳ ବରା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା ଏକ ଚାଉଳ-ତିଆରି ବରା । ବତୁରା ଉଷୁନା ଓ ଅରୁଆ ଚାଉଳ, ବିରିକୁ ବାଟି ସେଥିରେ କଟା ଲଙ୍କା, ଅଦା, କଟା ଭୁରୁସଙ୍ଗା ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଗୋଲ ଗୋଲ କରି ତେଲରେ ଛାଣି ଏହା ତିଆରି କରାଯାଏ ।[୩][୪]

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. Andrea Nguyen (2011). Asian Dumplings. Ten Speed Press. p. 3. ISBN 9781607740926.
  2. V. K. Joshi, ed. (2016). Indigenous Fermented Foods of South Asia. CRC Press. p. 401. ISBN 9781439887905.
  3. ରାଣୀ, ଉଷା (2011). A taste of Odisha: Traditional Odia Recepies. ଭୁବନେଶ୍ୱର: Amadeus Press. ISBN 9788190381338.