ଚନ୍ଦ୍ରଶେଖର ଦାସବର୍ମା

ଓଡ଼ିଆ ସାହିତ୍ୟିକ

ଚନ୍ଦ୍ରଶେଖର ଦାସବର୍ମା (୧ ମାର୍ଚ୍ଚ ୧୯୪୫-୧୬ ମଇ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ଗଳ୍ପ, ପ୍ରବନ୍ଧ, ନାଟକ, ଆଲୋଚନା ଓ ଅନୁବାଦ ସାହିତ୍ୟରେ ନିଜ ଲେଖନୀ ଚାଳନା କରିଥିଲେ । ବୃତ୍ତିରେ ସେ ଜଣେ ଯନ୍ତ୍ରୀ ଥିଲେ ଓ ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରି ମୁଖ୍ୟଯନ୍ତ୍ରୀ ପଦବୀରେ ଥାଇ ଅବସର ଗ୍ରହଣ କରିଥିଲେ । ସେ ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସମ୍ପାଦକ ଏବଂ ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଉପସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ ।[୧]

ଚନ୍ଦ୍ରଶେଖର ଦାସବର୍ମା
ଜନ୍ମ(1945-03-01)୧ ମାର୍ଚ୍ଚ ୧୯୪୫
ଥୋରିଆ ସାହି, କଟକ
ମୃତ୍ୟୁ୧୬ ମଇ ୨୦୨୨(2022-05-16) (ବୟସ ୭୭)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଯନ୍ତ୍ରୀ
ସମ୍ପର୍କୀୟଅଜୟ ମହାପାତ୍ର (ପୁତୁରା)
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ସମ୍ମାନ, ୧୯୯୯

ସାହିତ୍ୟ ସର୍ଜନା ସମ୍ପାଦନା

ଚନ୍ଦ୍ରଶେଖର, ୧୯୭୦ ମସିହାରୁ ଲେଖାଲେଖି ଆରମ୍ଭ କରିଥିଲେ । ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ୨୫୦ରୁ ଅଧିକ ଗପ, ୯ଟି ଅନୁବାଦ ପୁସ୍ତକ, ୩ଟି ନାଟ୍ୟ ସଂକଳନ, ଗୋଟିଏ ପ୍ରବନ୍ଧ ଓ ଗୋଟିଏ ଆଲୋଚନା ଗ୍ରନ୍ଥ ରଚନା କରିଥିଲେ । ସେ କଥାକାର, ତ୍ରିବେଣୀ, ଅଧୁନାପୁନେଇ ଜହ୍ନ ପତ୍ରିକାର ସମ୍ପାଦନା କରିଥିଲେ । ହିନ୍ଦୀ ଲେଖକ କ୍ରିଷନ ଚନ୍ଦରଙ୍କର ପୁସ୍ତକକୁ ଗୋଟିଏ ଗଧର ଆତ୍ମକଥା ନାମରେ ଓଡ଼ିଆ ଭାଷାକୁ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ । ସେହିପରି ୨୦୧୪ ମସିହାରେ ତାଙ୍କ ଗଳ୍ପ ସଂକଳନ ଝଡ଼ ଓ ଅନ୍ୟାନ୍ୟ ଗଳ୍ପ ସଂସ୍କୃତ ଭାଷାରେ ଅନୁବାଦିତ ହୋଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲା ।

ରଚନାବଳୀ ସମ୍ପାଦନା

ଗଳ୍ପ ସଂକଳନ ସମ୍ପାଦନା

  • ଅନ୍ୟ ମଣିଷ
  • ତୁଠ
  • ନୂଆ ପୁରୁଣା
  • ସଂପର୍କ
  • ଅନ୍ୱେଷଣ
  • ପାଷାଣୀ କନ୍ୟା
  • ମେଘୁଆ ଆକାଶ
  • ଇନ୍ଦ୍ରଧନୁ
  • ମୋପାସା ରେସ୍ତୋରାଁ
  • ଏକ ଯବ ସ୍ୱର ଅନେକ
  • ସ୍ୱପ୍ନର ସହର
  • ବୋମା
  • ଝଡ଼ ଓ ଅନ୍ୟାନ୍ୟ ଗପ
  • ଉଜୁଡ଼ା ଘରର ନକ୍ସା
  • ପ୍ରେମ ଓ ସୁନାମି
  • ଗଳ୍ପ ସମଗ୍ର -୧
  • ଗଳ୍ପ ସମଗ୍ର -୨
  • ଗଳ୍ପ ସମଗ୍ର -୩

ଅନ୍ୟାନ୍ୟ ସମ୍ପାଦନା

  • ୯ଟି ଅନୁବାଦ ପୁସ୍ତକ
  • ୩ଟି ନାଟ୍ୟ ସଂକଳନ
  • ୧ଟି ପ୍ରବନ୍ଧ
  • ୧ଟି ଆଲୋଚନା

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ସମ୍ମାନ - ୧୯୯୯[୨]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ - ୧୯୯୯
  • ଆଦିକବି ସାରଳା ଦାସ ସମ୍ମାନ
  • ଉପେନ୍ଦ୍ର ଭଞ୍ଜ ପୁରସ୍କାର
  • ଚିନ୍ତା ଓ ଚେତନା ପୁରସ୍କାର
  • ଗୋକର୍ଣ୍ଣିକା ପୁରସ୍କାର
  • ଜୀବନ ରଙ୍ଗ ପୁରସ୍କାର[୩]

ଆଧାର ସମ୍ପାଦନା

  1. "ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ". www.dharitri.com. ଧରିତ୍ରୀ. Archived from the original on 17 May 2022. Retrieved 17 May 2022.
  2. Sahitya Akademy (2008). General Information. Sahitya Akademy. Retrieved 17 May 2022.{{cite book}}: CS1 maint: url-status (link)
  3. "କଥାକାର ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ". No. ସମ୍ବାଦ ୧୭/୦୫/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2022. Retrieved 17 May 2022.