ଚତୁର୍ଶୃଙ୍ଗୀ ମନ୍ଦିର

ଭାରତର ଏକ ହିନ୍ଦୁ ମନ୍ଦିର

ଚତୁର୍ଶୃଙ୍ଗୀ ମନ୍ଦିର (ଚତୁଶ୍ରୀଙ୍ଗୀ ମନ୍ଦିର ମଧ୍ୟ କୁହାଯାଏ[୧] ) ମହାରାଷ୍ଟ୍ରରାଜ୍ୟର ପୁନା ସହରରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । [୨] ଏହା ସେନାପତି ବାପତ ରାସ୍ତା ସନ୍ନିକଟରେ ଥିବା ପାହାଡର ଗଡାଣିରେ ଅବସ୍ଥିତ । କଥିତ ଅଛିଯେ ଏହି ମନ୍ଦିର ମରାଠା ରାଜା ଶିବାଜୀଙ୍କ ରାଜୁତିକାଳରେ ନିର୍ମିତ ହେଇଥିଲା । ଏହି ମନ୍ଦିର ଚତୁର୍ଶୃଙ୍ଗୀ  ଦେବସ୍ଥାନ ଟ୍ରଷ୍ଟଦ୍ୱାରା ପରିଚାଳିତ ହୁଏ । 

ଚତୁର୍ଶୃଙ୍ଗୀ ମନ୍ଦିର
Chaturshrungi Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନସେନାପତି ବାପତ ରୋଡ଼, ପୁଣେ
Stateମହାରାଷ୍ଟ୍ର
Countryଭାରତ
Architecture
TypeWest Indian
Durlabhsheth Pitambardas Mahajan
Website
http://www.chattushringidevasthanpune.org

ଚତୁର୍ଶୃଙ୍ଗୀ  କହିଲେ ପ୍ରକୃତରେ ଚାରିଟି ର୍ଶୃଙ୍ଗୀ ( peaks) ଥିବା ପର୍ବତକୁ ବୁଝାଏ । ଏହି ଚତୁର୍ଶୃଙ୍ଗୀ ମନ୍ଦିରର ଉଚ୍ଚତା  ୯୦ ଫୁଟ ହେଇଥିବାବେଳେ ଏହା ୧୨୫ ଫୁଟ ଦୀର୍ଘ । ଏହି ମନ୍ଦିର ବିଶ୍ୱାସ ତଥା ପରମ ଶକ୍ତିକୁ ନିଦର୍ଶନ କରେ । ଏହାର ଅଧିଷ୍ଠାତ୍ରୀ ଦେବୀଙ୍କ ଆସନ ପାଖରେ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କୁ ଶତାଧିକ ସୋପାନ ଚଢିବାକୁ ହୁଏ। ମନ୍ଦିର ପ୍ରାଙ୍ଗଣରେ ଦେବୀ ଦୁର୍ଗା ତଥା ଭଗବାନ ଗଣେଶଙ୍କ ମନ୍ଦିର ମଧ୍ୟ ରହିଛି । ଏହା ମଧ୍ୟରେ ଅଷ୍ଟବିନାୟକଙ୍କ  ମନ୍ଦିରରେ ସୁନ୍ଦର ମୂର୍ତି  ଆଠଟି ମଧ୍ୟ ରହିଛି । ଏହି ସବୁ ସାନ ମନ୍ଦିର ସେଠାରେ ଥିବା ସାନ ପାହାଡରେ ୪ଟି ର୍ଶୃଙ୍ଗୀ ଉପରେ ଅବସ୍ଥିତ । ଆହୁରି ମଧ୍ୟ ବେତାଳ ମହାରାଜଙ୍କ ମଧ୍ୟ ଏକ ମନ୍ଦିର ସେଇ ପ୍ରାଙ୍ଗଣ ଭିତରେ ବିରାଜମାନ । 

କିମ୍ବଦନ୍ତୀ  ସମ୍ପାଦନା

କିମ୍ବଦନ୍ତୀ କହେ , ପୁରାତନ କାଳରେ ସେ ଅଞ୍ଚଳରେ  ଦୁର୍ଲଭସେଠ ପୀତାମ୍ବରଦାସ ମହାଜନ ନାମକ ଜଣେ ଧନୀ ଓ ପ୍ରତିପତ୍ତିଶାଳୀ ବଣିକ ବସବାସ କରୁଥିଲେ ।ସେ  ଦେବୀ ଶପ୍ତର୍ଶୃଙ୍ଗୀ ଙ୍କର ଜଣେ ନିଷ୍ଠାପର ଭକ୍ତ ଥିଲେ ଏବଂ ଦେଶର ବିଭିନ୍ନ ଆଞ୍ଚଳରେ ଥିବା ତାଙ୍କର ମଦିରକୁ ଦର୍ଶନ ନିମନ୍ତେ ନିୟମିତ ଯାଉଥିଲେ । କିନ୍ତୁ ସମୟକ୍ରମେ  ବାର୍ଦ୍ଧକ୍ୟ ଆସିବା ପରେ ସେ ଆଉ ଦୀର୍ଘ ପଥ  ଯାତ୍ରା କରିବାକୁ ଅସମର୍ଥ ହେବା ଯୋଗୁ ଆଉ ଦର୍ଶନ ପାଇଁ ଯାଇ ପାରିଲେ ନାହିଁ । ଦିନେ ରାତିରେ ଦେବୀ ଶପ୍ତର୍ଶୃଙ୍ଗୀ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ " ତମେ ଯଦି ମୋ ପାଖକୁ ଆସି ପାରୁନାହଁ, ମୁ ତୁମ ପାଖକୁ ଯିବି ଓ ତୁମ  ନିକଟରେ ରହିବି ।"  ସେ ତାଙ୍କୁ ପୁନେ ସହରର ଉତ୍ତର-ପଶ୍ଚିମ ଭାଗରେ ଥିବା ପର୍ବତକୁ ଆସି ଖୋଦନ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ । ସତକୁ ସତ ନିର୍ଦ୍ଧାରିତ ଜାଗା ଚିହ୍ନଟ କରି ସେଠାରେ ଖୋଦନ କରିବାରୁ ଅଲୌକିକ ଭାବରେ ସେଠାରେ ଦେବୀ ସ୍ୱୟମ୍ଭୁଙ୍କ ପ୍ରକୃତିକ ମୂର୍ତି ପ୍ରଘଟ ହେଲା । ମହାଜନ ସେଇ ସ୍ଥଳରେ ମନ୍ଦିର ନିର୍ମାଣ କାଳେ ଯାହାକି ପରବର୍ତ୍ତୀ କାଳ ମାନଙ୍କରେ ପୁନଃ ଉନ୍ନତିକରଣ ହେଇ ବର୍ତ୍ତମାନର ସ୍ଥିତିକୁ ଆସିଲା ।  

ଆରାଧ୍ୟ ଦେବୀ  ସମ୍ପାଦନା

ଏହି ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବୀ ହଉଛନ୍ତି ଦେବୀ ଚତୁର୍ଶୃଙ୍ଗୀ ଯିଏ  ଦେବୀ ଅମ୍ବାରେଶ୍ୱରୀ ନାମରେ ମଧ୍ୟ ପରିଚିତ । ଏପରିକି ପୁନା  ସହରର ଅଧଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ସମସ୍ତେ ଆରାଧନା କରିଥାଆନ୍ତି । ମନ୍ଦିର ପରିଚାଳନା ପାଇଁ ଚତୁର୍ଶୃଙ୍ଗୀ ଟ୍ରଷ୍ଟ ରହିଛି ଏବଂ ପ୍ରତିବର୍ଷ ନବରାତ୍ର ସମୟରେ ପାହାଡର ପଦ ଦେଶରେ ବିରାଟ ମେଳାର ଆୟୋଜନ ହୁଏ । ଏହି ମେଳାକୁ ବିଭିନ୍ନ ଅଞ୍ଚଳରୁ ବହୁ ଭକ୍ତ ଆସନ୍ତି ଦେବୀ ଚତୁର୍ଶୃଙ୍ଗୀଙ୍କ ଆରାଧନା ପାଇଁ ।  

ଆଧାର ସମ୍ପାଦନା

  1. "Website of Chattushringi Devi Mandir". www.chattushringidevasthanpune.org. Retrieved 25 December 2016.
  2. "Chaturshringi Temple". mapsofindia.com. Retrieved 25 December 2016.

ବାହାର ତଥ୍ୟ ସମ୍ପାଦନା