ଚକ୍ଷୁ ହର୍ପିସ୍ ଜୋଷ୍ଟର

ଚକ୍ଷୁ ହର୍ପିସ୍ ଜୋଷ୍ଟର ଏକ ଭୂତାଣୁ ରୋଗ ଯାହା ଆଖି ଓ ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କୁ ପ୍ରଭାବିତ କରିଥାଏ ।

ଚକ୍ଷୁ ହର୍ପିସ୍ ଜୋଷ୍ଟର (ଇଂରାଜୀ ଭାଷାରେ Herpes zoster ophthalmicus/ HZO ), ଅନ୍ୟ ନାମ ଚକ୍ଷୁ ଜୋଷ୍ଟର, ଏକ ହର୍ପିସ୍ ରୋଗ ଯାହା ଆଖି ଓ ପାର୍ଶ୍ୱବର୍ତ୍ତୀ ସ୍ଥାନମାନଙ୍କୁ ପ୍ରଭାବିତ କରିଥାଏ । [୧] ଲକ୍ଷଣ: ସାଧାରଣତଃ ଆଖିର ଫୁଲା ସହିତ କପାଳରେ ଦାଗ ଦେଖାଯାଏ | [୧] ଆଖିରେ ଯନ୍ତ୍ରଣା, ଆଖି ଲାଲ ହେବା ଏବଂ ଆଲୋକ ସମ୍ବେଦନଶୀଳତା ମଧ୍ୟ ହୋଇପାରେ | [୧] ରାସ୍ ହେବା ପୂର୍ବରୁ ଜ୍ୱର ଓ କପାଳରେ ଘା ’ଦେଖାଯାଏ। [୧] [୪] ଜଟିଳତା ମଧ୍ୟରେ ଦୃଷ୍ଟିହାନୀ, ଡୋଳା ଭିତରେ ଚାପ ବୃଦ୍ଧି ଏବଂ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା ହୋଇପାରେ | [୨] [୧]

Herpes zoster ophthalmicus
Ophthalmic zoster
Herpes zoster ophthalmicus
ବିଭାଗOphthalmology
ଲକ୍ଷଣRash of the forehead, swelling of the eyelid, pain and red eye[୧]
କାରଣReactivation of varicella zoster virus[୨]
ବିପଦ କାରକPoor immune function, psychological stress, older age[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ପ୍ରତିକାରHerpes zoster vaccine[୧]
ଔଷଧAntiviral pills such as acyclovir, steroid eye drops[୧]
ପୁନଃପୌନିକUp to 125,000 per year (US)[୩]

ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ଅଫଥାଲିକ ସ୍ନାୟୁରେ ଭାରିସେଲ୍ଲା ଜୋଷ୍ଟର ଭୂତାଣୁ ପୁନଃ ସକ୍ରିୟ ହୋଇଯାଏ । [୨] ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି, ମାନସିକ ଚାପ ଏବଂ ବୃଦ୍ଧାବସ୍ଥା ଏହି ରୋଗର ବିପଦ କାରକ ଅଟନ୍ତି । [୨] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ | [୧]

ଏହାର ଚିକିତ୍ସାରେ ସାଧାରଣତଃ ଆସାଇକ୍ଲୋଭିର ଭଳି ଭୂତାଣୁରୋଧୀ ବଟିକା ଦିଆଯାଇଥାଏ । [୧] ଡୋଳାର ବିସ୍ତାର କରିବା ପାଇଁ ଆବଶ୍ୟକୀୟ ବୁନ୍ଦା ଓ ଷ୍ଟେରଏଡ ଆଖି ବୁନ୍ଦା ବ୍ୟବହାର କରାଯାଇପାରେ | [୧] ଏହି ରୋଗ ପ୍ରତିରୋଧ ପାଇଁ ୫୦ ବର୍ଷ ବୟସରୁ ଅଧିକ ଥିବା ଲୋକଙ୍କୁ ଟିକା ଦିଆଯାଏ । [୧] ଆମେରିକାରେ ପ୍ରତି ବର୍ଷ ଅଧ ନିୟୁତ ଲୋକଙ୍କର ଏହି ରୋଗ ହୋଇଥାଏ ଯାହା ସମୁଦାୟ ଆଖି ରୋଗର ପ୍ରାୟ ୧୦%ରୁ ୨୫% ହୋଇଥାଏ । [୪] [୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Herpes Zoster Ophthalmicus - Eye Disorders". Merck Manuals Professional Edition. Retrieved 21 December 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ Shaikh S, Ta CN (November 2002). "Evaluation and management of herpes zoster ophthalmicus". American Family Physician. 66 (9): 1723–30. PMID 12449270.
  3. "Herpetic Corneal Infections: Herpes Zoster Ophthalmicus". www.aao.org. Archived from the original on 15 August 2020. Retrieved 21 December 2019.
  4. ୪.୦ ୪.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; AAO2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।