ଚକ୍ରତୀର୍ଥ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଚକ୍ରତୀର୍ଥ ଅନ୍ୟତମ । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ମହୋଦଧି, ଇନ୍ଦ୍ରଦ୍ୟୁମ୍ନ ଓ ଚକ୍ରତୀର୍ଥ ପଞ୍ଚତୀର୍ଥ ଭାବେ ଖ୍ୟାତ ।[୧]

ଅବସ୍ଥିତିସମ୍ପାଦନ କରନ୍ତୁ

ଶ୍ରୀମନ୍ଦିର ଠାରୁ ପ୍ରାୟ ୩ କିମି ଦୂରରେ ସମୁଦ୍ରକୂଳର ଉତ୍ତରପୂର୍ବ ଦିଗରେ ବାଙ୍କୀ ମୁହାଣ ନିକଟରେ ଏହା ଅବସ୍ଥିତ ।[୨] ନେତାଜୀ ସୁବାଷ ବୋଷ ଛକ ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳକୁ ଚକ୍ରତୀର୍ଥ କୁହାଯାଏ । ଏହା ପୂର୍ବେ ନଦୀ ଓ ସମୁଦ୍ରର ସଙ୍ଗମସ୍ଥଳ ଥିଲା । ଏହାର ଠିକ କାଳ ନିରୂପଣ କରାଯାଇନାହିଁ । ବିଭିନ୍ନ ପୋଥି ଅନୁଯାୟୀ ଏହାର ଇତିହାସ ମହାଭାରତ ପରବର୍ତ୍ତୀ ସମୟର । ଏଠାରେ ଅନେକ ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ରହିଛି । ଯଥା : ବେଡି ହନୁମାନ (ଦରିଆ ମହାବୀର), ମହାଲକ୍ଷ୍ମୀଙ୍କ ବାପଘର ଚକ୍ରନୃସିଂହ ମନ୍ଦିର, ସୁନାର ଗୌରାଙ୍ଗ ମନ୍ଦିର, ପ୍ରଭୃତି ।

କିମ୍ବଦନ୍ତୀସମ୍ପାଦନ କରନ୍ତୁ

ଭଗବାନ ବିଷ୍ଣୁଙ୍କ ଚକ୍ରକୁ ନେଇ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ ବୋଲି ଜଣାଯାଏ । ଚକ୍ରତୀର୍ଥ ମନ୍ଦିରରେ ଥିବା ପଥର ଚକ୍ର ଏକ କିମ୍ବଦନ୍ତୀ କୁହେ । ନଦୀ ମୁହାଣରେ ଏକ ହାତୀ ପାଣି ପିଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲା ଓ ରକ୍ଷା ପାଇବା ପାଇଁ ଭଗବାନ ବିଷ୍ଣୁଙ୍କ ଶରଣ ନେଇଥିଲା । ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ରକୁ ପଠାଇ ହାତୀକୁ ଉଦ୍ଧାର କରିଥିଲେ । ଅନୟ ଏକ କଥା ଅନୁଯାୟୀ ଯଦୁବଂଶ ଧ୍ୱଂସ ହେବା ପରେ କୃଷ୍ଣ କୌଣସି କାରଣରୁ ପୁତ୍ର ପ୍ରଦ୍ୟୁମ୍ନଙ୍କ ଶିରଚ୍ଛେଦନ ପାଇଁ ସୁଦର୍ଶନଙ୍କୁ ଆଦେଶ ଦେଇଥିଲେ । ମାତ୍ର ସୁଦର୍ଶନ କାମସାରି ଶ୍ରୀକୃଷ୍ଣଙ୍କ ହାତକୁ ନ ଫେରି ଅନ୍ତର୍ଦ୍ଧାନ ହୋଇଗଲେ । ହିମାଳୟ ଯାତ୍ରା ସମୟରେ ପାଣ୍ଡବମାନେ ଏହାଲୁ ପାଇ ମହୋଦଧିରେ ନିକ୍ଷେପ କରିଥିଲେ । ସେହିଦିନ ଠାରୁ ଏହି ଅଞ୍ଚଳର ନାମ ଚକ୍ରତୀର୍ଥ । ଏହା ବିଶ୍ୱାସ କରାଯାଏ ଯେ ପୁରୀରେ ଏକ ବାତ୍ୟାରେ ନୀଳଚକ୍ର ଉଡ଼ି ଯାଇଥିଲା ଓ ଚକ୍ରତୀର୍ଥରେ ଯାଇ ପଡ଼ିଥିଲା । ଏତଦ୍‌ବ୍ୟତୀତ ଏଠାରେ ମହାଦାରୁ ଲାଗିଥିବାର ବର୍ଣ୍ଣନା ମଧ୍ୟ ଅଛି ।[୩]

ଚକ୍ରତୀର୍ଥ ମନ୍ଦିରସମ୍ପାଦନ କରନ୍ତୁ

ଏଠାରେ ଥବା ଏକ ପୋଖରୀ ପୋତି ହୋଇଯିବା ପରେ ଏକ ମନ୍ଦିର ନିର୍ମାଣ କରାଯାଇ ଚକ୍ରନାରାୟଣଙ୍କ ସହ ଶ୍ରୀ ଜଗନ୍ନାଥ, ବଳଭଦ୍ରଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ପୂଜା କରାଯାଉଛି । ମଝିରେ କଳା ଗ୍ରାନାଇଟରେ ତିଆରି ନାରାୟଣ ମୂର୍ତ୍ତି ଚକ୍ରନାରାୟଣ ଭାବେ ନାମିତ । ଏଠାରେ ଥିବା ଠାକୁର ପ୍ରଭୁ ନୃସିଂହଙ୍କ ତିନି ରୂପ, ଯଥା: ଅଭୟ ନୃସିଂହ, ଚକ୍ର ନୃସିଂହ ଓ ଲକ୍ଷ୍ମୀ ନୃସିଂହ । ଶ୍ରୀ ବଳଭଦ୍ରଙ୍କୁ ଅଭୟ ନୃସିଂହ, ଦେବୀ ସୁଭଦ୍ରାଙ୍କୁ ଚକ୍ର ନୃସିଂହ ଓ ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ନୃସିଂହ ଭାବେ ପୂଜା କରାଯାଏ । ପୁରାଣରେ ମଧ୍ୟ ସୃଷ୍ଟିର ପ୍ରଥମ ତିନାଟି ଠାକୁର ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଯଥାକ୍ରମେ ଚକ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଓ ଅଭୟ ନୃସିଂହ ଅଟନ୍ତି । ପ୍ରତିବର୍ଷ ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଏଠାରେ ଥିବା ନୃସିଂହଙ୍କ ନିକଟକୁ ଆଜ୍ଞାମାଳ ଆସେ । ନୃସିଂହ ଜନ୍ମ ପର୍ବ ଏହି ମନ୍ଦିରରେ ଖୁବ ଧୁମଧାମରେ ପାଳିତ ହୁଏ ।[୪]

ବଳରାମ ଦାଶସମ୍ପାଦନ କରନ୍ତୁ

ଏଠାରେ ବଳରାମ ଦାଶଙ୍କ ସାଧନ ମନ୍ଦିର ଅଛି । ରଥଯାତ୍ରା ବେଳେ ଅପମାନିତ ହୋଇ ସେ ବାଙ୍କୀ ମୁହାଣ ବାଲିରେ ୩ଟି ରଥ ନିର୍ମାଣ କରି ତିନି ଠାକୁରଙ୍କୁ ସେଥିରେ ବିଜେ କରାଇଥିଲେ । ସ୍ମୃତି ସ୍ୱରୂପ ସାଧନ ମନ୍ଦିର ପରିସରରେ ବାଲିରଥ ରହିଛି । ବଳରାମ ଦାଶଙ୍କ ସମାଧୀ ପୀଠ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି ।

ମହାଲକ୍ଷ୍ମୀଙ୍କ ବାପଘରସମ୍ପାଦନ କରନ୍ତୁ

ଏହା ହେଉଛି ମହାଲକ୍ଷ୍ମୀଙ୍କ ବାପଘର । ଶ୍ରୀମଦ୍‌ଭାଗବତ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାରେ ସମୁଦ୍ର ମନ୍ଥନ ବେଳେ ଲକ୍ଷ୍ମୀଙ୍କ ଆବିର୍ଭାବ ବର୍ଣ୍ଣନା ରହିଛି । ଏଠାରେ ଲକ୍ଷ୍ମୀଙ୍କ ପିତା ବରୁଣଙ୍କ ମନ୍ଦିର ଅଛି । ଏହାକୁ ମହାପ୍ରଭୁଙ୍କ ଶ୍ୱଶୁରପୁରୀ ଭାବେ ବର୍ଣ୍ଣନା କରାଯାଇଛି ।

ଦରିଆ ମହାବୀରସମ୍ପାଦନ କରନ୍ତୁ

ଦରିଆ ମହାବୀର (ବେଢି ହନୁମାନ) ମନ୍ଦିର ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଅଧୀନସ୍ଥ ଅଟେ । ଉତ୍ତରାଭିମୁଖୀ ହନୁମାନଙ୍କ ଦକ୍ଷିଣହସ୍ତରେ ଗଦା, ବାମହସ୍ତରେ ଲଡୁ ରହିଛି । ବସ୍ତ୍ରଦ୍ୱାରା ବେଢି ହୋଇ ରହିଥିବାରୁ ଏହା ଦୃଷ୍ଟିକୁ ଆସେ ନାହିଁ । ଏହାଙ୍କ ଦକ୍ଷିଣ ପାର୍ଶ୍ୱରେ ଦୁଇଟି ଛୋଟ ହନୁମାନ ବିଗ୍ରହ ଜଗମୋହନରେ ହନୁମାନଙ୍କ ସମ୍ମୁଖରେ ଲକ୍ଷ୍ମୀ, ସାବିତ୍ରୀ ଓ ଗରୁଡ ଅଛନ୍ତି । ବାମ ପାର୍ଶ୍ୱରେ ଶ୍ରୀଜଗନ୍ନାଥଙ୍କ ଏକ୍କ ମୂର୍ତ୍ତି ମାଧବ ଓ ପାଦ୍ଦେଶରେ ଅଷ୍ଟଧାତୁର ଲଡୁଗୋପାଳ ପୂଜା ପାଉଛନ୍ତି ।

ସୁନାର ଗୌରାଙ୍ଗସମ୍ପାଦନ କରନ୍ତୁ

ଏହି ମନ୍ଦିରର ଠାକୁରଙ୍କ ପ୍ରକୃତ ନାମ ହେଉଛି ଶ୍ରୀଗୌରକିଶୋର ଜୀଉ । ଏଠାରେ ଅଷ୍ଟଧାତୁରେ ନିର୍ମିତ ଶ୍ରୀଗୌରଗୋପାଳ ଜୀଉ ପୂଜା ପୌଛନ୍ତି । ଶ୍ରୀଗୌରାଙ୍ଗଙ୍କ ଦେହର ବର୍ଣ୍ଣ ଗୌର ବା ସୁନାର ହୋଇଥିବାରୁ ତାଙ୍କ ନାମ ସୁନାର ଗୌରାଙ୍ଗ ହୋଇଛି । ଶ୍ରୀଗୌରାଙ୍ଗ ମହାପ୍ରଭୁ ବୈଷ୍ଣବ ସମ୍ପ୍ରଦାୟର ହୋଇଥିବାରୁ ଗୌଡ଼ୀୟ ବୈଷ୍ଣବ ଧର୍ମ ପରମ୍ପରାରେ ପୂଜା ପାଆନ୍ତି । ମଠ ପରିସରରେ ଏକ ପୁଷ୍ପ ସମାଧି ଓ ଶ୍ରୀକିଶୋରାନନ୍ଦଙ୍କ ସମାଧି ରହିଛି ।[୫]

ଆଧାରସମ୍ପାଦନ କରନ୍ତୁ

  1. ଧରିତ୍ରୀ. 19 July 2016. p. 12. Missing or empty |title= (help); |access-date= requires |url= (help)
  2. ସବୁରଥେ ସାର ଗୁଣ୍ଡିଚା ରଥ. କଟକ: ଧର୍ମଗ୍ରନ୍ଥ ଷ୍ଟୋର. 15 Aug 2015. p. ୭୩. |access-date= requires |url= (help)
  3. "Chakratirtha Temple of Puri District". Retrieved 19 July 2016.
  4. "CHAKRATIRTHA/CHAKRA NARASIMHA TEMPLE/CHAKRA NRUSINGHA TEMPLE/CHAKRA NARAYANA TEMPLE". Retrieved 19 July 2016.
  5. ଧରିତ୍ରୀ. 19 July 2016. p. 12. Missing or empty |title= (help); |access-date= requires |url= (help)