ଚଉକିବଟ (ଭୀମକୁଣ୍ଡି ନଗର ନାମରେ ମଧ୍ୟ ଜଣା) ଓଡ଼ିଶାର ଏକ ପୌରାଣିକ ଐତିହ୍ୟସମ୍ପନ୍ନ ସ୍ଥାନ । କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ବାଲିଆରେ ଅବସ୍ଥିତ । ପଞ୍ଚସଖା ଯୁଗର ସିଦ୍ଧ ସାଧକତଥା ତ୍ରିକାଳଦର୍ଶୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ,ଜଗନ୍ନାଥ ଦାସ,ଯଶୋବନ୍ତ ଦାସ, ବଳରାମ ଦାସଙ୍କଦ୍ୱାରା ଲିଖିତ ପୋଥି ଓ ପୁସ୍ତକରେ ଏହି ଭିଷ୍ମକୁଣ୍ଡି ନଗରର ପ୍ରାଧାନ୍ୟ ରହିଛି । ଏହାକୁ ଅଳକାପୁରୀ ବା ଗୁପ୍ତଶଂଖ ନାଭିମଣ୍ଡଳ ସ୍ଥାନରୁପରେ ଚିତ୍ରଣ କରାଯାଇଛି। ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ଅଷ୍ଟପାଟବଂଶୀ ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପାଟବଂଶୀ ରାଣୀ ମାଆ ରୁକ୍ମିଣୀଙ୍କ ଜନ୍ମସ୍ଥାନ । ରୁକ୍ମିଣୀଙ୍କ ପିତା ଭିଷ୍ମକରାଜାଙ୍କ ନଅର ଏଠାରେ ଥିବା ଜଣାଯାଏ। । ପୁରାଣ ପ୍ରସିଦ୍ଧ କୁଣ୍ଡୀ ନଦୀ ଏବେ ସୁଧା ଭିଷ୍ମକ କୁଣ୍ଡୀ ନାମରେ ପରିଚିତ । ଚଉକିମୁନି ଏଠାରେ ସାଧନା କରି ଦେହତ୍ୟାଗ କରିଥିବାରୁ ଚଉକିବଟ ନାମରେ ନାମିତ ।

କିମ୍ବଦନ୍ତୀ ସମ୍ପାଦନା

କୁହାଯାଏ ରୁକ୍ମିଣୀଙ୍କ ବିବାହ ପାଇଁ ତିଆରି ହୋଇଥିବା କନକବେଦୀ ଏହି ମନ୍ଦିର ତଳେରହିଛି । କିଛି ବର୍ଷ ତଳେ ପୋଖରି ଖୋଳା ହେଲାବେଳେ ଚାରିଟି ପଥର ଖୁମ୍ବ ବାହାରିଥିଲା। ବାଲିଆର କରିମାବାଦଠାରେଏବେବି ବଡ଼ ବଡ଼ ପଥର ରହିଛି ଯାହାକୁ ଛୋଟ ଖୁମ୍ବ କହନ୍ତି । ଏଠାରେ ଲୋକମାନେ ପୁଅ ଝିଅ ବାହାଘର ଯଥା ମାଙ୍ଗଳିକ କାର୍ଯ କରିବା ପାଇଁ ଭିଷ୍ମକୁଣ୍ଡୀ ନଦୀ କୂଳରେ ପହଞ୍ଚି ସାମଗ୍ରୀ ମାଗିଲାବେଳେ ତାହା ଆପେ ଆପେ ପାଣିଉପରେ ଭାସି ଆସୁଥିଲା ପରେ ସେଗୁଡିକୁ ନେଇ ପାଣିରେ ଭସାଇ ଦେଉଥିଲେ।କାଳକ୍ରମେ ଲୋକମାନେ ନଦୀରୁ ଆସିଥିବା ଜିନିଷ ଫେରାଇଲେ ନାହିଁ ଯାହାଫଳରେ ନଦୀରୁ ସେ ଜିନିଷ ଆଉ ମିଳୁ ନାହିଁ। ବଟେଶ୍ୱରରେ ଥିବା ମାଭଗବତୀ ହେଉଛନ୍ତିଏହି ଭିଷ୍ମକକୁଣ୍ଡୀ ନଗରର ଆରାଧ୍ୟ ଦେବୀ ଯେ ଏହି ନଗରକୁ ଜଗି ରହିଥିବା କୁହାଯାଏ।ଏହିକୁଣ୍ଡୀ ନଗର ପାଖରେ ରହିଛି ଅଷ୍ଟବଟ ଯଥା ଚଉକିବଟ, ଗୁରୁବାରିଆବଟ, ଗେଞ୍ଜବଟ, ସମାଧିବଟ, ଚନ୍ଦନବଟ,ରତ୍ନବଟ,ବିଜୁଳିବଟ ଓ ମାଧିଆବଟ। ଶିଶୁପାଳ ରାଜାଙ୍କ ନାମରେ ନାମିତ ଶିଶୁଆ ଗ୍ରାମ ନିକଟରେ ଅବସ୍ଥିତ । ଯେଉଁଠାରେ ଶ୍ରୀକୃଷ୍ଣ ଶିଶୁପାଳକୁ ପରାସ୍ତ କରି ରୁକ୍ମିଣୀ ଦେବୀଙ୍କୁ ଗ୍ରହଣ କରିଥିଲେ ସେ ଯାଗା ଏବେ ଦଲଦଲିଆପାଟ ନାମରେ ବିଦିତ । ଏହି ପାଟର ବିଶେଷତ୍ୱ ଯେ ଏହା ବର୍ଷକ ବାରମାସ ଏଠାକାର ଜମି ସନ୍ତସନ୍ତିଆ ରହେ । [୧]

ଆଧାର ସମ୍ପାଦନା

  1. ରବିବାର ,ପୃଷ୍ଠା ୪,୧୭ ଫେବୃୟାରୀ ୨୦୧୩