ଗୋପାଳ କୃଷ୍ଣ ରଥ

ଓଡ଼ିଆ କବି

ଗୋପାଳ କୃଷ୍ଣ ରଥ,(୩ ଅଗଷ୍ଟ ୧୯୪୫ - ୩୦ ଡିସେମ୍ବର ୨୦୧୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ଥିଲେ ।[୨]

ଗୋପାଳ କୃଷ୍ଣ ରଥ
ଜନ୍ମ(1945-08-03)୩ ଅଗଷ୍ଟ ୧୯୪୫
କଂସାରୀପଡ଼ା, ସମ୍ବଲପୁର
ମୃତ୍ୟୁ୩୦ ଡିସେମ୍ବର ୨୦୧୬(2016-12-30) (ବୟସ ୭୧)
ମୃତ୍ୟୁର କାରଣହୃଦ୍‌ଘାତ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ପାଟଣା ବିଶ୍ୱବିଦ୍ୟାଳୟ
ବୈବାହିକ-ସାଥୀକିରଣବାଳା ରଥ
ସନ୍ତାନଅମୃତ, ରୋଜୀ
ପିତାମାତା(s)ଗଣେଶ ପ୍ରସାଦ ରଥ, ରୁକ୍ମିଣୀ ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪

ଜୀବନୀ ସମ୍ପାଦନା

ଗୋପାଳ କୃଷ୍ଣ, ୧୯୪୫ ମସିହା ଅଗଷ୍ଟ ୩ ତାରିଖରେ ସମ୍ବଲପୁର ଜିଲ୍ଲାର କଂସାରୀପଡ଼ାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଗଣେଷ ପ୍ରସାଦ ରଥ ଓ ମାତା ରୁକ୍ମିଣୀ ଦେବୀ ।[୩] ସେ ସମ୍ବଲପୁର ଜିଲ୍ଲା ସ୍କୁଲ ଓ ଗଙ୍ଗାଧର ମେହେର କଲେଜରୁ ଶିକ୍ଷା ଲାଭ କରିଥିଲେ । ମଧୁସୁଦନ ଆଇନ କଲେଜରୁ ଆଇନ ଶିକ୍ଷାଲାଭ କରି, ସେ ଅାଇନଜୀବୀ ଭାବେ ପେସା ଆରମ୍ଭ କରିଥିଲେ । ପରେ ଓଡ଼ିଶା ବିଚାର ବିଭାଗ ସେବାରେ ଯୋଗ ଦେଇଥିଲେ । ୨ବର୍ଷ ପରେ ଇସ୍ତଫା ଦେଇ ଲଜପତ ରାୟ ଅାଇନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଅାଇନ ବିଭାଗରେ ପ୍ରାଧ୍ୟାପକ ହୋଇଥିଲେ । ୨୦୦୫ରେ ସେ ସ୍ନାତକୋତ୍ତର ଶ୍ରେଣୀ ବିଭାଗ ସମୂହର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ । ୬ବର୍ଷ କାଳ ସେ ଓଡ଼ିଶା ସାହିତ୍ୟ ଏକାଡେମିର ସାଧାରଣ ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ୨୦୦୬ରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଅାକାଶବାଣୀଦ୍ୱାରା ଅାୟୋଜିତ କବି ସମ୍ମିଳନୀରେ ଓଡ଼ିଅା ଭାଷାର ଏକକ ପ୍ରତିନିଧିତ୍ୱ କରିଥିଲେ । [୪] ୨୦୧୪ ମସିହାରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରି ସେ ସ୍ୱାମୀ ଗୁରୁ ରୂପାନନ୍ଦ ସରସ୍ୱତୀ ଭାବେ ପରିଚିତ ହୋଇଥିଲେ [୫] ଓ ଭୁବନେଶ୍ୱରସ୍ଥ "ବିଶୁଦ୍ଧାନନ୍ଦ ସାରସ୍ୱତ ସଂଘ" ମନ୍ଦିରରେ ପତ୍ନୀ କିରଣବାଳା ରଥଙ୍କ ସହ ସନ୍ୟାସୀ ଭାବରେ ଅବସ୍ଥାନ କରୁଥିଲେ । [୬] ପୁଣେରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ହୃଦ୍‌ଘାତ ଯୋଗୁଁ ୨୦୧୬ ଡିସେମ୍ବର ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ ସମ୍ପାଦନା

୧୯୮୦ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ଏକଲା ମଣିଷ ପ୍ରକାଶ ପାଇଥିଲା । ବର୍ତ୍ତମାନ ତାଙ୍କର ମୋଟ ୬ଗୋଟି କବିତା ସଙ୍କଳନ ପ୍ରକାଶ ପାଇଛି। ପ୍ରତି ଦଶବର୍ଷର ଜୀବନ ଶୈଳୀକୁ ନେଇ ସେ କବିତା ସଂକଳନ ରଚନା କରୁଥିଲେ । କିନ୍ତୁ ବିହ୍ୱଳ ବେଳାଭୂମି ଓ ଅରୁଣ ଉଦ୍ଭାସ କବିତା ସଂକଳନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଏ (୩ବର୍ଷର ବ୍ୟବଧାନ)। ତାଙ୍କ ପତ୍ନୀ କିରଣବାଳା ରଥଙ୍କ ସମ୍ପଦନାରେ ଗୋପାଳକୃଷ୍ଣ ରଥଙ୍କ କବିତା ସମଗ୍ର ପ୍ରକାଶ ପାଇଛି ୨୦୧୯ ମସିହାରେ।

  • ବିହ୍ୱଳ ବେଳାଭୂମି, ୨୦୧୩
  • ବିପୁଳ ଦିଗନ୍ତ, ୨୦୧୦
  • କୁନିପୁଅ ଓ ନିଷ୍ପାପ ସକାଳ, ୨୦୦୦
  • କେତେଦୂର, ୧୯୯୦
  • ଏକଲା ମଣିଷ, ୧୯୮୦
  • ଅରୁଣ ଉଦ୍ଭାସ,୨୦୧୬

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୪ (ବିପୁଳ ଦିଗନ୍ତ)[୭]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩ (କୁନିପୁଅ ଓ ନିଷ୍ପାପ ସକାଳ) [୮] [୯]
  • ଝଙ୍କାର ପୁରସ୍କାର (କବିତା), ୧୯୮୪ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୧୦]
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୧୩ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋକର୍ଣ୍ଣିିକା ସମ୍ମାନ
  • ଯଦୁମଣି ସାହିତ୍ୟ ସଂସଦ ସମ୍ବର୍ଦ୍ଧନା
  • ମାତୃଭୂମି ସହକାର ସମ୍ବର୍ଦ୍ଧନା
  • ଶ୍ରୀବଳଦେବ ସମ୍ମାନ

ଆଧାର ସମ୍ପାଦନା

  1. "ସାହିତ୍ୟିକ ଗୋପାଳକୃଷ୍ଣଙ୍କ ପରଲୋକ". ଧରିତ୍ରୀ. Retrieved 31 December 2016.
  2. "Kendra Sahitya Akademi for Gopal Rath". Indian Express. Archived from the original on 2015-11-16. Retrieved 20 ଡିସେମ୍ବର 2014.
  3. "କବି ଗୋପାଳକୃଷ୍ଣ ରଥଙ୍କ ପରଲୋକ". ସମ୍ବାଦ ୩୧/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 31 December 2016.[permanent dead link]
  4. "ଗୋପାଳ କୃଷ୍ଣ ରଥଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର" (PDF). ସମ୍ବାଦ, ସମ୍ବଲପୁର ସଂସ୍କରଣ. Retrieved 20 December 2014.[permanent dead link]
  5. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2014-12-25. {{cite web}}: Cite has empty unknown parameter: |1= (help)
  6. ସମାଜ ୨୧ ଡିସେମ୍ବର ୨୦୧୪, ପୃଷ୍ଠା: ୩
  7. "AKADEMI AWARDS (1955-2016)". ସାହିତ୍ୟ ଏକାଡେମୀ. Retrieved 6 January 2017.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 December 2016.
  9. ପ୍ରମେୟ ୨୦/୧୨/୨୦୧୪ ପୃଷ୍ଠା ୧ ଓ ୭.
  10. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୨ ଜୁନ ୨୦୨୧. {{cite web}}: Check date values in: |accessdate= (help)